ସକାଳ ଜଳଖିଆରେ ସାମିଲ କରନ୍ତୁ ଚଣା ଓ ଗୁଡ଼, ମିଳିବ ଏହିସବୁ ଫାଇଦା

ସୁସ୍ଥ ରହିବା ପାଇଁ ପୋଷକ ତତ୍ତ୍ୱ ରହିଥିବା ଖାଦ୍ୟ ନିହାତି ଆବଶ୍ୟକ। ଗୁଡ଼ ଓ ଭଜା ଚଣା ମଧ୍ୟ ଏମିତି ଦୁଇଟି ଖାଦ୍ୟ, ଯେଉଁଥିରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏନେଇ ଗୁଡ଼ ଓ ଚଣା ଏକାଠି ମିଶାଇ ଖାଇଲେ ଏହା ସ୍ୱାସ୍ଥ୍ୟକୁ ଅନେକ ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ । ଗରମ ଗୁଡ଼ ଖାଇବା ଦ୍ୱାରା ଆପଣ ଶୀତକାଳୀନ ରୋଗରୁ ରକ୍ଷା ପାଇପାରିବେ । ଏଥିସହିତ ଭଜା ଚଣା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଚଣାରେ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ| ସେହିଭଳି ଗୁଡ଼ ଆଇରନର ସର୍ବୋତ୍ତମ ଉତ୍ସ। ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତର ଅଭାବ ହୁଏ ନାହିଁ। ତେବେ ଆସନ୍ତୁ ଜାଣିବା, ଗୁଡ଼ ଓ ଭଜା ଚଣାକୁ ଏକାସାଙ୍ଗରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ’ଣ ଫାଇଦା ମିଳିଥାଏ।
ଗୁଡ଼ ଏବଂ ଚଣା ଖାଇବାର ସ୍ୱାସ୍ଥ୍ୟ ଉପକାରିତା
୧. ଭଜା ଚଣା ଶ୍ୱାସ ରୋଗର ଚିକିତ୍ସାରେ ଲାଭଦାୟକ ହୋଇଥାଏ। ଶ୍ୱାସ ଜନିତ ସମସ୍ୟା ଥିବା ବ୍ୟକ୍ତିମାନେ ରାତିରେ ଶୋଇବା ପୂର୍ବରୁ ଅଳ୍ପ ଭଜା ଚଣା ଖାଆନ୍ତୁ ଏବଂ ତା’ପରେ ଏକ ଗ୍ଲାସ ଉଷୁମ କ୍ଷୀର ପିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିବ । ଉଭୟ ଗୁଡ଼ ଏବଂ ଚଣା ଜିଙ୍କ୍ ଥାଏ, ଯାହା ତ୍ୱଚାର ସ୍ୱାସ୍ଥ୍ୟରେ ଚମକ ଆଣିଥାଏ।
୨. ଭଜା ଚଣା ଏବଂ ଗୁଡ଼ର ମିଶ୍ରଣ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ର ଏକ ଉତ୍ସ, ଯାହା ପ୍ରଦୂଷଣ ଜନିତ ରୋଗରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
୩. ଗୁଡ଼ ଓ ଚଣା ଏକାସାଙ୍ଗରେ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ଶୀତଦିନେ ଜ୍ୱର, ଥଣ୍ଡା, କାଶ, ଗଳା ଯନ୍ତ୍ରଣା, ସଂକ୍ରମଣ ଇତ୍ୟାଦିରୁ ରକ୍ଷା କରିଥାଏ । ଶରୀରରେ ଜମା ହୋଇଥିବା ଚର୍ବିକୁ ମଧ୍ୟ କମ୍ କରିଥାଏ।
୪. ସେହିଭଳି ଋତୁସ୍ରାବ ସମୟରେ ମହିଳାଙ୍କ ଶରୀରରେ ରକ୍ତର ଅଭାବ ରହିଥାଏ, ଏହାକୁ ପୂରଣ କରିବା ପାଇଁ ଆପଣ ଗୁଡ଼ ଓ ଚଣା ଖାଇପାରିବେ। କାରଣ ଚଣା ଓ ଗୁଡ଼ରେ ପ୍ରଚୁର ମାତ୍ରାରେ ଆଇରନ୍ ଓ ପ୍ରୋଟିନ୍ ରହିଥାଏ।
୫. ଏହା ମଧ୍ୟ କୁହାଯାଏ ଯେ ଏଥିରେ ଥିବା ଭିଟାମିନ୍ ବି୬ କାରଣରୁ ଯଦି ଏହି ଦୁଇଟିକୁ ନିୟମିତ ସେବନ କରାଯାଏ ତେବେ ଏହା ସ୍ମରଣଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
୬. ଯଦି ଆପଣ ନିୟମିତ ବ୍ୟାୟାମ କରୁଛନ୍ତି ତେବେ ଆପଣଙ୍କ ପାଇଁ ଗୁଡ଼-ଚଣା ଉତ୍ତମ ଜଳଖିଆ, କାରଣ ଏହା ଶରୀରର ଶକ୍ତି ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଏକାଠି ଗୁଡ଼-ଚଣା ଖାଇଲେ ପୋଟାସିୟମର ମାତ୍ରା ବଢିଥାଏ, ଯାହା ହୃଦଘାତର ଆଶଙ୍କାକୁ କମ୍ କରିଥାଏ ।