ଜୀବନଶୈଳୀ

କେଉଁ ତେଲରେ ଦୀପ ଜଳାଇଲେ ଦୁଃଖ ଦୂର ହୋଇଥାଏ।

ଆଜିର ପୋଷ୍ଟରେ ଆମେ ଜାଣିବା କେଉଁ ତେଲରେ ଦୀପ ଜଳାଇଲେ ଦୁଃଖ ଦୂର ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଠାରୁ ନେଇ ବ୍ୟକ୍ତିଙ୍କ ଭାଗ୍ୟ ପର୍ଯ୍ୟନ୍ତ ସମସ୍ତ କଥା କୁହାଯାଇଛି ବିସ୍ତାର ଭାବରେ। ପୂଜାପାଠ କରୁଥିବା ସମୟରେ ଦୀପରେ କେଉଁ ତେଲ ଦେଇ ଜଳାଇଲେ ଜୀବନରେ ସମସ୍ୟା ଦୂର ହୋଇଯିବ। ସମସ୍ତ ରାଶି ପାଇଁ ଅଲଗା ଅଲଗା ବସ୍ତୁ ଲକି ହୋଇଥାଏ କିନ୍ତୁ ଆଜି ଆମେ ତେଲ ବିଷୟରେ ଆଲୋଚନା କରିବା। ଆସନ୍ତୁ ଜାଣିବା ଦୀପରେ କେଉଁ ତେଲ ବ୍ୟବହାର କରିବା ଦ୍ୱାରା ଜୀବନରେ ସମସ୍ୟା ଦୂର ହେବ। ଭାଗ୍ୟ ଆପଣଙ୍କ ସାଥ ଦେବ। ଆସନ୍ତୁ ଜାଣିବା କେଉଁ ଦୀପ ଜାଳିଲେ କଣ ସୁଫଳ ମିଳେ।

ସମସ୍ତ ଦୀପ ଅପେକ୍ଷା ମାଟିର ଦୀପକୁ ଅଧିକ ଶୁଭ ମାନାଯାଏ।

ଅଟାର ଦୀପ ଜାଳିଲେ ସର୍ବଦା ଘିଅରେ ହିଁ ଜାଳିବେ। ଏଥିରେ ତେଲ ଦେଇ ଜଳେଇବେ ନାହିଁ। କୌଣସି ପ୍ରକାରର ସାଧନ ବା ସିଦ୍ଧି ପାଇଁ ଅଟାର ଦୀପ ଜଳାଯାଇଥାଏ। ଏହାପାଇଁ ଏହାକୁ ଅଧିକ ଶୁଭ ମାନାଯାଏ।

ଘରେ ଯଦି କୌଣସି ପ୍ରକାରର ଆର୍ଥିକ ସ୍ଥିତିକୁ ନେଇ ସମସ୍ୟା ଚାଲିଥାଏ ତେବେ ପୂଜା ଘରେ ନିୟମିତ ଶୁଦ୍ଧ ଘିଅର ଦୀପ ଜାଳିବେ କୌଣସି ବସ୍ତୁର ଦୀପ ହେଲେ ଚଳିବ ସେଥିରେ ଲାଲ ବତୀ ଦେଇ ଜଳେଇବେ। ଏହା ଦ୍ବାରା ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି । ଘରେ ଅବା ମନ୍ଦିରରେ ଶୁଦ୍ଧ ଗାଇ ଘିଅର ଅଖଣ୍ଡ ଦୀପ ମଧ୍ୟ ଜଳାଇପାରିବେ। ଘିଅ କିମ୍ବା ତିଳ ତେଲରେ ଦୀପ ଜଳାଇଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି ଘିଅର ଦୀପରେ ୧ ଟି ଲବଙ୍ଗ ନିଶ୍ଚୟ ପକେଇ ଜଳେଇବେ।

ଶତ୍ରୁଙ୍କ କବଳରୁ ରକ୍ଷା ପାଇବା ପାଇଁ ଘରେ ସୋରିଷ ତେଲର ଦୀପ ଜାଳିବା ଆବଶ୍ୟକ। ଶତ୍ରୁ ଶାନ୍ତ ହୋଇଯିବେ। ଏହା ବ୍ୟତୀତ ସୂର୍ଯ୍ୟଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଧ୍ୟ ସୋରିଷ ତେଲର ଦୀପ ଜଳାଯାଏ। ସୂର୍ଯ୍ୟ ମଜବୁତ ହୋଇଗଲେ ଚାକିରୀରେ ଶୁଭ ଫଳ ମିଳିଥାଏ ମାନ ସମ୍ମାନ ମିଳିଥାଏ। ପୁରା ୯ ଟି ଗ୍ରହ କଣ୍ଟ୍ରୋଲରେ ଆସିଯାନ୍ତି।

