ଦେଶ ବିଦେଶ

ଆପାର୍ଟମେଣ୍ଟ୍‌ ବିଲ୍‌ଡିଙ୍ଗ୍‌ରେ ଭୟାବହ ଅଗ୍ନିକାଣ୍ଡ; ୫୦ରୁ ଅଧିକ ମୃତ, ୫୪ ଆହତ – Utkal Mail


ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଭିଏତନାମର ହା‌ନୋଇସ୍ଥିତ ଏକ ୯ ତାଲାବିଶିଷ୍ଟ ଆପାର୍ଟମେଣ୍ଟ୍‌ ଟାୱାର୍‌ରେ ନିଆଁ ଲାଗିଯିବାରୁ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

ରାଜଧାନୀ ହାନୋଇ ଅନ୍ତର୍ଗତ ଥାନ୍‌ ସୁଆନ୍‌ ଜିଲ୍ଲାରେ ଅବସ୍ଥିତ ସେ ଆପାର୍ଟମେଣ୍ଟ୍‌ରେ ନିଆଁ ଲାଗିବାର କିଛି ସମୟ ପରେ ହାନୋଇ ପୁଲିସ ମୃତାହତଙ୍କ ସଂଖ୍ୟା ସଂକ୍ରାନ୍ତରେ ସୂଚନା ଦେଇଥିଲା ବୋଲି ‘ଦି ଡାନ୍‌ ଟ୍ରି’ ସମ୍ବାଦପତ୍ର ଆଜି ସକାଳେ ରିପୋର୍ଟ କରିଛି। ଆପାର୍ଟମେଣ୍ଟ୍‌ରୁ ୭୦ରୁ ଅଧିକ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।

ମୃତ ବ୍ୟକ୍ତଙ୍କ ସଠିକ ସଂଖ୍ୟା ହଠାତ୍‌ ଜଣା ପଡ଼ି ନ ଥିଲେ ବି ନିଆଁ ଲିଭାଯିବା ପରେ ୫୪ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ‘ଦି ଡାନ୍‌ ଟ୍ରି’ ରିପୋର୍ଟ କରିଛି। କେଉଁ କାରଣରୁ ନିଆଁ ଲାଗିଲା ତାହା ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି।

Image Courtesy of The New York Times

ନିଆଁ ଲାଗିଯାଇଥିବା ଆପାର୍ଟମେଣ୍ଟ୍‌ରେ ୪୫ଟି ପରିବାର ରହୁଥିଲେ। ରାତି ପ୍ରାୟ ୧୧.୩୦ରେ ନିଆଁ ଲାଗିବା ସମୟରେ ଅଧିକାଂଶ ବାସିନ୍ଦା ଆପାର୍ଣ୍ଟମେଣ୍ଟ୍‌ରେ ଥିଲେ। କିନ୍ତୁ ଆପାର୍ଟମେଣ୍ଟ୍‌ରେ ପହଞ୍ଚିବା ରାସ୍ତା ଅଣଓସାରିଆ ହୋଇଥିବାରୁ ଦମକଳ ପହଞ୍ଚିବାରେ ଅସୁବିଧା ‌ହୋଇଥିଲା। ତେଣୁ, ଦମକଳ ଗାଡ଼ିଗୁଡ଼ିକୁ ପ୍ରାୟ ୩୦୦/୪୦୦ ମିଟର୍‌ ଦୂରରେ ରଖିବାକୁ ପଡ଼ିଥିଲା।

ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button