ବିଚାର

ସଂସାରରେ ସବୁଠାରୁ ବଡ଼ ପାପୀ କିଏ ? ସ୍ତ୍ରୀ ନା ପୁରୁଷ ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଗୋଟେ କାହାଣୀ ବିଷୟରେ କହିବାକୁ ଯାଉଛୁ। ସଂସାରରେ ସବୁଠାରୁ ବଡ଼ ପାପୀ କିଏ? ସନାତନ ଧର୍ମରେ ପ୍ରତ୍ୟେକ ପ୍ରାଣୀ ମାନଙ୍କର ପାପ ଓ ପୁଣ୍ୟର ହିସାବ ରଖା ଯାଇଥାଏ। ପ୍ରାଣୀର କର୍ମ ଆଧାରରେ ନିର୍ଣ୍ଣୟ କରାଯାଇଥାଏ କି ପ୍ରାଣୀର ଆତ୍ମା ସ୍ୱର୍ଗକୁ ଯିବ ନା ନର୍କକୁ ଯିବ। ଆଜି ଆମେ ଆପଣଙ୍କୁ ଯେଉଁ କାହାଣୀ ବିଷୟରେ କହିବାକୁ ଯାଉଛୁ, ସେହି କାହାଣୀରୁ ଆପଣଙ୍କୁ ଆତ୍ମା ଜ୍ଞାନ ହେବ।

ବନ୍ଧୁଗଣ ସଂସାରରେ ପ୍ରାୟତଃ ସମସ୍ତ ପ୍ରାଣୀ ଓ ମନୁଷ୍ୟ କିଛି ନା କିଛି ପାପ କରିଥାନ୍ତି। କିନ୍ତୁ ପାପ କାର୍ଯ୍ୟକୁ ଜାଣି ପାରନ୍ତି ନାହିଁ। ତେବେ ସଂସାରରେ କିଏ ପାପୀ ସେହି ବିଷୟରେ କହିବା ପାଇଁ ଶୁଆ ଓ ମଇନା ରଗୋଟେ କାହାଣୀ କହିବାକୁ ଯାଉଛନ୍ତି। କାହାଣୀ ହେଉଛି – ଗୋଟେ ରାଜ୍ୟରେ ଜଣେ ରାଜା ରହୁଥିଲେ। ସେ ବହୁତ ଧର୍ମାତ୍ମା ଓ ପୁଣ୍ୟବାନ ଅଟନ୍ତି। ସେହି ରାଜ୍ୟର ପ୍ରଜା ସୁଖଶାନ୍ତିରେ ଜୀବନ ଅତିବାହିତ କରୁଥିଲେ। ସେହି ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ସୁଦୃଢ଼ ଥିଲା।

ସେହି ରାଜାଙ୍କ ପାଖରେ ଗୋଟେ ଶୁଆ ଓ ମଇନା ପିଞ୍ଜରାରେ ରହିଥିଲେ। ଥରେ ଶୁଆ ମଇନାକୁ କହିଲା କି ସଂସାରରେ ସବୁଠାରୁ ପାପୀ ହେଉଛି ସ୍ତ୍ରୀ। ମଇନା କହିଲା ନା, ପୁରୁଷ ସବୁଠାରୁ ପାପୀ ଅଟେ। ତାପରେ ଶୁଆ ଓ ମଇନା ମଧ୍ୟରେ ଝଗଡା ହେଲା। ଏହା ଦେଖି ରାଜା ତାଙ୍କୁ ଝଗଡା ଲାଗିବାର କାରଣ ପଚାରିଲେ। ତାପରେ ଶୁଆ ଓ ମଇନା ସବୁକଥା ରାଜାଙ୍କୁ କହିଲେ। ରାଜା ମଇନାକୁ ପଚାରିଲେ କି, ମଇନା ମୋତେ କହ ପୁରୁଷ ଏହି ସଂସାରରେ କିପରି ପାପୀ ବନିଥାଏ।

