ଜୀବନଶୈଳୀ

ଉପହାରରେ ଝିଅକୁ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ ଏଭଳି ଜିନିଷ,ନହେଲେ ସମ୍ପୂର୍ଣ୍ଣ ପରିବାର ବର୍ବାଦ ହୋଇଯିବ

ବନ୍ଧୁଗଣ, ସାଧାରଣତଃ ଝିଅର ବାହାଘର ସବୁ ପିତାମାତାଙ୍କ ଜୀବନରେ ବହୁତ ବଡ ଖୁସିର ବିଷୟ ହୋଇଥାଏ। ଗୋଟିଏ ପଟେ ଝିଅ ଖୁସିରେ ରହିବ ବୋଲି ପିତାମାତା ଖୁସିଥାନ୍ତି। ଅନ୍ୟ ପଟେ ଝିଅକୁ ଘରୁ ବିଦାୟ ଦେବା ପାଇଁ ମଧ୍ୟ ଦୁଃଖ ପ୍ରକାଶ କରିଥାନ୍ତି। ସବୁ ପିତାମାତା ନିଜ ଝିଅର ବାହାଘର ବହୁତ ଧୂମଧାମରେ କରିବା ପାଇଁ ସ୍ଵପ୍ନ ଦେଖିଥାନ୍ତି। ଏହାସହିତ ଝିଅକୁ ବହୁତ ସ୍ନେହ ଆଦର ଦେଇ ତାକୁ ଘରୁ ବିଦାୟ କରିଥାନ୍ତି।

ଝିଅ ମାନଙ୍କୁ ବାପା ମା ନିଜ ସାମର୍ଥ୍ୟ ଅନୁସାରେ ପାଳି ପୋଷି ବଡ କରିଥାନ୍ତି। ଝିଅକୁ ସମସ୍ତ ଜିନିଷ ନିଜ ସାମର୍ଥ୍ୟ ଅନୁଯାୟୀ ଦେବାକୁ ଚେଷ୍ଟା କରିଥାନ୍ତି। ଯେତେବେଳେ ଝିଅଟି ନିଜ ଶାଶୁ ଘରକୁ ଯାଉଛି, ସେତେବେଳେ ମଧ୍ୟ ଝିଅଟି ଯାହା ଇଛା କରିଥାଏ, ସେହି ଜିନିଷ ସହିତ ବାପା ମା ସଂସ୍କାର, ପାରିବାରିକ ଓ ଶାଶୁଘରେ କିପରି ଚଳିବାକୁ ହୁଏ, ସେହି ବିଷୟରେ ଉପଦେଶ ଦେଇ ଶାଶୁ ଘରକୁ ପଠାଇଥାନ୍ତି।

ଏହା ତାହାର ଆଗାମୀ ଦିନରେ ବହୁତ ଉପଯୋଗୀ ହୋଇଥାଏ। କିନ୍ତୁ କିଛି ବିଶେଷ ଜିନିଷ ରହିଛି, ଯାହାକୁ ଆପଣ ନିଜ ଝିଅକୁ ଦେବା ଆଦୌ ଉଚିତ ନୁହେଁ। ଆସନ୍ତୁ ଜାଣିବା ତାହା କଣ ଅଟେ ?

୧- ଆପଣ ମାନେ ଝିଅର ବିଦା କରିବା ସମୟରେ ତାଙ୍କୁ ମାତା ଅର୍ଣ୍ଣପୂର୍ଣ୍ଣାର ମୂର୍ତ୍ତି ଅବଶ୍ୟ ଦିଅନ୍ତୁ। ଏହାଫଳରେ ଝିଅର ଶାଶୁ ଘର ସବୁବେଳେ ଧନସମ୍ପତ୍ତିରେ ଭରପୁର ହୋଇ ରହିବ।

୨- ଅନେକ ପିତାମାତା ନିଜ ଝିଅକୁ ବାଳକୃଷ୍ଣର ଫଟୋଚିତ୍ର ଦେଇଥାନ୍ତି। ଏହାର ଅର୍ଥ ହେଉଅଛି ଯେ ତାଙ୍କ ଘରେ ଖୁବ ଶୀଘ୍ର ଛୋଟ ଛୁଆର ଆଗମନ ହେଉ ବୋଲି ବିଚାର କରି ସେମାନେ ନିଜ ଝିଅକୁ ଏହି ମୂର୍ତ୍ତି ଦେଇଥାନ୍ତି।

୩ – ଆପଣ ନିଜ ଝିଅକୁ ତ୍ୟାଗ ଏବଂ ଜୀବନର ମହତ୍ଵ ବିଷୟରେ ବୁଝାଉଥିବା ପୁସ୍ତକ ରାମାୟଣ ନିଶ୍ଚିତ ଭାବରେ ଦେବା ଉଚିତ।

୪- ଆପଣ ଗଣେଶଙ୍କ ମୂର୍ତ୍ତି ନିଜ ଝିଅକୁ ଦିଅନ୍ତୁ ନାହିଁ। କାରଣ ପୂଜାପାଠ ସମୟରେ ଗଣେଶଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। ଏଣୁ ଯଦି ଆପଣ ଗଣେଶଙ୍କ ମୂର୍ତ୍ତି ଦିଅନ୍ତି, ତେବେ ଆପଣଙ୍କ ଘରୁ ଦେବୀ ଲକ୍ଷ୍ମୀ ମଧ୍ୟ ଚାଲି ଯାଇଥାନ୍ତି। ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଜ ସମ୍ପର୍କୀୟଙ୍କ ସହିତ ସେୟାର ନିଶ୍ଚୟ କରନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button