ଓଡିଶା

ଘୋଷଯାତ୍ରାରେ ଟ୍ବିନ୍ ସିଟିରୁ ପୁରୀକୁ ସ୍ବତନ୍ତ୍ର ବସ୍ ସେବା

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ବସ୍ ସେବା। କଟକ, ଭୁବନେଶ୍ୱରରୁ ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ବସ୍। ନିୟମିତ ଚଳାଚଳ କରୁଥିବା ବସ୍ ବ୍ୟତୀତ ଅନ୍ୟ କେତେକ ବସ୍ କଟକ ଓ ଭୁବନେଶ୍ୱରରୁ ପୁରୀକୁ ଚଳାଚଳ କରିବ। ପରିବହନ କମିଶନର ତଥା କେନ୍ଦ୍ରାଞ୍ଚଳ ଆରଡିସି ଏହି ସୂଚନା ଦେଇଛନ୍ତି।

କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ କଟକ, ଭୁବନେଶ୍ୱର, ପୁରୀ, ଆରଟିଓ, ଏମ୍ଭିଆଇଙ୍କ ସମେତ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ବସରେ ଯେପରି ଅଧିକ ସଂଖ୍ୟାରେ ଯାତ୍ରୀ ଯାତ୍ରା ନକରିବେ ଏବଂ ଧାର‌୍ୟ୍ୟ ଭଡା ଠାରୁ ଅଧିକ ଭଡା ଆଦାୟ ନହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରିବହନ ବିଭାଗ ପକ୍ଷରୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button