ଦେଶ ବିଦେଶ

ଆଦିବାସୀଙ୍କ ଅଧିକାର କ୍ଷୁଣ୍ଣ ପ୍ରତିବାଦରେ ଦାବିପତ୍ର ପ୍ରଦାନ

ଲମପୁର: ଜଳ, ଜମି, ଜଙ୍ଗଲ ଏ ହେଉଛି ଆଦିବାସୀଙ୍କ ଅଧିକାର। କିନ୍ତୁ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଅଧିନିୟମ ୨୦୨୩କୁ କାର୍ଯ୍ୟକାରୀ କରି ଆଦିବାସୀମାନଙ୍କୁ ବ୍ୟାପକ ପରିମାଣରେ ବିସ୍ଥାପନ କରିବା ସହ ଜଳ ଜମି, ଜଙ୍ଗଲ ତଥା ବାସଗୃହର ମାଲିକାନା ଅଧିକାରରୁ ବଂଚିତ କରାଯାଉଛି। ଏହା ବିରୋଧରେ ଗୁରୁବାର ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କଲମପୁର ଶାଖା ପକ୍ଷରୁ ଏକ ଦାବିପତ୍ର ତହସିଲଦାରଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ରାଜସ୍ୱ ସହକାରୀ ସନ୍ଦିପ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି।

ଜଙ୍ଗଲ ସଂରକ୍ଷଣ ସଂଶୋଧନ ଅଧିନିୟମ ୨୦୨୩ କାର୍ଯ୍ୟକାରୀ କରି ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପେସା ଅଧିନିୟମ ତଥା ଅନୁଚ୍ଛେଦ ୨୪୪ଅନ୍ତର୍ଗତ ୫ମ ଏବଂ ୬ଷ୍ଠ ଅନୁସୂଚୀ ମାଧ୍ୟମରେ ମିଳିଥିବା ସାମ୍ବିଧାନିକ ବିଶେଷ ଅଧିକାର ଗ୍ରାମ ସଭା ଏବଂ ଆଦିବାସୀ ପରାମର୍ଶଦାତା ପରିଷଦର ଅଧିକାରକୁ କ୍ଷୁଣ୍ଣ କରାଯାଉଛି । ଜଙ୍ଗଲକୁ ଘରୋଇକରଣ କରି ପୁଞ୍ଜିପତିମାନଙ୍କୁ ହସ୍ତାନ୍ତର କରାଯାଉଛି । ତେଣୁ ଏହା ବିରୋଧରେ କଲମପୁର ବ୍ଲକ ଆଦିବାସୀ ସଂଘ ସଭାପତି ଦୁଖିଃ ରାମ ମାଝୀ, ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ମାଧବ ସୁନାନୀ, ସମ୍ରାଟ ମାଝୀ, କରୁଣାକର ଚିନ୍ଦା, ବିଜୟ ସୁନାନୀ, ଗଣେଶ ଦଲାଇ ଏବଂ ଶ୍ୟାମ ସୁନ୍ଦର ନାଗ ପ୍ରମୁଖ ତହସିଲ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button