ସ୍ୱାସ୍ଥ୍ୟ

ଦାନ୍ତ ଯନ୍ତ୍ରଣା ଦ୍ୱାରା ଚିନ୍ତିତ ଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର , ତୁରନ୍ତ ହେବ ଲାଭ

ଦାନ୍ତରେ ସଢ଼ି ଯାଇଥିବା ଖାଦ୍ୟ ପଦାର୍ଥ କିମ୍ବା ଅପରିଷ୍କାର ଜମା ହେବା କାରଣରୁ ଦାନ୍ତରେ ଯନ୍ତ୍ରଣା ହୋଇଥାଏ। ଅନେକଥର ଯେତେବେଳେ ଆମେ ଥଣ୍ଡା କିମ୍ବା ଗରମ ଜିନିଷ ସେବନ କରନ୍ତି , ସେତେବେଳେ ଦାନ୍ତରେ ଯନ୍ତ୍ରଣା ଏବଂ ସମ୍ବେଦନଶୀଳ ଅନୁଭବ ହୋଇଥାଏ। ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବାପାଇଁ ଆଜି ଆମେ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ , ଯାହାଦ୍ୱାରା ଦାନ୍ତ ଯନ୍ତ୍ରଣା ଖୁବଶୀଘ୍ର ବହୁତ ସହଜରେ ଗାଏବ ହୋଇଯିବ।

ଏହି କାରଣରୁ ହୋଇଥାଏ ଦାନ୍ତରେ ଯନ୍ତ୍ରଣା:-
ଆମ ଦାନ୍ତରେ ଅଳିଆ ଜମା ହେବା କାରଣରୁ କିମ୍ବା ଦାନ୍ତ ଠିକ ଭାବରେ ସଫା ନ କରିବା କାରଣରୁ ମଧ୍ୟ ସମ୍ବେଦନ ଅନୁଭବ ହୋଇଥାଏ। ଆମେ ଅନେକଥର ଗରମ ପାଣି କିମ୍ବା ଥଣ୍ଡା ଜିନିଷ ସେବନ କରିବା ଦ୍ୱାରା ଦାନ୍ତରେ ଯନ୍ତ୍ରଣା ଏବଂ ସମ୍ବେଦନଶୀଳ ଅନୁଭବ ହୋଇଥାଏ। ଏଥିପାଇଁ ଆମକୁ ଦାନ୍ତର ସଫା ସବୁବେଳେ କରିବା ଉଚିତ। କିଛି ମଧ୍ୟ ଖାଇବା ପରେ ନିଶ୍ଚିତ ଭାବରେ ପାଣି ଦ୍ୱାରା ଦାନ୍ତକୁ ଚାରିପାଖରୁ କୁଳୁକୁଳୁ କରିବା ଉଚିତ। ଯାହାଦ୍ୱାରା ଆମ ଦାନ୍ତରେ ଲାଗି ରହିଥିବା ପଦାର୍ଥ ଦ୍ୱାରା ଗନ୍ଧ ଉତ୍ପନ୍ନ ହେବ ନାହିଁ।

ଦାନ୍ତ ଯନ୍ତ୍ରଣାର ଘରୋଇ ଉପଚାର କଣ:-
ବର୍ଷ ବର୍ଷ ଧରି ଅଦାକୁ ଔଷଧ ଭାବରେ ବ୍ୟବହାର କରାଯାଉଛି। ଅଦା ଦାନ୍ତରେ ଲାଗିଥିବା କ୍ଷତିକାରକ ବ୍ୟାକ୍ଟେରିଆ ମାନଙ୍କୁ ମାରିଥାଏ। ଏହାସହ ଏହା ଦାନ୍ତ ଯନ୍ତ୍ରଣାକୁ ମଧ୍ୟ ଶେଷ କରିଦିଏ। ଏଥିପାଇଁ ଆପଣ ଅଦାର ଏକ ଛୋଟ ଅଂଶର ପେଷ୍ଟ ପ୍ରସ୍ତୁତ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ। ଯଦି ଆପଣ ପେଷ୍ଟ ଲଗାଇ ପାରୁନାହାଁନ୍ତି , ତେବେ ଆପଣ ଅଦାର ଏକ ଛୋଟ ଅଂଶକୁ ଚୋବାଇ ଖାଇପାରିବେ।

