ଦେଶ ବିଦେଶ

ଏୟାର ଇଣ୍ଡିଆ ଓ ଲୁଫଥାନସା ପରେ ଇସ୍ରାଏଲକୁ ଉଡାଣ ବାତିଲ କଲା ଏୟାର ଫ୍ରାନ୍ସ – Utkal Mail


ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହାମାସ ଆକ୍ରମଣ ପରେ ଏୟାର ଫ୍ରାନ୍ସ ତେଲ ଅଭିଭକୁ ବିମାନ ଉଡ଼ାଣ ବାତିଲ କରିଛି। ଏହାପୂର୍ବରୁ ଏୟାର ଇଣ୍ଡିଆ ଏବଂ ଲୁଫଥାନସା ମଧ୍ୟ ଇସ୍ରାଏଲକୁ ବିମାନ ଉଡ଼ାଣ ବାତିଲ କରିବାକୁ ଘୋଷଣା କରିଥିଲେ। ଏୟାର ଇଣ୍ଡିଆର ମୁଖପାତ୍ର ରବିବାର କହିଛନ୍ତି ଯେ ଏୟାର ଇଣ୍ଡିଆର ବିମାନ ୧୪ ଅକ୍ଟୋବର ପର୍ଯ୍ୟନ୍ତ ବାତିଲ ରହିବ। ସେ କହିଛନ୍ତି ଯେ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ପ୍ରତି ସପ୍ତାହରେ ନୂଆଦିଲ୍ଲୀରୁ ତେଲ ଅଭିଭକୁ ୫ଟି ବିମାନ ଚଳାଚଳ କରିଥାଏ। ଜର୍ମାନ ବିମାନ କମ୍ପାନୀ ଲୁଫଥାନସା ଇସ୍ରାଏଲରେ ହୋଇଥିବା ଆକ୍ରମଣ ପରେ ଶନିବାର ଦିନ ଇସ୍ରାଏଲକୁ ବିମାନ ବନ୍ଦ କରିବା ଆରମ୍ଭ କରିଥିଲା।

ତେଲ ଅଭିଭରେ ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୁଫଥାନସା ଫ୍ରାଙ୍କଫର୍ଟରୁ କେବଳ ଗୋଟିଏ ବିମାନ ଚଳାଚଳ କରିବ। ଏହା ବ୍ୟତୀତ କମ୍ପାନୀ ତେଲ ଅଭିଭରୁ ଆସିବାକୁ ଥିବା ସମସ୍ତ ବିମାନକୁ ବାତିଲ କରିଦେଇଛି। ଉଲ୍ଲେଖ ଥାଉ କି ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହାମାସ ଶନିବାର (ଅକ୍ଟୋବର 7) ଦିନ ଇସ୍ରାଏଲ ଉପରେ ଆକ୍ରମଣ କରି ଇସ୍ରାଏଲର ବ୍ୟାପକ କ୍ଷତି ଘଟାଇଥିଲା। ଏହି ଆକ୍ରମଣରେ ଅତି କମରେ ୩୫୦ ଜଣ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ୫୦୦ ରୁ ଅଧିକ ଲୋକ ଆହତ ହୋଇଥିବା ଦାବି କରାଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲର ପ୍ରତିଶୋଧରେ ପ୍ରାୟ ୨୪୦ ଜଣ ଲୋକ ପ୍ରାଣ ହରାଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button