ଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ : ଯୋଗଦେଇଛନ୍ତି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି। କିନ୍ତୁ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେଇନାହାଁନ୍ତି। ନୀତି ଆୟୋଗ ବୈଠକର ଏଜେଣ୍ଡାରେ ରହିଛି, ଆୟୁଷ୍ମାନ ଭାରତ, ଗ୍ରାମାଞ୍ଚଳ କୃଷି ଭିତ୍ତିକ ହାଟ, ଜଳ ସଂରକ୍ଷଣ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଭଳି ପ୍ରସଙ୍ଗ ।
ସେପଟେ ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲାକୁ ନେଇ ନୂଆ ବିବାଦ ଦେଖା ଦେଇଛି । ନୀତି ଆୟୋଗ ଚିଠି ଲେଖିଛି, ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଦକ୍ଷ ଜିଲ୍ଲାପାଳ ନିଯୁକ୍ତି ଦିଆଯାଉ । ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସେମାନଙ୍କ ବଦଳି କରା ନଯାଉ । ଏହା କିନ୍ତୁ ରାଜ୍ୟ ବିଷୟ । ତେଣୁ ଏପରି ଚିଠି ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ତେବେ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେବନାହିଁ । ଏହି ଯୋଜନାରେ ଥିବା ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।



