ଓଡିଶା

ଆଜି ମହାଷଷ୍ଠୀ, ବିଭିନ୍ନ ଶକ୍ତି ପୀଠରେ ଚାଲିଛି ମା’ଙ୍କ ପୂଜା

ଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା। ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ। ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଛି ଧରାପୃଷ୍ଠ। ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି। ଏଥିପାଇଁ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ।

ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି। ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ବ୍ୟାପକ ଆୟୋଜନ କରାଯାଇଛି। ନୂୟାପଲ୍ଲୀ, ସହିଦନଗର, ଝାରପଡ଼ା, ରସୁଲଗଡ଼, ବରମୁଣ୍ଡା ଓ ଷ୍ଟେସନବଜାର ଆଦି ପ୍ରମୁଖ ମଣ୍ଡପ ସହ ସହରରେ ଶତାଧିକ ମଣ୍ଡପରେ ପୂଜା ପାଉଛନ୍ତି ମାଆ। ସେହିପରି ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ୱର ଆଦି ସ୍ଥାନରେ ବି ବେଶ୍ ଧୁମ୍ଧାମରେ ପାଳନ ହେଉଛି ପୂଜା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button