ମନୋରଞ୍ଜନ

ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ଅଭିଯୋଗରେ ଅଭିନେତା ଅଜାଜ ଖାନଙ୍କୁ ବିରୋଧରେ ରୁଜୁ ହେଲା ମାମଲା

ମୁମ୍ବାଇ: ଅଭିନେତା ଅଜାଜ ଖାନ, ପ୍ରଯୋଜକ ରାଜକୁମାର ପାଣ୍ଡେ ଏବଂ ଅନ୍ୟମାନଙ୍କ ବିରୋଧରେ ଶୁକ୍ରବାର ମୁମ୍ବାଇ ପୁଲିସ୍‌ ପକ୍ଷରୁ ଏକ ଏଫଆଇଆର ରୁଜୁ ହୋଇଛି। ସେମାନେ ୱେବ୍ ସୋ’ ‘ହାଉସ୍ ଆରେଷ୍ଟ’ରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ଅଭିଯୋଗରେ ଏହି ଏଫ୍‌ଆଇଆର୍‌ ରୁଜୁ କରାଯାଇଥିବା ଅଧିକାରୀ କହିଛନ୍ତି।

ଖାନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଏହି ୱେବ୍ ସୋ’ ଉଲ୍ଲୁ ଆପରେ ଷ୍ଟ୍ରିମ୍ ହେଉଛି। “ବଜରଙ୍ଗ ଦଳର କର୍ମୀ ଗୌତମ ରାଭ୍ରିଆଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପୁଲିସ ଅଭିନେତା ଅଜାଜ ଖାନ, ‘ହାଉସ୍ ଆରେଷ୍ଟ’ ୱେବ୍ ସୋ’ର ପ୍ରଯୋଜକ ରାଜକୁମାର ପାଣ୍ଡେ ଏବଂ ଉଲ୍ଲୁ ଆପର ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି,” ବୋଲି ଆମ୍ବୋଲି ପୁଲିସ ଷ୍ଟେସନ ଅଧିକାରୀ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ୱେବ୍ ସୋ’ରେ ଅଶ୍ଳୀଳ ଭାଷା ପ୍ରୟୋଗ ହୋଇଥିଲା ଏବଂ ସୋ’ରେ ପ୍ରଦର୍ଶିତ କାର୍ଯ୍ୟଗୁଡ଼ିକ ମହିଳାଙ୍କୁ ଅସମ୍ମାନିତ କରିବା ଭଳି ଥିଲା ବୋଲି ସେ କହିଛନ୍ତି।

ଅଭିଯୋଗକାରୀ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ସୋ’ର ଅଶ୍ଳୀଳ ବିଷୟବସ୍ତୁ ବିଷୟରେ ଅନେକ ଅଭିଯୋଗ ମିଳିଛି ଏବଂ ଅନେକ ଲୋକ ଏହା ବିଷୟରେ ଅଭିଯୋଗ କରିବା ପାଇଁ ତାଙ୍କୁ ବ୍ୟକ୍ତିଗତ ମେସେଜ୍ ପଠାଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button