ବିଚାର

ଠାକୁର ପୂଜା କରିବା ସମୟରେ ମୁଣ୍ଡରେ ଲୁଗା ଦେବା ଦ୍ଵାରା କେଉଁ ଲାଭ ମିଳିଥାଏ? ପଢନ୍ତୁ ୧୧ ଗୋଟି ଅନୁଚିନ୍ତା

ଆଜି ଆମେ ଆପଣଙ୍କୁ କିଛି ଏଭଳି ବିଶେଷ ଅନୁଚିନ୍ତା ବା ନିୟମ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହା ଆମ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ନିୟମ ଗୁଡ଼ିକୁ ପାଳନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ସେହି ଅନୁଚିନ୍ତା ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ବାରମ୍ବାର ହାତରୁ ଲୁଣ ତଳେ ପଡି ଯାଉଥିଲେ, ଅଶୁଭ ସଂକେତ ମିଳିଥାଏ। ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ। ହାତରୁ ବାରମ୍ବାର ତେଲ ଢାଳି ହୋଇଗଲେ ମଧ୍ୟ ଘରେ ଅଭାବ ଅନଟନ ଦେଖା ଦେଇଥାଏ ଏବଂ ଋଣ ଭାର ବଢ଼ିଥାଏ।

୨/ ପୂଜା କରିବା ସମୟରେ ପୂଜା ଥାଳି ହାତରୁ ଖସି ପଡିଲେ ଘରକୁ ସଙ୍କଟ ଆସିବାର ସଂକେତ ମିଳିଥାଏ।ଖାଉଥିବା ସମୟରେ ହାତରୁ ଯଦି କୌଣସି ଖାଦ୍ୟ ଜିନିଷ ତଳେ ପଡିଯାଏ, ତାହେଲେ ଆଗାମୀ ଦିନରେ ଦାରିଦ୍ର୍ୟତା ଗ୍ରାସ କରିବାର ସମ୍ଭାବନା ରହିଥାଏ।

୩/ ଖାଦ୍ୟ ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ ରାହୁଙ୍କର ଖରାପ ପ୍ରଭାବ ପଡିବାର ସଂକେତ ମିଳିଥାଏ। ଯଦି ଆପଣ କିଛି ମଧ୍ୟ ନିୟମ ମାନିବେ ନାହିଁ, ତାହେଲେ ନ୍ୟାୟର ଦେବତା ଶନିଦେବଙ୍କ କୋପ ଦ୍ରୁଷ୍ଟି ପଡ଼ିବାର ସମ୍ଭାବନା ରହିଥାଏ।

୪/ ଗାଧୋଇ ସାରିବା ପରେ ଗାଧୁଆ ପାଣିରେ ନିଜ ଗୋଡ଼ ଧୋଇବା ଦ୍ୱାରା ବ୍ୟକ୍ତି ଦରିଦ୍ର ହୋଇ ଯାଇଥାଏ। ଗାଧୋଇବା ସମୟରେ ଝଡି ପଡିଥିବା ଚୁଟି ଗାଧୁଆ ଘରେ ପଡି ରହିଲେ ଆପଣଙ୍କ ବ୍ୟବସାୟରେ ବାଧାବିଘ୍ନ ସୃଷ୍ଟି ହୋଇଥାଏ।

୫/ ବିବାହିତ ସ୍ତ୍ରୀ ଲୋକମାନେ ଗାଧୋଇବାର ତୁରନ୍ତ ପରେ ସିନ୍ଦୂର ଲଗାଇବା ଅଶୁଭ ହୋଇଥାଏ ଓ ମନରେ ଖରାପ ଭାବନା ଆସିଥାଏ। ଠାକୁର ଘରେ ଠାକୁର ମୂର୍ତ୍ତି ବା ଫଟୋ ଏଭଳି ରଖିବା ଉଚିତ ଯେ, ଗୋଟିଏ ଠାକୁରଙ୍କ ଦ୍ରୁଷ୍ଟି ଅନ୍ୟ ଠାକୁରଙ୍କ ଉପରେ ପଡ଼ିବ ନାହିଁ।

