ମନୋରଞ୍ଜନ

TV ସିରିଏଲ ‘Devon Ke Dev… Mahadev’ ରେ ମହାଦେବ ଙ୍କ ଚରିତ୍ର ରେ ଅଭିନୟ କରୁଥିବା ଏହି ଅଭିନେତା ଆଜି ନିଜ ରିଅଲ ଲାଇଫ ରେ ଦେଖା ଯାଆନ୍ତି ବହୁତ ହ୍ୟାଣ୍ଡସମ ଆଉ ଷ୍ଟାଇଲିସ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଲାଇଫ ଓକେ ଚ୍ୟାନେଲ ରେ ପ୍ରଦର୍ଶିତ ହେଉଥିବା ଦେଵୋ କା ଦେବ ମହାଦେବ ଧାରାବାହିକ ତ ନିଶ୍ଚୟ ଦେଖିଥିବେ।ଏହି ଧାରାବାହିକ ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ଅଟେ।ଏହି ଧାରାବାହିକ ରେ ଶିବ ଙ୍କ ବିଷୟରେ ବହୁତ ଭଲ ରେ ବର୍ଣ୍ଣନା କରାଯାଇଛି । ଯାହା ଦ୍ୱାରା ସାଧାରଣ ଧାରାବାହିକ ଅପେକ୍ଷା ଏହି ଧାରାବାହିକ କୁ ଲୋକେ ଅଧିକ ପସନ୍ଦ କରିଥିଲେ । ଏହି ଧାରାବାହିକ ରେ ସମସ୍ତ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତା ମାନେ ବହୁତ ଉଚ୍ଚକୋଟୀର ଅଭିନେତା ଅଟନ୍ତି।

ସେଥିମଧ୍ୟରୁ ଶିବ ଙ୍କ ଚରିତ୍ରରେ ରେ ଅଭିନୟ କରିଥିବା ଅଭିନେତା ଏତେ ସୁନ୍ଦର ଭାବେ ଅଭିନୟ କରିଥିଲେ ଯେ ଲୋକେ ତାଙ୍କୁ ବାସ୍ତବ ରେ ମଧ୍ୟ ଭଗବାନ ଶିବ ବୋଲି ଭାବିଥିଲେ ଓ ପୂଜା ମଧ୍ୟ କରୁଥିଲେ।ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି? ଏହି ଶିବ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତା ଆଜି କଣ କରୁଛନ୍ତି, କେଉଁଠି ଅଛନ୍ତି, କେମିତି ଅଛନ୍ତି? ତେବେ ଆସନ୍ତୁ ବନ୍ଧୁଗଣ ସେହି ଦିଗଜ ଅଭିନେତା ଙ୍କ ବିଷୟରେ କିଛିଟା କଥା ଜାଣିବା।

“ଦେଵୋ କା ଦେବ ମହାଦେବ” ଧାରାବାହିକ ରେ ଶିବ ଙ୍କ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ଙ୍କ ପ୍ରକୃତ ନାମ ହେଉଛି ମୋହିତ ରାଇନା। ସେ ୧୯୮୨ ମସିହା ଅଗଷ୍ଟ ୧୪ ତାରିଖରେ ଜାମ୍ମୁ ଠାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ନିଜର ପାଠ ପଢ଼ା ମଧ୍ୟ ସେହିଠାରେ ସମ୍ପନ କରିଥିଲେ । ତେବେ ଆସନ୍ତୁ ତାଙ୍କର ଅଭିନୟ ଜୀବନ ବିଷୟରେ କଥା ହେବା।ସେ ଜଣେ ମଡେଲ ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।

ଏହା ପରେ ସେ ୨୦୦୫ ମସିହାରେ ମେହେର ନାମକ ଏକ ଧାରାବାହିକ ରେ ନଜର ଆସିଥିଲେ।ଏହାବ୍ୟତୀତ ସେ ଆହୁରି ମଧ୍ୟ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି।ଯେପରି ବନ୍ଦିନୀ,ଚେହେରା, ଭାବୀ ଇତ୍ୟାଦି। କିନ୍ତୁ ଏଥିରେ ସେ ବେଶୀ ଲୋକପ୍ରିୟତା ହାସଲ କରିପାରିନଥିଲେ । ଏହା ପରେ ସେ ଅନ୍ୟ ସବୁ ଧାରାବାହିକ ପାଇଁ ଅଡିସନ ଦେବା ଆରମ୍ଭ କରିଥିଲେ। ଯାହା ଦ୍ୱାରା ସେ ଦେଵୋ କା ଦେବ ମହାଦେବ ଧାରାବାହିକ ରେ ଶିବ ଙ୍କ ଚରିତ୍ର ରେ ଅଭିନୟ କରିବାର ସୁଯୋଗ ପାଇଥିଲେ।

ଏହି ଧାରାବାହିକ ରେ ଅତି ଚମତ୍କାର ଅଭିନୟ କରିଥିଲେ ଏବଂ ଏହା ପରେ ସେ ମହାଭାରତ ଓ ଚକ୍ରବତୀ ଅଶୋକ ସମ୍ରାଟ ଧାରାବାହିକ ରେ ମଧ୍ୟ ନଜର ଆସିଥିଲେ।ଏହାପରେ ସେ ନିଜକୁ ଆରାମ ଦେଇଥିଲେ।ତାଙ୍କ ଶେଷ ଥର ପାଇଁ ୨୧ ସରଫରୋଷ ସାରାଗଡ଼ି ୧୮୯୭ ରେ ଦେଖିବାକୁ ମିଳିଥିଲା।

ବନ୍ଧୁଗଣ ସେ ବର୍ତ୍ତମାନ ଅଭିନୟ ରୁ ଦୁରେଇ ଯାଇଛନ୍ତି।ତାଙ୍କୁ ବର୍ତ୍ତମାନ ୩୭ବର୍ଷ । ଏବେ ସେ ଆହୁରି ହ୍ୟାଣ୍ଡସମ ଦେଖାଯାଉଛନ୍ତି।ତାଙ୍କର ବର୍ତ୍ତମାନ ସମୟର ଫୋଟୋ ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେନି।ପୂର୍ବ ଅପେକ୍ଷା ସେ ଏବେ ବହୁତ ହ୍ୟାଣ୍ଡସମ ଦେଖାଯାଉଛନ୍ତି । ସେ ବର୍ତ୍ତମାନ ପୁଣି ନିଜ କ୍ୟାରିଅର ଆରମ୍ଭ କରିଛନ୍ତି।ନିକଟରେ ଆସିଥିବା ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ ଫିଲ୍ମରେ ସେ ମେଜର କରଣ କାଶ୍ୟପ ଙ୍କ ଚରିତ୍ର ରେ ଦେଖିବାକୁ ମିଳିଥିଲା।ସେଥିରେ ମଧ୍ୟ ସେ ଅତି ଚମତ୍କାର ଅଭିନୟ କରି ନିଜର ପ୍ରଶଂସକ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button