ସ୍ୱାସ୍ଥ୍ୟ

କେବଳ 1 ସପ୍ତାହରେ କମିଯିବ ବଡ ପେଟ, ଏହି ସହଜ ଘରୋଇ ଉପାୟ ନିଶ୍ଚୟ କରି ଦେଖନ୍ତୁ

ଆଜିକାଲି ଅସନ୍ତୁଳିତ ଖାଦ୍ୟପେୟ ଏବଂ ଅନିୟମିତ ଜୀବନଶୈଳୀ ଯୋଗୁଁ ଅନେକ ଲୋକଙ୍କ ଠାରେ ମୋଟାପଣ ଦେଖିବାକୁ ମିଳୁଛି । କିନ୍ତୁ ପେଟ କମାଇବାକୁ ସମସ୍ତେ ଇଛା କରିଥାନ୍ତି । କାରଣ ଏହାଦ୍ବାରା ଶରୀର ସୁନ୍ଦର ଦେଖାଯିବା ସହ ରୋଗବ୍ୟାଧି ମଧ୍ୟ ହୋଇ ନଥାଏ । ପେଟ କମ୍ କରିବା ପାଇଁ ଲୋକମାନେ ଅନେକ ପ୍ରକାର ଉପାୟ ଆପଣେଇଥାନ୍ତି ତଥାପି ସଫଳ ହୋଇ ନଥାନ୍ତି । ତେବେ ଆଜି ଆମେ ଆପଣଙ୍କ ପାଇଁ ପେଟ କମ୍ କରିବାର ଏକ ସହଜ ଓ ସରଳ ଘରୋଇ ଉପାୟ ନେଇ ଆସିଛୁ ।

 

ଆଜିର ସମୟରେ ଏହି ମୋଟାପଣ ପାଇଁ ବହୁ ପ୍ରକାରର ରୋଗ ସବୁ ହେଉଛି । ପେଟ କମ୍ କରିବା ପାଇଁ ଅନେକ ଲୋକ ବିଭିନ୍ନ ମେଡ଼ିସିନ ଖାଇଥାନ୍ତି ତ ଆଉ କିଛି ଜିମ୍ ରେ ବହୁ ସମୟ ଧରି ଝାଳ ମଧ୍ୟ ବୁହାଇଥାନ୍ତି । ତଥାପି ସେଥିରୁ କିଛି ଫାଇଦା ମିଳି ନଥାଏ । ତେବେ ଆମେ କହିବାକୁ ଯାଉଥିବା ଉପାୟ କରିବା ଦ୍ଵାରା ଆପଣଙ୍କ ପେଟ ନିଶ୍ଚିତ ଭାବେ କମିଯିବ । ଏହି ଉପାୟ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ପିପ୍ପଳି । ପିପ୍ପଳିରେ ଥିବା ଔଷଧ ତତ୍ତ୍ଵ ଆପଣଙ୍କ ଚର୍ବିକୁ କମାଇବା ପାଇଁ ଚମତ୍କାରୀ ଭାବେ କାର୍ଯ୍ୟ କରିଥାଏ ।

ଏହା ଆମ ଶରୀରକୁ ଫୁର୍ତ୍ତି ରଖି ଆଳସ୍ୟତା ଦୂର କରେ ଓ ହଜମ ପ୍ରକ୍ରିୟାକୁ ଭଲ ରଖିଥାଏ । ଏହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କର ଆଖି ସମ୍ବନ୍ଧିତ ସମସ୍ଯା ଏବଂ ଚର୍ମ ସମ୍ବନ୍ଧିତ ସମସ୍ଯା ସବୁ ଦୂର କରିଥାଏ । ଏହି ଉପଚାର ପାଇଁ ଆପଣଙ୍କୁ ୧୫ ଗ୍ରାମ ପିପ୍ପଳି ଆବଶ୍ୟକ ହେବ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ମହୁ । ୧୫ ଗ୍ରାମ ପିପ୍ପଳିକୁ ଏକ ଚାମୁଚ ମହୁରେ ଭଲ ମିଶାଇ ଦିଅନ୍ତୁ ଓ ଏହାକୁ ବାସି ମୁହଁରେ ଖାଲି ପେଟରେ ସେବନ କରନ୍ତୁ ।

ଏହିପରି କିଛି ଦିନ ସେବନ କରି ଦେଖନ୍ତୁ ଦେଖିବେ ଆପଣଙ୍କ ବଢିଥିବା ପେଟ ଏବଂ ଓଜନ ବହୁତ ଶୀଘ୍ର କମିଯିବ । ଏହାସହ ଆପଣ ନିଜ ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସନ୍ତୁଳିତ ଖାଦ୍ଯ ସେବନ କରନ୍ତୁ । ବଜାରର ତେଲ ଜାତୀୟ ଖାଦ୍ଯ ଏବଂ ଜଙ୍କ ଫୁଡ୍ ଆଦି ଖାଇବା ଠାରୁ ନିଜକୁ ଦୂରେଇ ରଖନ୍ତୁ । ସମୟରେ ଉଚିତ ଖାଦ୍ଯ ଖାଆନ୍ତୁ ଓ ଖାଇବା ସାଙ୍ଗେ ସାଙ୍ଗେ ଖାତାରେ ଶୁଅନ୍ତୁ ନାହିଁ ଲ ଖାଇ ସାରିବା ପରେ କିଛି ସମୟ ଚଲାବୁଲା କରନ୍ତୁ ଓ ତା’ପରେ ଶୋଇବାକୁ ଯାଆନ୍ତୁ ।

 

ଏହାସହ ପ୍ରତିଦିନ କିଛି ସମୟ ନିଶ୍ଚୟ ବ୍ୟାୟାମ ଓ ଯୋଗ ଆଦି କରନ୍ତୁ । ନଚେତ କିଛି ସମୟ କେବଳ ଚାଲନ୍ତୁ । ପାଣି ମଧ୍ୟ ପ୍ରଚୁର ଭାବେ ପିଇବା ଆବଶ୍ୟକ । ସନ୍ତୁଳିତ ଜୀବନଶୈଳୀ ଆପଣେଇବା ଦ୍ଵାରା ଆପଣ ସୁସ୍ଥ ରହିବେ ଓ ଆପଣଙ୍କ ପେଟ ମଧ୍ୟ ଶୀଘ୍ର କମିଯିବ । ଏହି ଚମତ୍କାରୀ ଘରୋଇ ଉପାୟ ନିଶ୍ଚୟ ଥରେ କରି ଦେଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button