ତେବେ ମଇନା କହିଲା କି, ଜଣେ ସାହୁକାର ତାଙ୍କ ପୁଅ ଜମିବାଡ଼ି ସବୁ ବିକ୍ରି କରି ଜୁଆ ଖେଳି ସବୁ ସମ୍ପତ୍ତି ହାରି ଗଲା। ତାପରେ ସେ ରାଜାଙ୍କ ପାଖରେ ପହଞ୍ଚିଲା ଓ କହିଲା କି, ମୁଁ ଜଣେ ବ୍ୟବସାୟୀ ଓ ମୁଁ ବାଟରେ ଯାଉଥିବା ସମୟରେ କିଛି ଲୁଟେରା ମୋର ସବୁ ଜିନିଷ ଲୁଟି ନେଲେ। ରାଜା ଧାର୍ମିକ ସ୍ୱଭାବର ଥିଲେ ସେ ତାକୁ ଦୟା କରି ସାହାଯ୍ୟ କଲେ। ରାଜା ବିଚାର କଲେ ଓ ତାଙ୍କ ଝିଅଙ୍କ ସହିତ ସାହୁକାର ପୁଅ ସହିତ ବିବାହ କରି ଦେଲେ ଏବଂ ବିଚାର କଲେ କି, ଭବିଷ୍ୟତରେ ଏହି ବ୍ୟକ୍ତି ତାଙ୍କ ରାଜ୍ୟ ଚଳାଇ ପାରିବ।

ବିବାହରେ ଦାସଦାସୀ, ଧନସମ୍ପତ୍ତି ଦେଇ ରାଜା ତାଙ୍କ ଝିଅଙ୍କୁ ବିଦାୟ ଦେଲେ। ମାର୍ଗରେ ଘୋର ଜଙ୍ଗଲ ପଡିଲା ଏବଂ ସାହୁକାର ପୁତ୍ର କହିଲା କି ସ୍ତ୍ରୀ ତାଙ୍କ ସ୍ବାମୀଙ୍କର ଆଜ୍ଞା ପାଳନ କରିବା ଉଚିତ। ଏହି ଜଙ୍ଗଲରେ ଅନେକ ଲୁଟେରା ଅଛନ୍ତି। ତେଣୁ ତୁମର ସବୁ ଗହଣା ମୋତେ ଦେଇ ଦିଅ। ପତ୍ନୀ ତାଙ୍କୁ ବିଶ୍ୱାସ କରି ନିଜ ଗହଣା ଦେଇ ଦେଲେ। ସଂସାରରେ ପ୍ରତ୍ୟେକ ସ୍ତ୍ରୀ ତାଙ୍କ ସ୍ଵାମୀଙ୍କ ଉପରେ ସଂପୂର୍ଣ୍ଣ ଭାବେ ବିଶ୍ଵାସ କରନ୍ତି।

ସାହୁକାର ପୁଅ ଏହି ମଉକା ଦେଖି ସେହି ସ୍ଥାନରୁ ଫେରାର ହୋଇଗଲା। ତାର ସ୍ତ୍ରୀ ସେହି ଘନ ଅରଣ୍ୟରେ ସ୍ୱାମୀକୁ ଖୋଜି ଚାଲିଲେ ଓ ଗୋଟେ କୂଅ ଭିତରେ ପଡିଗଲେ। କିଛି ବ୍ୟକ୍ତି ସେହି ମାର୍ଗ ଦେଇ ଯାଉଥିଲେ ଏବଂ ରାଜାଙ୍କ ଝିଅକୁ କୂଅରୁ କାଢି ତାଙ୍କ ଶ୍ଵଶୁର ଘରେ ପହଞ୍ଚିଲେ। ଶ୍ଵଶୁର ଘରେ ରାଜାଙ୍କ ଝିଅ ନିଜ ସ୍ବାମୀଙ୍କୁ ଦେଖି ପ୍ରଥମେ କ୍ରୋଧିତ ହେଲେ ତାପରେ ସେ ନିଜ ପତିଙ୍କ ସେବାରେ ଲାଗି ଗଲେ। ଏହି କାହାଣୀ ଶୁଣି ରାଜା ଭାବୁକ ହୋଇ ମନ୍ତ୍ରୀମଣ୍ଡଳକୁ ଡକାଇଲେ ଏବଂ ଏହିସବୁ କଥା ବିଷୟରେ ଆଲୋଚନା କଲେ। ତେବେ ସଂସାରରେ ସବୁଠାରୁ ପାପୀ ମନୁଷ୍ୟ ହେଉଛି, ଯିଏ ନିଜ ସ୍ତର ଠାରୁ ତଳକୁ ଖସି ଯାଇଥାଏ, ସେ ହିଁ ପାପୀ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button