ଯାହାର ଶନି ଦଶା ଚାଲିଥାଏ ସେ ଗ୍ରହ ଶାନ୍ତି ପାଇଁ ତିଳ ତେଲର ଦୀପ ଜଳାଇବା ଉଚିତ। କୁହାଯାଏ ଏହି ଦୀପ ଜଳାଇଲେ ଶନି ଦେବ ସନ୍ତୁଷ୍ଟ ହୋଇଥାନ୍ତି। ଜୀବନରେ ଅଧିକ ସମସ୍ୟା ଥିଲେ ମୁକ୍ତି ମିଳିଥାଏ। ଏହା ଦ୍ୱାରା ଦେବୀଦେବତା ମଧ୍ୟ ପ୍ରସନ୍ନ ହୋଇଥାନ୍ତି।

ରାହୁ କେତୁ ଦଶା ପଡିଥିଲେ ଏହି ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଆପଣ ନିଜ ଘରେ ଅଳସୀ ତେଲର ଦୀପ ଘରେ ଜାଳିବା ଉଚିତ।

ହନୁମାନଙ୍କ କୃପା ପାଇବା ପାଇଁ ତ୍ରିମୁଖୀ ଦୀପ ଗୋଟେ ଦୀପରେ ୩ ଟି ବତିରେ ଚମେଲି ତେଲକୁ ଦେଇ ଜଳେଇଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଭଗବାନ ହନୁମାନ ସମସ୍ତ ବାଧା ବିଘ୍ନକୁ ଦୂର କରିଥାନ୍ତି।

ଭଗବାନ ଗଣେଶଙ୍କ କୃପା ପାଇବା ପାଇଁ ପ୍ରତିଦିନ ଘରେ ତ୍ରିମୁଖୀ ଦୀପ ଜଳାଇବା ଆବଶ୍ୟକ। ଏହି ଦୀପରେ ଘିଅ ଦେଇ ଜଳେଇବେ ତେଲ ଦେବେ ନାହିଁ।

ଭୈରବ ସେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାରିମୁଖ ଦୀପରେ ସୋରିଷ ତେଲ ଦେଇ ଜାଳିପାରିବେ। ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରୁ ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ।

ଘରେ ଯଦି କୌଣସି ମକଦମା ବା କେସ ଚାଲିଥିଲେ ସେଥିରେ ବିଜୟୀ ପ୍ରାପ୍ତ ପାଇଁ ପୂଜା ଘରେ ପଞ୍ଚମୁଖୀ ଦୀପ ଜାଣିବା ଆବଶ୍ୟକ। ଏହା ଦ୍ୱାରା ଭଗବାନ କାର୍ତ୍ତିକେୟ ସନ୍ତୁଷ୍ଟ ହୋଇଥାନ୍ତି।

ସପ୍ତମୁଖୀ ଦୀପ ଦେବୀ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ପୂଜା ଘରେ ଦେବୀଙ୍କ ସାମ୍ନାରେ ସପ୍ତମୁଖୀ ଦୀପ ଜାଳିବା ଉଚିତ। ଗୋଟେ ଦୀପରେ ୭ ଟି ଲାଲ ବତୀ ନେଇ ସେଥିରେ ଘିଅ ଦେଇ ଜଳେଇବେ ଏବଂ ସେଥିରେ ୧ ଟି ଲବଙ୍ଗ ନିଶ୍ଚୟ ପକେଇ ଦେବେ। ମା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ।

ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘିଅ ବା ସୋରିଷ ତେଲ ଦେଇ ଆଠ ବା ବାର ମୁଖୀ ଦୀପ ଜାଳିବା ଉଚିତ। ସେମିତି ଗୋଟେ ଦୀପରେ ୮ ଟି କିମ୍ବା ୧୨ ଟି ବତୀ ନେଇ ସେଥିରେ ଘିଅ କିମ୍ବା ସୋରିଷ ତେଲ ଦେଇ ଭଗବାନ ଶିବଙ୍କ ପାଖରେ ଜଳେଇ ଦିଅନ୍ତୁ। ଏହି ପ୍ରୟୋଗ ଶ୍ରାବଣ ମାସରେ କରିପାରିବେ।

ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିୟମିତ ପୂଜା ଘର ସାମ୍ନାରେ ଏକ ଷୋଳମୁଖୀ ଦୀପ ଜାଳିପାରିବେ। ସେମିତି ଗୋଟେ ଦୀପରେ ୧୬ ଟି ଲାଲ ବତୀ ନେଇ ଦୀପ ଜାଳିବେ। ଏହା ଦ୍ବାରା ଆପଣଙ୍କ ଜୀବନରେ କଷ୍ଟ ଦୂର ହୋଇଯିବ।

ଭଗବାନଙ୍କ କୃପା ପାଇବା ପାଇଁ ସର୍ବଦା ଦୀପ ଗୋଲ ଏବଂ ଗହିରା ହେବା ଉଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button