ଶବ ଯାତ୍ରାରେ ଯିବା ପୂର୍ବରୁ ନିଶ୍ଚୟ ଜାଣି ରଖନ୍ତୁ ଏହି ସବୁ ନିୟମ…

ନମସ୍କାର ବନ୍ଧୁଗଣ ତେବେ ଆମେ ଜାଣିଛୁ କି ଏହି ମର୍ତ୍ତ୍ୟରେ ଯିଏ ବି ଜନ୍ମ ଗ୍ରହଣ କରିଛି ସେ ଦିନେ ନା ଦିନେ ତାର ମୃତ୍ୟୁ ସୁନିଶ୍ଚିତ । ଏବଂ ଏହା ହେଉଛି ଦୁନିଆ ର ସବୁଠାରୁ ବଡ଼ ସତ୍ୟ । ଏବଂ ବନ୍ଧୁଗଣ ଆପଣ ମାନେ ଧ୍ୟାନ ଦେଇଥିବେ କି ହିନ୍ଦୁ ଧର୍ମ ରେ ଯେବେବି କାହାର ମୃତ୍ୟୁ ହୋଇ ଯାଇଥାଏ । ଏବଂ ଯେବେ ତାର ଶବ ଯାତ୍ରା ରେ ଶବ ପଛରେ ଚାଲୁଥିବା ଲୋକମାନେ ରାମ ନାମ ସତ୍ୟ ହେ କହିକି ଚାଲି ଥାଆନ୍ତି ।
ତେବେ ମୃତ ଶରୀର କୁ ଯେବେ ସ୍ମଶାନ କୁ ନିଆ ଯାଇଥାଏ । ତେବେ ଶବ ପଛରେ ଚାଲୁଥିବା ଲୋକମାନେ ରାମ ନାମ ସତ୍ୟ ହେ ବୋଲି କୁହନ୍ତି । କିନ୍ତୁ ଶବ ଦାହ ପରେ ଏହା ପଞ୍ଚ ତତ୍ତ୍ୱ ରେ ବିଲୀନ ହୋଇ ଯାଇଥାଏ । ଯେବେ ସାଥିରେ ଯାଇଥିବା ଲୋକ ଫେରି ଥାଆନ୍ତି ସେତେବେଳେ ସେମାନେ ରାମ ନାମ କୁ ଭୁଲି କରି ନିଜ ଦୁନିଆ ରେ ବ୍ୟସ୍ତ ହୋଇ ଯାଇଥାନ୍ତି ।
ତେବେ କିନ୍ତୁ ଶବ ଯାତ୍ରା ସମୟରେ କିଛି ଟା ନିୟମ ମଧ୍ୟ ରହିଛି ଯାହା କରିବା ନିହାତି ଆବଶ୍ୟକ ଅଟେ । ତେବେ ପ୍ରଥମରେ ଯେଉଁ ବ୍ୟକ୍ତି ର ମୃତ୍ୟୁ ହୋଇଛି ତାର ପାଦ କୁ ଭଲରେ ବାନ୍ଧିବା ଉଚିତ ଏବଂ କେବେବି ଶବ କୁ ଏକୁଟିଆ ଛାଡିବା ଉଚିତ ନୁହେଁ । କାରଣ ବୁଲୁଥିବା ଆତ୍ମା ମଧ୍ୟ ଶବ ରେ ପ୍ରବେଶ କରିଥାନ୍ତି ଯାହା ଦ୍ଵାରା ଶବ ଟିକୁ ବୋହୁତ କଷ୍ଟ ମିଳିଥାଏ । ସେଥିପାଇଁ ଶବକୁ କେବେ ଏକା ଛଡା ଯାଏ ନାହିଁ ।
ଏହା ଛଡା ଯଦି ଆପଣ କୌଣସି ଶବ ଯାତ୍ରା ଦେଖୁଛନ୍ତି ତେବେ କିଛି ସମୟ ଛିଡା ହୋଇ ଯାଆନ୍ତୁ ଏବଂ ସେହି ବ୍ୟକ୍ତି ର ଆତ୍ମା ର ଶାନ୍ତି ପାଇଁ ପାର୍ଥନା କରନ୍ତୁ । ତେବେ ବ୍ୟକ୍ତି ଆପଣଙ୍କ ଶତ୍ରୁ ହେଉ କିମ୍ବା ମିତ୍ର ତା ପାଇଁ ଅପଶବ୍ଦ ବାହାର କରନ୍ତୁ ନାହିଁ କେବଳ ଭଗବାନ ଙ୍କ ନିକଟରେ ପାର୍ଥନା କରନ୍ତୁ । ତେବେ ଏହା ଛଡା ଶବ କୁ ଦେଖି କ୍ରୋଧ ହେବା କିମ୍ବା ହସିବା କିମ୍ବା ଖୁସି ହେବା ଉଚିତ ନୁହେଁ ।
ଯଦି ଆପଣଙ୍କ ଘର ପାଖରେ କାହାର ମୃତ୍ୟୁ ଖବର ମିଳେ ତେବେ ଖୁସି ଖୁସି ଖାଆନ୍ତୁ ନାହିଁ ଏବଂ ସହବାସ ମଧ୍ୟ କରନ୍ତୁ ନାହିଁ । ତେବେ ମଶାଣି ରୁ ଫେରିବା ସମୟରେ ପଛକୁ ବୁଲି ଅନେଇବେ ନାହିଁ ଏବଂ ଆସିବା ପରେ ଗାଧେଇବା ସୁନିଶ୍ଚିତ ହୋଇଥାଏ । ତେବେ ମୁଖାଗ୍ନି ଦେବା ସମୟରେ ତାଙ୍କୁ ଡାକିବା ଉଚିତ ନୁହେଁ । ତେବେ ଏହି ୧୨ ଦିନ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ ।