ଦେଶ ବିଦେଶ

ନିର୍ବାଚନ ପୂର୍ବରୁ ଡେରା ସଚ୍ଚା ସୌଦାର ମୁଖ୍ୟ ରାମ୍‌ ରହିମ୍‌ଙ୍କୁ ପାରୋଲ୍‌

ଗୁରୁଗ୍ରାମ: ଆଗକୁ ଆସୁଛି ହରିଆଣା ବିଧାନସଭା ନିର୍ବାଚନ। ନିର୍ବାଚନ ପୂର୍ବରୁ ପାରୋଲ ପାଇଛନ୍ତି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍।

ରାମରହିମଙ୍କୁ ୨୦ ଦିନ ପାଇଁ ପାରୋଲ ମିଳିଛି। ଗତ ୨ ବର୍ଷ ମଧ୍ୟରେ ଏହା ହେଉଛି ତାଙ୍କର ଦଶମ ପାରୋଲ୍। ସୂତ୍ରରୁ ପ୍ରକାଶ ଯେ ନିର୍ବାଚନ ଆୟୋଗଙ୍କ ଅନୁମୋଦନ ପାଇବା ପରେ ହରିଆଣା ସରକାର ତାଙ୍କୁ ପାରୋଲ ଦେଇଛନ୍ତି।

 

ହରିଆଣାର ଶୀର୍ଷାରେ ଥିବା ତାଙ୍କ ଆଶ୍ରମରେ ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ କରି ରାମ୍ ରହିମ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨୦ ବର୍ଷର କାରାଦଣ୍ଡ ମିଳିଛି।

ଡେରା ସଚ୍ଚା ସୌଦା ମୁଖ୍ୟ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ଅଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା କହିଛନ୍ତି ଏହା ବିଜେପିର ଷଡଯନ୍ତ୍ର । ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ରାମ ରହିମଙ୍କୁ ଜେଲରୁ ବାହାର କରି କଂଗ୍ରେସର ବିଜୟ ଆଶାକୁ ଦୁର୍ବଳ କରିବା ପାଇଁ ବିଜେପି ଏକ ଷଡ଼ଯନ୍ତ୍ର ରଚିଛି। ତେବେ ରାମରହିମଙ୍କୁ ଦେଖା କରିବା ପାଇଁ ନେତା ବା ସାଧାରଶ ଲୋକଙ୍କ ପାଇଁ କୌଣସି ପ୍ରତିବନ୍ଧକ ଲାଗିନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button