ଦେଶ ବିଦେଶ

ଆଣ୍ଡାମାନର ୨୧ଟି ଦ୍ୱୀପର ନାମକରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜର ୨୧ଟି ଦ୍ୱୀପର ନାମକରଣ କରିଛନ୍ତି । ପରମବୀର ଚକ୍ର ବିଜେତା ଯବାନଙ୍କ ନାମରେ ଏହି ୨୧ଟି ଦ୍ବୀପକୁ ନାମିତ କରାଯାଇଛି । ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନିର୍ମାଣ ହେବାକୁ ଥିବା ନେତାଜୀ ଜାତୀୟ ମେମୋରିଆଲର ମଡେଲକୁ ଉଦଘାଟନ କରିଥିଲେ।

ଜାନୁଆରୀ ୨୩ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଭାରତ ସରକାର ପରିକ୍ରାମ ଦିବସ ରୂପେ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେବା ସହ ଏହି ଦ୍ଵୀପପୁଞ୍ଜ ଆଗାମୀ ପୀଢ଼ି ପାଇଁ ପ୍ରେରଣାର ସ୍ଥଳ ପାଲଟିବ । ଦିଲ୍ଲୀ, ବଙ୍ଗଳା ଠାରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପର୍ଯ୍ୟନ୍ତ ସମଗ୍ର ଦେଶ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ନେଟାଜୀଙ୍କ ସ୍ମାରକୀ ଲୋକମାନଙ୍କ ହୃଦୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବ। ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ଆମେ ନେତାଜୀଙ୍କ ସହ ଜଡିତ ଗୋପନୀୟ ଦସ୍ତାବିଜ ସାର୍ବଜନୀନ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button