ବିଚାର

ଘରୁ ବାହାରକୁ ଗଲାବେଳେ କ’ଣ କଲେ ଶୁଭ ଏବଂ କଣ କଲେ ଅଶୁଭ

ବନ୍ଧୁଗଣ ଦୁନିଆରେ ସମସ୍ତେ ଠାକୁରଙ୍କୁ ବହୁତ ବିଶ୍ୱାସ କରିଥାନ୍ତି, ଆମ ଜୀବନରେ ଆମେ ଖୁସିରେ ରହିବା ପାଇଁ ବହୁତ ପୂଜା ପାଠ ମଧ୍ୟ କରିଥାଉ |ପରିବାରେ ସୁଖ ଶାନ୍ତି ପାଇଁ ଭଗବାନଙ୍କ ପାଖରେ ସବୁବେଳେ ଗୁହାରି କରିଥାଉ, ଆମର ସମସ୍ତ ସମସ୍ୟା କିପରି ଦୂର ହୋଇଯାଉ ଆଉ ଆମର ସମସ୍ତ କାର୍ଯ୍ୟ ଭଲରେ ହେଇଯାଉ ବୋଲି ଭଗବାନଙ୍କୁ ଜଣାଇଥାଉ |ଯୁଗେ ଯୁଗେ ତୁଳସୀ ପବିତ୍ର ବୋଲି ଆପଣ ଜାଣିଛନ୍ତି, ଆମେ ତୁଳସୀ ଦେବୀଙ୍କ ଆଶୀର୍ବାଦ ପାଇବା ପାଇଁ ସବୁଦିନ ତାଙ୍କ ମୂଳରେ ପାଣି ଦେଉଥାଉ |ମୁଁ ଆଜି ଆପଣକୁ କିଛି ନୀତିବାଣୀ ସହିତ ତୁଳସୀ ଦେବୀଙ୍କ ମହତ୍ୱ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ତୁଳସୀ ଦେବୀଙ୍କ ମହତ୍ୱ କଣ

ତୁଳସୀ ଦେବୀଙ୍କର ବହୁତ ମହତ୍ୱ ରହିଛି, ତାଙ୍କର ନାମ ପାଟିରେ ଉଚ୍ଚାରଣ କରିଦେଲେ ଆମର ମନ ଦେହ ସବୁ ପବିତ୍ର ହୋଇଯାଏ |ସବୁ ବୃକ୍ଷ ମାନଙ୍କ ଠାରୁ ପବିତ୍ର ଏହି ବୃକ୍ଷ, ଏହାର ତୁଳନା ଆଉ କାହା ସହିତ କରାଯାଇ ପରିବ ନାହିଁ |ଏହି ତୁଳସୀ ଏକ ଗଛ ନୁହଁ ଏହା ଭଗବାନଙ୍କ ପ୍ରତୀକ, ତୁଳସୀ ଭଗବାନ ବିଷ୍ଣୁଙ୍କ ଅତି ଆପଣାର, ସେ କେବଳ ତୁଳସୀରେ ସନ୍ତୁଷ୍ଟ ହୋଇଯାନ୍ତି |ଯେପରି ପ୍ରଭୁ ଶିବଙ୍କର ବେଲ ପାତ୍ର ଅତି ପ୍ରିୟ ସେହିପରି ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ |

ଆପଣ ଯଦି କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରି ଯାଉଛନ୍ତି ତେବେ ଆପଣ ଯେହେତୁ ଜଣେ ହିନ୍ଦୁ ଘରର ବ୍ୟକ୍ତି ତେବେ ଆପଣଙ୍କ ଘରେ ତୁଳସୀ ଗଛ ନିଶ୍ଚିତ ରହିବା ଉଚିତ, ତାହା ପୁଣି ଆପଣଙ୍କ ଘରୁ ବାହାରିବାର ଡାହାଣ ପାର୍ଶ୍ଵରେ ରହିବା ଉଚିତ |ଆପଣ ଯଦି କୌଣସି ଏକ ବଡ଼ କାମରେ ଘରୁ ବାହାରି ଯାଉଛନ୍ତି ତେବେ ଆପଣ ତୁଳସୀ ବୃକ୍ଷ ମୂଳରେ ମୁଣ୍ଡିଆ ମାରି ତାର ମାଟିକୁ ମୁଣ୍ଡରେ ଲଗାଇ ବାହାରିଯାନ୍ତୁ,ଦେଖିବେ ଆପଣଙ୍କ କାର୍ଯ୍ୟରେ ଆପଣ ନିଶ୍ଚିତ ଜୟଲାଭ କରିବେ |

ଆପଣ ଠାକୁର ପୂଜା କରିବା ସମୟ ଭଗବାନଙ୍କୁ ଚନ୍ଦନ ନିଶ୍ଚିତ ଲଗାଉ ଥିବେ ମାତ୍ର ଆପଣ ଯଦି ତୁଳସୀ କାଠି ଆଣି ଚନ୍ଦନ ପେଡ଼ିରେ ଘୁରାଇ ଭଗବାନ ବିଷ୍ଣୁଙ୍କ ମୁଣ୍ଡରେ ଲାଗନ୍ତି ତେବେ ଭଗବାନ ବିଷ୍ଣୁ ଚନ୍ଦନଠୁ ତୁଳସୀ ଚନ୍ଦନରେ ଅଧିକ ସନ୍ତୁଷ୍ଟ ଥାନ୍ତି |ଆପଣ ଅମାବାସ୍ୟା,ସଂକ୍ରାନ୍ତି, ଦ୍ୱାଦଶୀ ଓ ପୂର୍ଣମୀରେ ତୁଳସୀ ତୁଳାନ୍ତୁ ନାହିଁ କାରଣ ଏହି ତୁଳସୀ ତୁଳିବା ଉଚିତ ନୁହଁ କିମ୍ବା ଆପଣ କେବେ ଅସଉଚ ଅବସ୍ଥାରେ ତୁଳସୀ ଗଛକୁ ଛୁଅନ୍ତୁ ନାହିଁ |ଆପଣ ସାନ୍ନ କରି ଵିଧି ଅନୁସାରେ ତୁଳସୀ ତୁଳନ୍ତି, ତାହା ଆପଣଙ୍କର ଦେବ କାର୍ଯ୍ୟରେ ଲାଗିପରିବ ମାତ୍ର ଆପଣ ଯଦି ଅସଉଚ କିମ୍ବା ସାନ୍ନ ନକରି ତୁଳସୀ ତୁଳନ୍ତି ତାହା କୌଣସି ଦେବ କାର୍ଯ୍ୟରେ ଲାଗେ ନାହିଁ |ଆପଣଙ୍କର ଯଦି ତୁଳସୀ ପତ୍ର ନିହାତି ଆବଶ୍ୟକ ହୋଇଥାଏ ତେବେ ତାହା ଆପଣ ତୁଳସୀ ଗଛ ତଳୁ ଆଣି ଆପଣଙ୍କ କାମରେ ଲଗାନ୍ତୁ |ଏହା ମାନିଲେ ଅପଣଂକର ବହୁତ ମଙ୍ଗଳ ହେବ |

Related Articles

Leave a Reply

Your email address will not be published. Required fields are marked *

Back to top button