ଜୀବନଶୈଳୀ

କାହିଁକି ଆସିଲା ଟାଇପ-C ଚାର୍ଜର

ଆଜି ଆମେ ସମସ୍ତେ ଡିଜିଟାଲ ଯୁଗରେ ପହ଼ଞ୍ଚିଲେଣି। ଆଜିକାଲି ଛୋଟପିଲାଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ଆମେ ସମସ୍ତେ ସ୍ମାର୍ଟଫୋନ ସହ ଭଲ ଭାବରେ ପରିଚିତ। କି-ପ୍ୟାଡ ଫେନରୁ ଆରମ୍ଭ ହୋଇ ଏବେ ସ୍ମାର୍ଟଫୋନ ଯୁଗରେ ପହ଼ଞ୍ଚିଲେଣି। ସମୟ ସହ 2ଜି,3ଜି,4ଜି ଆଉ ଏବେ 5ଜିର ଯୁଗ ଆସିଲାଣି। ସମୟ ସହିତ ମୋବାଇଲ ଫୋନ ବଦଳିଥିବାରୁ ଏହାର ଆସୋସୋରିଜ ବି ବଦଳିଛି। ଯେମିତି ଆମକୁ ବଂଚିବା ପାଇଁ ଖାଦ୍ୟ ଆବଶ୍ୟକ, ଠିକ ସେପରି ଫୋନ ଚଲାଇବା ପାଇଁ ଚାର୍ଜର ଆବଶ୍ୟକ।

ଫୋନକୁ ଚାର୍ଜ କରିବାକୁ ହେଲେ ଏହାର ମାଧ୍ୟମ ହେଉଛି ଚାର୍ଜର। ଆଜିକାଲି, ଫୋନ ଚାର୍ଜରରେ ସି-ଟାଇପର ବହୁଳ ବ୍ୟବହାର ହେଉଛି। ଏହାରି ଭିତରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବା, ଏଇ ଟାଇଫ-ସି ଚାର୍ଜର ଆବଶ୍ୟକ କଣ ଥିଲା। ଟାଇପ-ସି ର ଲାଭ କଣ। ତେବେ ଆମେ କହିରଖୁଛୁ, ଆଜିକାଲି ସବୁ ସ୍ମାର୍ଟ ଫୋନରେ ୟୁଏସବି 2.0 ପୋର୍ଟ ବଦଳରେ ୟୁଏସବି ଟାଇପ-ସି ପୋର୍ଟ ଦିଆଯାଉଛି।

ଆଜିକାଲୀ ଅଧିକାଂଶ ସ୍ମାର୍ଟଫୋନ ୟୁଏସବି ଟାଇପ-ସି ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ଆସେ। ୟୁଏସବି ଟାଇପ-ସି ମାଇକ୍ରୋ ୟୁଏସବି 2.0 ଅପେକ୍ଷା ଫୋନକୁ ଶୀଘ୍ର ଚାର୍ଜ କରେ। ମାଇକ୍ରୋ ୟୁଏସବି 2.0 ପୋର୍ଟ ସର୍ବାଧିକ 20 ୱାଟର ଶକ୍ତି ସ୍ଥାନାନ୍ତର କରିପାରିବ।  ଯେତେବେଳେ କି ୟୁଏସବି ଟାଇପ ସି 100 ୱାର୍ଡ ପର୍ଯ୍ୟନ୍ତ ଶକ୍ତି ସ୍ଥାନାନ୍ତର କରିପାରେ। ଫଳରେ ୟୁଏସବି ଟାଇପ ସି ରେ ଫୋନ ପାଞ୍ଚ ଗୁଣା ଶୀଘ୍ର ଚାର୍ଜ ହୋଇପାରିବ।

Related Articles

Leave a Reply

Your email address will not be published. Required fields are marked *

Back to top button