ମନୋରଞ୍ଜନ

ଗୋଟାଏ ଫିଲ୍ମରେ ୪୫ଟି ଭୂମିକାରେ ଅବତୀର୍ଣ୍ଣ ହୋଇ ରେକର୍ଡ କରିଛନ୍ତି ଏହି ଅଭିନେତା‌ – Utkal Mail


ନୂଆଦିଲ୍ଲୀ: ଯେତେବେଳେ ସଞ୍ଜୀବ କୁମାର ‘ନୟା ଦିନ୍ ନୟି ରାତ’ରେ ୯ଟି ଚରିତ୍ରରେ ଅଭିନୟ କରିଥିଲେ, ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ତାଙ୍କ ପ୍ରତିଭା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଏକା ସମୟରେ କିପରି ଜଣେ ୯ଟି ଭିନ୍ନ ଚରିତ୍ର କରିପାରିବେ ବୋଲି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।  ଚଳଚ୍ଚିତ୍ରରେ ଡବଲ୍ ଏବଂ ଟ୍ରିପଲ୍ ରୋଲ୍ କରିବା ଏକ ନୂଆ କଥା ନୁହେଁ, କିନ୍ତୁ ଏକାଠି ୯ଟି ଭୂମିକା ନିଭାଇବା ଏକ ବଡ କଥା ଥିଲା।

ବର୍ତ୍ତମାନ ଆମେ ଏକ ଖବର ଶୁଣାଇବା ପରେ ଏକାଥରକେ ୯ଟି ଚରିତ୍ର କରିବା କଥା ଆପଣଙ୍କୁ ଆଉ ବଡ଼ ଲାଗିବନି।  ଜଣେ ଭାରତୀୟ ଅଭିନେତା ଏକ ଚଳଚ୍ଚିତ୍ରରେ ଦଶ କିମ୍ବା ପନ୍ଦର ନୁହେଁ ଏକାଥରକେ ୪୫ଟି ଭୂମିକାରେ ଅଭିନୟ କରି ଏକ ରେକର୍ଡ ସୃଷ୍ଟି କରିଥିଲେ।

ଏହି ଅଭିନେତା ହେଉଛନ୍ତି ଜନସନ ଜର୍ଜ। ମାଲାୟାଲମ୍ ଚଳଚ୍ଚିତ୍ର ‘ଅରୁନୁ ନାଜନ’ରେ ଗୁଡ଼ା‌ଏ ଭିନ୍ନ ଚରିତ୍ର ନିଭାଇ ତାଙ୍କର ଅଭିନୟ ଦକ୍ଷତା ହେତୁ ହିଁ ରେକର୍ଡ ସୃଷ୍ଟି କରିଥିଲେ। ଏଠାରେ ସେ ଜଣେ ହାସ୍ୟ ଅଭିନେତା ଭାବେ ୪୫ଟି ଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଜର୍ଜଙ୍କ ସଫଳତାକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ବି ସ୍ଥାନ ଦିଆଯାଇଛି।

“ଗୋଟିଏ ଚଳଚ୍ଚିତ୍ରରେ ଜଣେ ଅଭିନେତା ସର୍ବାଧିକ ୪୫ଟି ଚରିତ୍ର ନିଭାଇ ରେକର୍ଡ ସୃଷ୍ଟି କରିଥିବା’’ ଗିନିଜ୍‌ ବୁକ୍‌ରେ ଲଲ୍ଲେଖ କରାଯାଇଛି। ଜନସନ ଜର୍ଜ ଗାନ୍ଧୀ, ଯୀଶୁ ଏବଂ ଲିଓନାର୍ଡୋ ଡା ଭିନ୍ସି‌ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button