ଦେଶ ବିଦେଶ

‘କରାଚି ଟୁ ନୋଇଡା’ ଫିଲ୍ମ ପାଇଁ ଆରମ୍ଭ ହେଲା ଅଡିସନ, ସାମ୍ନାକୁ ଆସିଲା ଭିଡିଓ – Utkal Mail


ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ନିରନ୍ତର ଶିରୋନାମାରେ ରହିଛନ୍ତି। ପ୍ରଥମେ ସଚିନଙ୍କ ସହ ପ୍ରେମ, ତା’ପରେ ବେଆଇନ ଭାବେ ଭାରତରେ ପ୍ରବେଶ ଏବଂ ଏହାପରେ ପାକିସ୍ତାନୀ ଏଜେଣ୍ଟ ସନ୍ଦେହରେ ଏଟିଏସର ଯାଞ୍ଚରେ ସୀମା ଛନ୍ଦି ହୋଇ ରହିଛନ୍ତି। ନିକଟରେ ସୀମାଙ୍କୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଥିଲା। ପ୍ରେମ ପାଇଁ ନିଜ ସ୍ବାମୀଙ୍କୁ ଛାଡ଼ି ୪ ଜଣ ପିଲାଙ୍କୁ ସାଥୀରେ ଧରି ବେନିୟମ୍‌ ଭାବେ ସୀମା ପାର୍‌ କରି ଭାରତ ପ୍ରବେଶ କରିଥିବା ସୀମା ଫିଲ୍ମରେ ଅଭିନୟ କରିବେ ବୋଲି କୁହାଯାଇଥିଲା।

ସଚିନ ଓ ସୀମାଙ୍କ ପ୍ରେମ କାହାଣୀ ଉପରେ ଏକ ସିନେମା ନିର୍ମାଣ ହେବ ଏବଂ ସିନେମାର ନାମ ‘କରାଚି ଟୁ ନୋଇଡା’ ରହିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ‌ଏବେ ଏହି ଫିଲ୍ମ ପାଇଁ ଅଡିସନ ଆରମ୍ଭ ହୋଇଥିବାର ଫଟୋ ଓ ଭିଡିଓ ଭାଇରାଲ ହେଉଛି। ଗୁରୁବାର ଦିନ ଜାନି ଫାୟାରଫକ୍ସ ପ୍ରଡକ୍ସନ୍ ଦ୍ୱାରା ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ସୀମା ଓ ସଚିନଙ୍କ ଚରିତ୍ର ପାଇଁ ଅଡିସନ ଦେବାକୁ ଆସିଥିବା କଳାକାର ଅଡିସନ ଦେଉଥିବା ଦେଖାଯାଇଛି। ଫିଲ୍ମ ନିର୍ମାତା ଅମିତ ଜାନି ସୀମା ହାଇଦାର ଏବଂ ସଚିନ ମୀନାଙ୍କ ଉପରେ ଏହି ଫିଲ୍ମ ନିର୍ମାଣ କରୁଛନ୍ତି। ତେବେ ସୀମାଙ୍କୁ ଏଟିଏସ ପକ୍ଷରୁ କ୍ଲିନଚିଟ୍ ମିଳିନଥିବାରୁ ସେ ଏହି ଫିଲ୍ମରେ ଏପର୍ଯ୍ୟନ୍ତ କାମ କରିପାରିନାହାନ୍ତି। କ୍ଲିନଚିଟ୍ ମିଳିଲେ ଅଭିନୟ କରିବି ବୋଲି କହିଛନ୍ତି ସୀମା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button