ଲବଙ୍ଗ:-
ଲବଙ୍ଗରେ ୟୁଗେନାଲ ନାମକ ତତ୍ତ୍ୱ ମିଳିଥାଏ , ଯାହା ପ୍ରାକୃତିକ ଆଂଶିକ ଆଣ୍ଟିସେପ୍ଟିକର କାମ କରିଥାଏ। ଏହା ଦାନ୍ତ ଯନ୍ତ୍ରଣାକୁ କମ କରିବା କିମ୍ବା ଜଳାପୋଡା ହ୍ରାସ କରିବାପାଇଁ କାମ କରିଥାଏ। ଲବଙ୍ଗର ଟିକିଏ ତେଲକୁ ତୁଳାରେ ପକାଇଦିଅନ୍ତୁ , ତାପରେ ତାହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ , ଏହାଦ୍ବାରା ଖୁବଶୀଘ୍ର ଆରାମ ମିଳିଥାଏ।

ଜୁଆଣୀ:-
ଜୁଆଣୀ ବ୍ୟବହାର କରିବା ଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ଖୁବଶୀଘ୍ର ଆରାମ ମିଳିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଅକ୍ସାଇଡ଼ ତତ୍ତ୍ୱ ମିଳିଥାଏ , ଯାହା ଦାନ୍ତର କ୍ଷତିକାରକ ବ୍ୟାକ୍ଟେରିଆକୁ ଶେଷ କରିଥାଏ। ଏହାକୁ ବ୍ୟବହାର କରିବାପାଇଁ ତୁଳାରେ କିଛି ବୁନ୍ଦା ଜୁଆଣୀ ତେଲ ନିଅନ୍ତୁ ଏବଂ ସେଥିରେ ଦୁଇ ବୁନ୍ଦା ପାଣି ମିଶାଇ ଦିଅନ୍ତୁ। ତାପରେ ତାହାକୁ ଯନ୍ତ୍ରଣାଯୁକ୍ତ ସ୍ଥାନରେ ଲଗାଇ ଦିଅନ୍ତୁ , ଏହାଦ୍ବାରା ଅତ୍ୟନ୍ତ ଆରାମ ମିଳିଥାଏ।

ଟି ବ୍ୟାଗ:-
ଟି ବ୍ୟାଗ ଚା କୁ କେବଳ କଡା କରିନଥାଏ ବରଂ ସେଥିରେ ରହିଥିବା ଉପାଦାନ ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ। ଟେନିନ ନାମକ ତତ୍ୱ ଦାନ୍ତ ଯନ୍ତ୍ରଣାରୁ ଉପଶମ ଦେଇଥାଏ ଏବଂ ଫୁଲା ମଧ୍ୟ କମ କରିଥାଏ। ଏଥିପାଇଁ ଆପଣ ଟି ବ୍ୟାଗ କୁ ନେଇ ତାହାକୁ ଅଧା କପ ପାଣିରେ ଓଦା କରିଦିଅନ୍ତୁ ଏବଂ ତାପରେ ଟି ବ୍ୟାଗକୁ ଦାନ୍ତର ଯନ୍ତ୍ରଣା ହେଉଥିବା ସ୍ଥାନରେ ରଖିଦିଅନ୍ତୁ , ଏହାଦ୍ବାରା ଖୁବଶୀଘ୍ର ଆରାମ ମିଳିଥାଏ।

ଅଲିଭ ତେଲ:-
ଅଲିଭ ତେଲରେ ଫେନୋଲିକ ଉପାଦାନ ମିଳିଥାଏ , ଯାହା ତାକୁ ଆଣ୍ଟିଇନଫ୍ଲାମେଟରୀ କରିଥାଏ। ଦାନ୍ତରେ ଏହାର ବ୍ୟବହାର ଯନ୍ତ୍ରଣାକୁ କମ କରିଥାଏ। ଏଥିପାଇଁ ଆପଣ ତୁଳାରେ କିଛି ବୁନ୍ଦା ଅଲିଭ ତେଲ ପକାଇ , ତାପରେ ତାହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ। ଯଦି ଆପଣଙ୍କୁ ଏହି ଘରୋଇ ଉପଚାର ମାଧ୍ୟମରେ ଲାଭ ହେଉନାହିଁ , ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ପସନ୍ଦ ଆସିଲା ତେବେ ଗୋଟିଏ ଲାଇକ ନିଶ୍ଚିତ କରନ୍ତୁ ଓ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button