ଧର୍ମ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ, ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ଦେଲେ ହେମାମାଳିନୀ

ପୁରୀ : ବଲିଉଡ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ ପ୍ରସଙ୍ଗ । ବିବାଦକୁ ନେଇ ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ ହେମାମାଳିନୀ । ମୁଁ ସନାତନୀ ହିନ୍ଦୁ ଧର୍ମରେ ଅଛି ଏବଂ ସମସ୍ତ ନୀତି ନିୟମକୁ ପାଳନ କରୁଛି ।
ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ମୁଁ ଅନେକ ଥର ଆସିଛି । ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟ ମରେ ସ୍ପଷ୍ଟୀକରଣ ରଖିଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା । ହେମାମାଳିନୀ ଅଣହିନ୍ଦୁ ହୋଇ କିଭଳି ଶ୍ରୀମନ୍ଦିରରେ ପ୍ରବେଶ କଲେ ସେ ନେଇ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏତଲା ଦିଆଯାଇଥିଲା । ଗତ ହୋଲି ଉତ୍ସବ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ ହେମାମାଳିନୀ ।