ଦେଶ ବିଦେଶ

ଦୁନିଆର ସବୁଠୁ ଦାମୀ ଖାଦ୍ୟ; ଏଠାରେ ମିଳେ ସୁନାର ତିଆରି ଖାଦ୍ୟ, ଯାହାର ମୂଲ୍ୟ ଲକ୍ଷେ ଲକ୍ଷେ ଟଙ୍କା

ଆପଣ କେବେ ସୁନାର ସ୍ୱାଦ ଚାଖିଛନ୍ତି କି? ଦୁନିଆରେ ଏପରି କିଛି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯେଉଁଥିରେ ଖାଇବା ପାଇଁ ଉପଯୋଗୀ ଥିବା ସୁନା ବ୍ୟବହାର କରାଯାଏ। ମାତ୍ର ଏହା ଖୁବ୍ ମହଙ୍ଗା। ସୁନା ଦାମ ଦିନକୁ ଦିନ ବଢୁଥିବା ବେଳେ ସବୁ ମଣିଷଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଛି | ସେଥିମଧ୍ୟରେ ଏମିତି ବହୁ ରେସ୍ତୋରାଣ୍ଟ ଅଛି ଯେଉଁଠାରେ ସୁନାର ଖାଦ୍ୟ ମିଳିଥାଏ | ଏହାର ମୂଲ୍ୟ ମଧ୍ୟ ଲକ୍ଷେ ଲକ୍ଷେ ଟଙ୍କା |

ଥାଇଲ୍ୟାଣ୍ଡର “ଗୋଲ୍ଡେନ୍ ସେଲ୍” ରେଷ୍ଟୁରାଣ୍ଟରେ ଉପଲବ୍ଧ ଫ୍ରାଏଡ ଚାଉଳ ବାସ୍ତବରେ ରାଜକୀୟ ଖାଦ୍ୟ ପରି ଦେଖାଯାଏ | ଏହା ମାଛ, କଙ୍କଡା, ଛତୁ ସହ ଖାଦ୍ୟରେ ଉପଯୋଗୀ ସୁନାକୁ ବ୍ୟବହାର କରାଯାଏ। ଏହାର ଦାମ୍ ପ୍ରାୟ ୫୦ ହଜାର ଟଙ୍କା।

ଜାପାନରେ “ସୁଶି ୟାସୁଦା” ରେଷ୍ଟୁରାଣ୍ଟରେ ମିଳୁଥିବା ସୁଶୀ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ସ୍ୱାଦିଷ୍ଟ ହେବା ସହ ଖୁବ୍ ସୁନ୍ଦର ଦେଖାଯାଏ ମଧ୍ୟ। ଏଥିରେ ସତେଜ ସି ଫୁଡ୍ ସହ ସୁନାରେ ତିଆରି ଏକ ପ୍ରକାର ଫୁଲ ପରଷା ଯାଇଥାଏ। ଏହାର ଦାମ୍ ପ୍ରାୟ ୭୦ ହଜାର ଟଙ୍କା।

ଭିଏତନାମାର “ଜେନେସଭିଲ୍ ଲେପି” ରେଷ୍ଟୁରାଣ୍ଟରେ ମିଳୁଥିବା ଏକ କଫି, ବିଳାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରିଥାଏ। ଏଥିରେ ସବୁଠାରୁ ମହଙ୍ଗା କଫି କେଓପି ଲୁୱାକ୍ ବ୍ୟବହାର କରାଯାଏ। ଏହି କଫିରେ ସୁନାର ପରସ୍ତ ଦିଆଯାଏ। ଏହାର ଏକ କପ କଫିର ଦାମ୍ ୧ ଲକ୍ଷ ଟଙ୍କା।

ଇଟଲୀର “ରେନାଟୋ ଭିଓଲା’ ରେଷ୍ଟୁରାଣ୍ଟରେ ମିଳୁଥିବା ଏହି ପିଜ୍ଜା ସବୁଠାରୁ ମହଙ୍ଗା। ଏଥିରେ ୨୪ କ୍ୟାରେଟ୍ ସୁନାର ପରସ୍ତ ମଧ୍ୟ ଦିଆଯାଏ। ଏହାର ମୂଲ୍ୟ ପ୍ରାୟ ୨.୫ ଲକ୍ଷ ଟଙ୍କା।

ନ୍ୟୁୟର୍କ ସହରରେ “ସେରେଣ୍ଡିପିଟି” ରେଷ୍ଟୁରାଣ୍ଟରେ ମିଳୁଥିବା ଆଇସକ୍ରିମ ଏକ ରାଜକୀୟ ଖାଦ୍ୟ। ଏଥିରେ ପ୍ରାୟ ୨୮ ପ୍ରକାରର ଜିନିଷ ସହ ୨୩ କ୍ୟାରେଟ୍ ସୁନା ବ୍ୟବହାର ହୋଇଥାଏ। ଏହାର ମୂଲ୍ୟ ପ୍ରାୟ ୨୦.୭୫ ଲକ୍ଷ ଟଙ୍କା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button