ପଣବନ୍ଦୀଙ୍କର ପ୍ରଥମ ଭିଡିଓ ଜାରି କଲା ହମାସ୍; ମୋତେ ଏଠାରୁ ମୁକ୍ତ କର ବୋଲି କହି ନିବେଦନ କଲେ ଯୁବତୀ – Utkal Mail
ନୂଆଦିଲ୍ଲୀ: ଗତ ସପ୍ତାହରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ୍ ଯୁଦ୍ଧ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହାରି ଭିତରେ ହମାସ ଆତଙ୍କବାଦୀ ଗାଜାରେ କରିଥିବା ପଣବନ୍ଦୀମାନଙ୍କର ପ୍ରଥମ ଭିଡିଓ ଜାରି କରିଛି ବୋଲି ଜେରୁସଲିମ୍ ପୋଷ୍ଟ୍ ରିପୋର୍ଟ କରିଛି।
ଏହି ଭିଡିଓକୁ ସୋମବାର ନିଜ ଟେଲିଗ୍ରାମ୍ ପେଜ୍ରେ ଜାରି କରିଛି ହମାସ୍। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପଣବନ୍ଦୀ ଯୁବତୀଙ୍କ ହାତ ଭାଙ୍ଗିଯାଇଛି। ସେ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
୨୧ ବର୍ଷୀୟା ଏହି ବନ୍ଦୀ ଯୁବତୀ ଜଣକ କ୍ୟାମେରାକୁ ଚାହିଁ କହୁଛନ୍ତି, ‘‘ ହାଏ, ମୁଁ ସୋହମର ମିଆ ସେମ। ମୋତେ ୨୧ ବର୍ଷ ବୟସ୍କ। ବର୍ତ୍ତମାନ, ମୁଁ ଗାଜାରେ ଅଛି। ମୁଁ ଶନିବାର ସକାଳେ ଏସ୍ଡେରୋଟରୁ ଫେରିଥିଲି; ମୁଁ ସେଠାରେ ଏକ ପାର୍ଟିରେ ଥିଲି। ମୋ ହାତରେ ଗୁରୁତର ଭାବେ ଆଘାତ ଲାଗିଛି। ହସ୍ପିଟାଲରେ (ଗାଜାରେ) ୩ ଘଣ୍ଟା ଧରି ମୋର ଅସ୍ତ୍ରୋପଚାର ହୋଇଛି। ସେମାନେ ମୋର ଯତ୍ନ ନେଉଛନ୍ତି। ମୋତେ ଔଷଧ ଦେଉଛନ୍ତି। ସବୁକିଛି ଠିକ ଅଛି। ମୁଁ କେବଳ ଏତିକି କହୁଛି ଯେ ମୋତେ ମୋ ପିତାମାତାଙ୍କ ପାଖକୁ, ଆମ ଘରକୁ ଯଥାଶୀଘ୍ର ନେଇଯାଆନ୍ତୁ। ମୋତେ ଯଥାଶୀଘ୍ର ଏଠାରୁ ମୁକ୍ତ କରନ୍ତୁ। ’’
ଇସ୍ରାଏଲ-ହମାସ୍ ଯୁଦ୍ଧ ଆଜି ୧୦ ଦିନରେ ପହଞ୍ଚିଛି। ଗାଜାରେ ହମାସ୍ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଏଥିପାଇଁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉତ୍ତର ଗାଜା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।