୬/ ଠାକୁର ଘରେ କେବେବି ଠାକୁରଙ୍କ ମୁହଁ ଘୋଡାଇ ରଖିବା ଉଚିତ ନୁହେଁ। ଏହାସହିତ ବାସ କରୁଥିବା ଘର କେବେ ବି ୩ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଖାଲି ରଖିବା ଉଚିତ ନୁହେଁ।

୭/ ଘରୁ ପରିବାର ଲୋକେ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଠାକୁର ଘର ତାଲା ପକାଇବା ଉଚିତ ନୁହେଁ, ଏହା ଅଶୁଭ ମାନା ଯାଇଥାଏ। ମନ୍ଦିରରେ ଠାକୁରଙ୍କ ଦର୍ଶନ ସାରି ଫେରିବା ପରେ ଘଣ୍ଟି ବଜାଇବା ଉଚିତ ନୁହେଁ।

୮/ ସ୍ତ୍ରୀଲୋକ ମାନେ ଦଣ୍ଡବତ ପ୍ରଣାମ କରିବା ଅନୁଚିତ। ଗର୍ଭବତୀ ମହିଳା ମାନେ ଶିବଲିଙ୍ଗକୁ ସ୍ପର୍ଶ କରିବା ଅନୁଚିତ। ଏହାସହିତ ସ୍ତ୍ରୀଲୋକ ମାନେ ମନ୍ଦିରରେ ନଡିଆ ବାଡେଇବା ଏବଂ ମାସିକ ଧର୍ମ ଚାଲିଥିବା ସମୟରେ ମନ୍ଦିରକୁ ପ୍ରବେଶ କରିବା ଉଚିତ ନୁହେଁ।

୯/ ମନ୍ଦିରରେ ଦୀପ ଜଳାଇବା ସମୟରେ ଅନ୍ୟର ଦୀପରେ ନିଜ ଦୀପ ଲଗାଇବା ଅଶୁଭ ହୋଇଥାଏ। ମହିଳା ଓ ପୁରୁଷ ମାନେ ହନୁମାନ ଓ ଶନିଦେବଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବା ଉଚିତ ନୁହେଁ।

୧୦/ ପୁରୁଷ ଓ ମହିଳା ଉଭୟ ଠାକୁର ପୂଜା କରିବା ସମୟରେ ମୁଣ୍ଡକୁ ବସ୍ତ୍ର ଦ୍ଵାରା ଘୋଡାଇବା ଉଚିତ। ଏହାଦ୍ବାରା ଚଞ୍ଚଳ ମନ ସ୍ଥିର ହୋଇଥାଏ ଓ ଆଶୀର୍ବାଦ ପ୍ରାପ୍ତ ହୁଏ।ଭଗବାନ ସୂର୍ଯ୍ୟଙ୍କୁ ସକାଳେ ଜଳ ଅର୍ପଣ କରି ମନ୍ତ୍ର ପଢ଼ିଲେ ଜୀବନର ସବୁ ସମସ୍ୟା ଦୂର ହୋଇ ଯାଇଥାଏ।

୧୧/ ପୂର୍ଣ୍ଣିମା ଓ ଏକାଦଶୀ ବ୍ରତ କରୁଥିବା ଲୋକେ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କଲେ, ଚନ୍ଦ୍ର ଦୋଷ ଦୂର ହୋଇଥାଏ ଏବଂ ନିଦ୍ରା ଜନିତ ସମସ୍ୟା ଦୂର ହୋଇଥାଏ।

ତେବେ ବନ୍ଧୁଗଣ , ଆଶା କରୁଛୁ ଆପଣଙ୍କୁ ଏହି ଲେଖା ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ ଲାଇକ କରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button