ଦେଶ ବିଦେଶ

ଋଷଭଙ୍କୁ ଭେଟିଲେ ଅନିଲ କପୁର ଓ ଅନୁପମ ଖେର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହେବା ପରେ ଦେହରାଦୁନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ସ୍ଥିତିରେ ଋଷଭଙ୍କୁ ବଲିଉଡ ଅଭିନେତା ଅନିଲ କପୁର ଓ ଅନୁପମ ଖେର ଭେଟିଛନ୍ତି । ଏହି ସମୟରେ ଉଭୟ ଅଭିନେତା ଋଷଭଙ୍କୁ ହସାଇବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି ।

ଷଭଙ୍କୁ ଭେଟିବା ପରେ ଅନୁପମ ଖେର କହିଛନ୍ତି ଯେ, ଋଷଭ ହସ୍ପିଟାଲରେ ଥିବା ଜାଣିବାକୁ ପାଇବା ପରେ ସାମାନ୍ୟ ନାଗରିକ ରୂପେ ତାଙ୍କୁ ଭେଟିବାକୁ ଆସିଥିଲୁ । ତାଙ୍କ ମା’ଙ୍କୁ ମଧ୍ୟ ଭେଟିଲୁ । ଋଷଭ ଏବେ ପୂର୍ବାପେକ୍ଷା ଭଲ ଅଛନ୍ତି । ସମଗ୍ର ଦେଶବାସୀଙ୍କ ପ୍ରାର୍ଥନା ତାଙ୍କ ସହ ରହିଥିବାରୁ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ।

ଅନ୍ୟପଟେ ଅନିଲ କପୁର କହିଛନ୍ତି ଯେ, ଋଷଭଙ୍କ ମନୋବଳ ଖୁବ୍ ସୁଦୃଢ଼ ରହିଛି ଏବଂ ସେ ସୁସ୍ଥ ହୋଇଯିବେ । ତାଙ୍କ ମା’ ସମ୍ପର୍କୀୟଙ୍କ ସହ କଥା ହେଲୁ । ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button