ଦେଶ ବିଦେଶ

ମଣିଷକୁ ଶୀଘ୍ର ବୁଢା କରିପାରେ ଖାଦ୍ୟର ଏହି ଜିନିଷ , ବୈଜ୍ଞାନିକ ମାନେ ଦେଇଛନ୍ତି ଚେତାବନୀ

ବଢୁଥିବା ବୟସ ଅର୍ଥାତ ଏଜିଙ୍ଗ ସମସ୍ୟା ଉପରେ ନିୟନ୍ତ୍ରଣ ପାଇବାପାଇଁ ଲୋକମାନେ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ସ୍ୱୀକାର କରିନେଇଛନ୍ତି। ନିୟମିତ ବ୍ୟାୟାମ , ଚର୍ମର ଯତ୍ନ , ପର୍ଯ୍ୟାପ୍ତ ନିଦ ଏବଂ ଆରାମ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବା ରଖିବାର ଭଲ ଉପାୟ ଅଟେ। କିନ୍ତୁ ଆପଣ ଜାଣିଛନ୍ତି କି ଆମର ଖାଦ୍ୟରେ ଅନ୍ତର୍ଭୁକ୍ତ ଗୋଟିଏ ଜିନିଷ ଆମକୁ ଦ୍ରୁତ ଗତିରେ ବୃଦ୍ଧାବସ୍ଥା ଆଡ଼କୁ ଟାଣିବାରେ ସକ୍ଷମ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ , ଅତ୍ୟଧିକ ଚିନି ସେବନ କରୁଥିବା ଲୋକମାନଙ୍କ ମଧ୍ୟରେ ବୟସ ସମ୍ବନ୍ଧୀୟ ରୋଗର ଆଶଙ୍କା ଅଧିକ ରହିଥାଏ।

Google
ଅଧିକ ଚିନିଯୁକ୍ତ ଖାଦ୍ୟ ଦ୍ୱାରା ବିପଦ:-
ଟଫ୍ଟସ ୟୁନିଭର୍ସିଟିର ଗବେଷକ ମାନଙ୍କର କହିବା ଅନୁଯାୟୀ , ଅଧିକ ଚିନିଯୁକ୍ତ ଖାଦ୍ୟ ମଣିଷର ବୟସ ସହ ଜଡିତ ରୋଗ ପାଇଁ ଦାୟୀ ବିଷାକ୍ତ ପଦାର୍ଥର ନିର୍ମାଣ କରିଥାଏ। ଏହାସହିତ ଏହି ବିଷାକ୍ତ ପଦାର୍ଥକୁ ନଷ୍ଟ କରୁଥିବା ଶାରୀରିକ କ୍ଷମତାକୁ ମଧ୍ୟ ନଷ୍ଟ କରିଥାଏ। ଏହିଭଳି ଅଧିକ ଚିନିଯୁକ୍ତ ଖାଦ୍ୟ ଆମର ଶରୀର ଉପରେ ଦୁଇଗୁଣା ପ୍ରହାର ହୋଇଥାଏ।

ଅଧିକ ଚିନି ଯୋଗୁଁ ରୋଗ:-
ଗବେଷଣାର ମୁଖ୍ୟ ଲେଖକ ତଥା ଟଫ୍ଟସ ୟୁନିଭର୍ସିଟିର ପ୍ରଫେସର ଏଲନ ଟେଲର କହିଛନ୍ତି ଯେ , ଏହି ଗବେଷଣାରେ ଆମେ ଏହା ବୁଝିବାକୁ ଚେଷ୍ଟା କରିଛୁ କି ଅଧିକ ଚିନିଯୁକ୍ତ ଖାଦ୍ୟ ଆମ ଶରୀର ଉପରେ କିପରି ପ୍ରଭାବ ପକାଇଥାଏ। ଆମେ ଏଥିରୁ ଜାଣିବାକୁ ପାଇଛୁ ଯେ , ଶରୀରରେ ଚିନିର ଅତିରିକ୍ତ ପରିମାଣ ବୟସ ସହ ଜଡିତ ରୋଗର ଆଶଙ୍କା ବୃଦ୍ଧି କରିଥାଏ।

ଏହି ରୋଗର ଆଶଙ୍କା:-
ଅଧିକ ଚିନିଯୁକ୍ତ ଖାଦ୍ୟ ଦ୍ୱାରା ହୃଦରୋଗ , ମଧୁମେହ ଏବଂ ବୟସ ସମ୍ବନ୍ଧୀୟ ମ୍ୟାକୁଲାର ଡିଜେନେରେଶନର ସମସ୍ୟା ସୃଷ୍ଟି ହୋଇଥାଏ। ମ୍ୟାକୁଲାର ଡିଜେନେରେଶନ ଏଭଳି ଏକ ରୋଗ ଅଟେ , ଯାହା ମଣିଷକୁ ଅନ୍ଧ ମଧ୍ୟ କରିପାରେ।

କଣ ଅଟେ ଏଡଭାନ୍ସ ଗ୍ଲାଇକୋଜେନ ଏଣ୍ଡ ପ୍ରୋଡକ୍ଟସ:-
ବାସ୍ତବରେ , ଶରୀରରେ P62 ନାମକ ଏକ ପ୍ରୋଟିନ ଆମର କୋଷକୁ ସୁସ୍ଥ ରଖିବାର କାର୍ଯ୍ୟ କରିଥାଏ। ଏହା ଆମ ଶରୀରକୁ ଜୀବାଣୁଶୁନ୍ଯ କରିବାର ଏକ ଅଂଶ ହୋଇଥାଏ , ଯାହା ଅଧିକ ଚିନିଯୁକ୍ତ ଖାଦ୍ୟର କ୍ଷତିକାରକ ବାୟୋପ୍ରୋଡକ୍ଟ advanced glycation end products (AGEs) କୁ ଦୂର କରିଥାଏ।

 

Related Articles

Leave a Reply

Your email address will not be published. Required fields are marked *

Back to top button