ମନୋରଞ୍ଜନ

ଅଭିନେତାମାନେ ନିଜ ଝିଅ ବୟସର ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବା ଲଜ୍ଜାଜନକ: ରତ୍ନା ପାଠକ – Utkal Mail


ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରତ୍ନା ଶାହା ପାଠକ ଏବେ ତାଙ୍କ ଚଳଚ୍ଚିତ୍ର ‘ଧକ୍-ଧକ୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ତାଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ବେଳେ ଏହି ଫିଲ୍ମକୁ ଅନେକ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି। ଫିଲ୍ମ ‘ଧକ୍-ଧକ୍’ର ନିର୍ମାତା ଅଭିନେତ୍ରୀ ତାପସୀ ପନ୍ନୁ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ତରୁଣ ଡୁଡେଜା। ଏହି ଚଳଚ୍ଚିତ୍ରରେ ରତ୍ନା ପଠକଙ୍କ ସହ ଫାତିମା ସନା ଶେଖ, ସଞ୍ଜନା ସାଙ୍ଘୀ ଏବଂ ଦିଆ ମିର୍ଜା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ନଜର ଆସିଛନ୍ତି।

ଫିଲ୍ମ ପାଇଁ ଏବେ ଅଭିନେତ୍ରୀମାନେ ପ୍ରଚାର କରୁଥିବା ବେଳେ ଏକ ସାକ୍ଷାତକାରରେ ଅଭିନେତ୍ରୀ ରତ୍ନା ପାଠକ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ‌ହୋଇଛି। ଜ‌ାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ରତ୍ନା ପାଠକ ଅଧିକ ବର୍ଷ ବୟସ୍କ ଅଭିନେତାମାନେ ନିଜ ଝିଅ ବୟସର ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ‘ଯଦି ଅଧିକ ବର୍ଷ ବୟସ୍କ ଅଭିନେତାଙ୍କୁ ନିଜ ଝିଅ ବୟସର ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଲାଜ ଲାଗୁନାହିଁ ତେବେ ମୁଁ କ’ଣ କହିବି? ତାଙ୍କ ଝିଅମାନଙ୍କଠାରୁ ସାନ ଅଭିନେତ୍ରୀମାନଙ୍କୁ ରୋମାନ୍ସ କରିବା ପାଇଁ ତାଙ୍କୁ ଲାଜ ଲାଗିବା କଥା ନିଶ୍ଚୟ। ହେଲେ ସେମାନେ ନିଜେ ହୃଦୟଙ୍ଗମ କରିପାରୁନାହାନ୍ତି। ତେଣୁ ମୋର କିଛି କହିବାର ନାହିଁ। ମୋ ହିସାବରେ ଏଭଳି କରିବା ଲଜ୍ଜାଜନକ ଅଟେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button