କ୍ରାଇମ
ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା : ଅଟୋ ଓ ୨ଟି କାର୍କୁ ପଛରୁ ଧକ୍କା ଦେଲା ଆଉ ଏକ କାର୍

ଭୁବନେଶ୍ବର : ରାଜଧାନୀରେ ସିରିଜ ଦୁର୍ଘଟଣା । ୩ ଜଣ ଆହତ ହୋଇଛନ୍ତି । ଭୁବନେଶ୍ବର ୟୁନିଟ୍ -୨ ପେଟ୍ରୋଲ ପମ୍ପ ନିକଟରେ ସିରିଜ ଦୁର୍ଘଟଣା ହୋଇଛି । ଅଟୋ ଓ ୨ଟି କାର୍ କୁ ପଛରୁ ଧକ୍କା ଦେଲା ଅନ୍ୟ ଏକ କାର୍ । ଦୁର୍ଘଟଣା ଘଟାଇ ସରକାରୀ କ୍ବାର୍ଟର୍ସ ଗେଟ୍ ଭାଙ୍ଗି ଘର ଭିତରକୁ ମାଡ଼ିଗଲା କାର୍ । ୩ଜଣ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ତଦନ୍ତ ଆରମ୍ଭ ।