ଦେଶ ବିଦେଶ

ସବୁ ମନସ୍କାମନା ପୂରଣ କରିଥାଏ ପୂଜା ଘରେ ବ୍ୟବହାର ହେଉଥିବା ଘଣ୍ଟି। ପୂଜା ସମୟରେ ଯେଉଁମାନେ ପ୍ରତିଦିନ ଘଣ୍ଟି ବଜାନ୍ତି ସେମାନେ ମଧ୍ୟ ଜାଣି ନଥିବେ ଏହି ରହସ୍ୟ।

ଘଣ୍ଟିରେ ଗରୁଡ ଦେବଙ୍କ ଚିତ୍ର ରହିଛି।

ଘଣ୍ଟିରେ ଗରୁଡ ଦେବଙ୍କ ଚିତ୍ର ରହିଥାଏ। ହିନ୍ଦୁ ଧର୍ମରେ ଗରୁଡ ଦେବଙ୍କୁ ଭଗବାନ ବିଷ୍ଣୁଙ୍କ ବହନ ଭାବରେ ବିବେଚନା କରାଯାଏ। ଗରୁଡ ଦେବଙ୍କ ଚିତ୍ର ଘଣ୍ଟିରେ ଏଥିପାଇଁ ରହିଥାଏ, ଯାହା ଦ୍ଵାରା ଗରୁଡ ଦେବ ଏକ ବାହନ ଭାବରେ ଭକ୍ତଙ୍କ ଇଚ୍ଛାକୁ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚାଇ ପାରିବେ ଏବଂ ପ୍ରଭୁ ଶୀଘ୍ର ତାଙ୍କ ଭକ୍ତଙ୍କ ଇଚ୍ଛା ପୂରଣ କରିବେ। ସେଥିପାଇଁ ଘଣ୍ଟିକୁ ଗରୁଡ଼ ଘଣ୍ଟି କୁହାଯାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଗରୁଡ଼ ଘଣ୍ଟି ବଜାଇବା ଦ୍ୱାରା ଜଣେ ବ୍ୟକ୍ତି ମୋକ୍ଷ ପାଇଥାଏ।

ଗରୁଡ଼ ଘଣ୍ଟିର ଶବ୍ଦ ସକରାତ୍ମକତା ଆଣିଥାଏ।

ଗରୁଡ ଘଣ୍ଟି ସହିତ ଜଡିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ହିନ୍ଦୁ ଧର୍ମ ଅନୁଯାୟୀ, ଯେଉଁ ଧ୍ୱନି ଦ୍ଵାରା ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିଲା ଗରୁଡ଼ ଘଣ୍ଟାରୁ ସମାନ ଧ୍ଵନି ବାହାରିଥାଏ। ସେଥିପାଇଁ ଗରୁଡ଼ ଘଣ୍ଟିରୁ ବାହାରୁଥିବା ଏହି ଧ୍ୱନି ସ୍ୱତନ୍ତ୍ର ବିବେଚନା କରାଯାଏ। ଏହି ଧ୍ୱନି ଅତ୍ୟନ୍ତ ଶକ୍ତିଶାଳୀ ଯାହା ବାୟୁମଣ୍ଡଳକୁ ସକାରାତ୍ମକ କରିଥାଏ। ତେଣୁ ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ଘଣ୍ଟା ଟଙ୍ଗାଯାଏ, ଯାହାଫଳରେ ଭକ୍ତମାନେ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ଘଣ୍ଟି ବଜାନ୍ତି ଏବଂ ପରିବେଶରେ ସକରାତ୍ମକତା ମିଶ୍ରିତ ହୁଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button