ଡାଇବେଟିସ ଥିଲେ ଏହି 4ଟି ଖାଦ୍ୟ ଖାଆନ୍ତୁ ନାହିଁ
ନ୍ଧୁଗଣ ଡାଇବେଟିସ ଗୋଟେ ଏଭଳି ରୋଗ ଯାହା ବିଭିନ୍ନ ପ୍ରକାରର ରୋଗକୁ ଜନ୍ମ ଦେଇଥାଏ । ଏଣୁ ମଧୁମେହ କୁ କଣ୍ଟ୍ରୋଲ ରେ ରଖିବା ନିହାତି ଜରୁରୀ ହୋଇଥାଏ । ମଧୁମେହ ରୋଗକୁ ସଂପୂର୍ଣ୍ଣ ଭାବେ ଭଲ କରିବା ଅସମ୍ଭବ ଅଟେ । ଇନ୍ତୁ ଜୀବନ ପ୍ରଣାଳୀ ଓ ଖାଦ୍ୟପେୟରେ ପାଇର୍ବର୍ତ୍ତନ କରି ମଧୁମେହ କୁ ସହଜରେ କଣ୍ଟ୍ରୋଲ ରେ ରଖାଯାଇ ପାରିବ । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛି ମଧୁମେହ ରୋଗୀ ଙ୍କ ପାଇଁ ବିଶ ସଦୃଶ ହୋଇଥାଏ । ଆସନ୍ତୁ ଜାଣିବା ମଧୁମେହ ରୋଗୀ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ।
୧- ଆଳୁ : ମଧୁମେହ ରୋଗୀ ଭୁଲରେ ବି ଆଳୁ ଖାଇବା ଉଚିତ ନୁହେଁ । କାରଣ ଆଳୁ ରେ କାର୍ବୋ ହାଇଡ୍ରେଡ ବା ଶ୍ଵେତ ସାର ର ମାତ୍ରା ଅଧିକ ହୋଇଥାଏ । ଏହା ହଜମ ହୋଇ ରକ୍ତ ରେ ଗ୍ଳୁକୋଜ ର ମାତ୍ରା ବଢାଇ ଦେଇଥାଏ । ଏହା ସହ ଆଳୁ ରେ ତିଆରି ଜିନିଷରେ କାର୍ବୋ ହାଇଡ୍ରେଡ ର ମାତ୍ରା ଅଧିକ ରହିଥାଏ । ଏହା କ୍ୟାନ୍ସର ବା ହୃଦରୋଗର କାରଣ ହୋଇଥାଏ ।
୨- ମଇଦା ରୁ ତିଆରି ଖାଦ୍ୟ : ମଇଦା ରୁ ତିଆରି ସଉ ଖାଦ୍ୟ ଯଥା ପାଉଁରୁଟି, ତୋଷ୍ଟ, ବିସ୍କୁଟ ଆଦି ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ । ମଇଦା ରେ ରିଫାଇନ କାର୍ବୋ ହାଇଡ୍ରେର ର ମାତ୍ରା ଅଧିକ ହୋଇଥାଏ । ଏହା ଜଲ୍ଦି ହଜମ ହୋଇ ସୁଗାରରେ ପରିଣତ ହୋଇଥାଏ । ମଇଦା କୁ ରିଫାଇନ କରିବା ପ୍ରକ୍ରିୟାରେ ଫାଇଭର ପରିମାଣ କମିଯାଏ । ରକ୍ତ ରେ ଥିବା ଗ୍ଳୁକୋଜ କୋଷ ଭିତରକୁ ଯାଇ ନ ପାରି ରକ୍ତରେ ଗ୍ଳୁକୋଜର ପରିମାଣ ବଢାଇ ଦେଇଥାଏର । ତେଣୁ ମଧୁମେହ ରୋଗୀ ଧଳା ପାଉଁରୁଟି ଖାଇବା ବଦଳରେ ବ୍ରାଉନ ବ୍ରେଡ ଖାଇବା ଉଚିତ ।
୩- ଟ୍ରାନ୍ସପେଡ ଯୁକ୍ତ ଖାଦ୍ୟ : ଏହି ଭଳି ଖାଦ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ । ବଜାରରେ ବିକ୍ରି ହେଉଥିବା ସବୁ ପ୍ରକାରର ତେଲ ଯୁକ୍ତ ଜିନିଷ ରେ ଟ୍ରାନ୍ସପେଡ ର ମାତ୍ରା ଅଧିକ ରହିଥାଏ । ଏହା ରକ୍ତ ରେ ସୁଗାର ଲେବଲ କୁ ନ ବଢାଇଲେ ମଧ୍ୟ ଏହା ରକ୍ତ ରେ କୋଲେଷ୍ଟ୍ରୋଲ ଲେବଲ କୁ କମାଇବା ସହ ରକ୍ତ ରେ ଇନସୁଲିନ କୁ ଅକାମି କରି ଦେଇଥାଏ । ଯାହା ଫଳରେ ଡାଇବେଟିସ ବଢିବାକୁ ଲାଗିଥାଏ ।
୪- ପ୍ଯାକେଟରେ ଥିବା ସ୍ନାକ୍ସ : ମଧୁମେହ ରୋଗୀଙ୍କୁ ପ୍ୟାକେଟର ଥିବା ଖାଦ୍ୟ ଖାଇବା ଉଚିତ ନୁହେଁ । ଯେମିତି ବାଦାମ ପକୋଡା, ଚୂଡା ମିକଶ୍ଚର, ବିଭିନ୍ନ ପ୍ରକାରର ଚିପ୍ସ ଇତ୍ଯାଦିରେ ବିଷକ୍ତ ତେଲ ଓ କାର୍ବୋ ହାଇଡ୍ରେଡ ରହିଥାଏ । ପ୍ଯାକେଟରେ ତିଆରି ଥିବାରି ହେଉଥିବା ଖାଦ୍ୟ ମଇଦା ରେ ତିଆରି ହୋଇଥାଏ । ଏହାକୁ ଅଧିକ ଗରମ ତେଲ ରେ ଫ୍ରାଏ କରାଯାଏ । ଏହା ଦ୍ଵାରା ଏଥିରେ ଟ୍ରାନ୍ସପେଡ ର ମାତ୍ରା ବଢି ଯାଇଥାଏ । ଏହା ବିଭିନ୍ନ ପ୍ରକାରର ରୋଗର କାରଣ ହୋଇଥାଏ ।