ଦେଶ ବିଦେଶ

ଦୁର୍ଘଟଣା ପରେ ଜଳିଗ‌ଲେ ପୁଲିସ ଦମ୍ପତି; ପରିବାରରେ ଶୋକରଛାୟା

ନୂଆଦିଲ୍ଲୀ: ମୁଜଫରନଗରରୁ ଦିଲ୍ଲୀ-‌ଡେରାଡୁନ ଜାତୀୟ ରାଜପଥର ବିଳାଶପୁର କଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପୁଲିସ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମଣ୍ଡି ପୁଲିସ ଷ୍ଟେସନ ଅନ୍ତର୍ଗତ ଜାତୀୟ ରାଜପଥ-୫୮ରେ ଏକ ଟ୍ରକ ବାଇକରେ ଯାଉଥିବା ଦମ୍ପତିଙ୍କୁ ଧକ୍କା ଦେଇଥିଲା।

ଏହି ଧକ୍କାରେ ଦମ୍ପତି ଟ୍ରକ ତଳେ ପଶି ଯାଇଥିଲେ। ଟ୍ରକ ବି ଭାରସାମ୍ୟ ହରାଇ ଏକ ଗଛରେ ଯାଇ ପିଟି ହୋଇଥିଲା। ଆଖି ପିଛୁଳାକେ ଟ୍ରକ ନିଆଁ ପିଣ୍ଡୁଳାରେ ପରିବର୍ତ୍ତନ ହୋଇଯାଇଥିଲା।

 

ଫଳରେ ଟ୍ରକ ତଳେ ଫସିଥିବା ଦମ୍ପତି ଉକ୍ତ ନିଆଁରେ ଜଳି ପାଉଁଶ ହୋଇଯାଇଥି‌ଲେ। ମୃତ ଦମ୍ପତି ସହାରନପୁରରେ ରହୁଥିବା ସୁଧୀର କୁମାର ଓ ସୋନିଆ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସର ଟିମ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦମ୍ପତିଙ୍କୁ ଟ୍ରକ ତଳୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇ ସେମାନଙ୍କ ପରିଚୟ ଜାଣିବା ପରେ ପରିବାର ଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ଖବର ଦେଇଥିଲେ।

ଦୁର୍ଘଟଣାର ଭିଡିଓକୁ ଟୁଇଟର ଏକ୍ସରେ @SachinGuptaUP ନାମକ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହି ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button