ଓଡିଶା

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଶୋଇଥିଲେ , ଜଳିଗଲେ ବୃଦ୍ଧ – Utkal Mail



ଉମରକୋଟ : ଘରେ ଶୋଇଥିବାବେଳେ ଜଳିଗଲେ ବୃଦ୍ଧ  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉମରକୋଟ ଝରିଗାଁ ବ୍ଲକ ବୁଟିସର୍ଗି ଗାଁରେ । ଗତକାଲି ରାତିରେ ଏଭଳି ଅଘଟଣ ଘଟିଛି  । ମୃତକ ବୁଟିସର୍ଗି ଗାଁର ଭିକାରୀ ମାଳି ବୋଲି ଜଣାପଡିଛି ।

ଭିକାରୀ କାଲି ରାତିରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ବାରଣ୍ଡାରେ ନିଆଁ ଜାଳି ଶୋଇଥିଲେ । କୌଣସି ପ୍ରକାରେ ନିଆଁ ସଂସ୍ପର୍ଶରେ ଆସି ବୃଦ୍ଧ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଆଜି ସକାଳୁ ପରିବାର ଲୋକ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ପରେ ପରିବାର ଲୋକ ଝରିଗାଁ ଥାନାରେ ଜଣାଇଥିଲେ । ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।




Related Articles

Leave a Reply

Your email address will not be published. Required fields are marked *

Back to top button