ଦେଶ ବିଦେଶ

କେନ୍ଦ୍ରମନ୍ତ୍ରୀ କୌଶଳ କିଶୋରଙ୍କ ଲକ୍ଷ୍ନୌ ବାସଭବନରେ ‘ବିଜେପି’ କର୍ମୀଙ୍କୁ ଗୁଳି ମାରି ହତ୍ୟା – Utkal Mail


ଲକ୍ଷ୍ନୌ: ଗତ ପାହାନ୍ତାରେ କେନ୍ଦ୍ରମନ୍ତ୍ରୀ ତଥା ‘ବିଜେପି’ ସାଂସଦ କୌଶଳ କିଶୋରଙ୍କ ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ବାସ ଭବନରେ ତାଙ୍କର ଜଣେ ଘନିଷ୍ଠ ବ୍ୟକ୍ତି ତଥା ‘ବିଜେପି’ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି।

ମୃତ ବ୍ୟକ୍ତି ହେଉଛନ୍ତି, ବିନୟ ଶ୍ରୀବାସ୍ତବ। ସେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅ ବିକାଶ କିଶୋରଙ୍କ ନିକଟତମ ବ୍ୟକ୍ତି ଥିଲେ। ରାତି ପ୍ରାୟ ୪.୧୫ରେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି।

ଘଟଣା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହତ୍ୟାକାଣ୍ଡ ସମୟରେ ତାଙ୍କ ପୁଅ ଘରେ ନ ଥିଲା।

ସେ କହିଛନ୍ତି, ଘରେ କିଏ ଥିଲା ମୁଁ ଜାଣେନାହିଁ। ମୋ ପୁଅ ନ ଥିଲା। ଗତକାଲିଠାରୁ ସେ ଦିଲ୍ଲୀରେ ଅଛି। ପୁଲିସ ଘଟଣାର ତଦନ୍ତ କରିବା ପରେ ଏଥିର ସମ୍ପୃକ୍ତ ଥିବା ଲୋକମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ।

ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସତକଥା ଜଣାପଡ଼ିବ। ଘଟଣାର ତଦନ୍ତ କରାଯିବ। ଦୋଷୀକୁ ଦଣ୍ଡ ଦିଆଯିବ। ଆମେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗର ସହାୟତା କରିବୁ। ବିନୟ ଆମର ଅତି ଘନିଷ୍ଠ ଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରିବ।

ଘଟଣାସ୍ଥଳରୁ ଗୋଟାଏ ପିସ୍ତଲ୍‌ ଉଦ୍ଧାର କରାଯାଇଛି ଓ ସେଠାରେ ଥିବା ‘ସିସିଟିଭି’ର ଫୁଟେଜ୍‌ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି।

ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି, ବିନୟ ଶ୍ରୀବାସ୍ତବ ନାମରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ସହିତ ୬ଜଣ ଲୋକ ଥିଲେ। ସେମାନେ ରାତ୍ର ଭୋଜନ କରିସାରିବା ପରେ ଗୁଳିକାଣ୍ଡ ଘଟଣା ଘଟିଛି। ସେଠାରୁ ଉଦ୍ଧାର କରାଯାଇଥିବା ପିସ୍ତଲଟି ବିକାଶ କିଶୋରଙ୍କର। ଫୋରେନ୍‌ସିକ୍‌ ଟିମ୍‌ ଓ ତଦନ୍ତକାରୀମାନେ ତଦନ୍ତ ଚଳାଇଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଅଭିଯୋଗ ଦାଏର କରିବା ପରେ ମାମଲା ରୁଜୁ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button