ସ୍ୱାସ୍ଥ୍ୟ

ପୁରୁଣାରୁ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା କାରଣ ଏବଂ ଉପଚାର କରନ୍ତୁ ଏହି ଘରୋଇ ଉପାୟ ଦ୍ୱାରା

ବୟସ ବଢିବା ମାତ୍ରେ ଆଣ୍ଠୁ ଗଣ୍ଠି ବିନ୍ଧିବା ଏକ ସାଧାରଣ ସମସ୍ୟା କିନ୍ତୁ ଆଜିକାଲି ଯୁବପିଢି ମାନଙ୍କ ପାଖରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି। ତେବେ ଆଜି ଆମେ ଆପଣଙ୍କ ସହିତ ଆଲୋଚନା କରିବା ଆଣ୍ଠୁ ଗଣ୍ଠି ବିନ୍ଧା ଆଉ ତାର ଦରଜ ବିଷୟରେଏବଂ ଏହାର କାରଣ ଆଉ ଲକ୍ଷଣ ସବୁ କଣ। କଣ ଖାଇବା ଆପଣଙ୍କ ପାଇଁ ହିତକର ଏବଂ କେଉଁ ଖାଦ୍ୟକୁ ଖାଇବା ପାଇଁ ବାରଣ କରା ଯାଇଛି। ଏହା ସହିତ ଏହାକୁ ଦୂର କରିବା ପାଇଁ କଣ ଉପାୟ ରହିଛି ତା ବାବଦରେ ମଧ୍ୟ ଜାଣିବା।

ଆଣ୍ଠୁ ଗଣ୍ଠି ଦରଜର କାରଣ:-ଶରୀରରେ ବାୟୁ ବାତ ପ୍ରଭୃତି ରହିଥିଲେ ଏହି ସମସ୍ୟା ଦେଖା ଯାଇଥାଏ। ଶରୀରରେ ଥଣ୍ଡା ବା କଫ ପ୍ରଭୃତି ରହୁଥିଲେ ଏହି ସମସ୍ୟା ଆକ୍ରାନ୍ତ କରିଥାଏ। ଏହା ସହିତ ଝାଡା ସଫା ନହେବା କବଚ ମଳକଣ୍ଟକ ଆଦି ରହିଥିଲେ ଆଣ୍ଠୁ ଗଣ୍ଠି ଦରଜ ହୋଇଥାଏ। ଶରୀରରେ କ୍ୟାଲସିୟମ ର ଅଭାବ ରହିଲେ ମଧ୍ୟ ଆଣ୍ଠୁ ଗଣ୍ଠି ଦରଜ ହୋଇଥାଏ। ଅତ୍ୟଧିକ ଆଳସ୍ୟ ସଠିକ ପରିମାଣରେ ପରିଶ୍ରମ ନକରିବା ଓଜନ ବଢିବା ମଧ୍ୟ ଏହାର ଏକ କାରଣ ହୋଇପାରେ। ମହିଳା ମାନଙ୍କ ପିରିୟଡ଼ରେ ଗଡବଡ ହେଲେ ମଧ୍ୟ ଏହି ସମସ୍ୟା ଉପୁଜି ଥାଏ।

ଆଣ୍ଠୁ ଗଣ୍ଠି ଦରଜର ଲକ୍ଷଣ:-ଆଣ୍ଠୁ ଗଣ୍ଠି ଭୀଷଣ ବିନ୍ଧା ହେବା।ଉଠିବା ବସିବାରେ ଚାଲିବାରେ କଷ୍ଟ ଅନୁଭବ ହେବା। ଦେହ ଭାରି ଲାଗିବା ଅରୁଚି ଲାଗିବା ଦୁର୍ବଳ ଲାଗିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ।

ଆଣ୍ଠୁ ଗଣ୍ଠି ଦରଜ ହେଲେ କଣ ଖାଇବେ ନାହିଁ:ବାଇଗଣ, ବୈତାଳୁ କମ୍ ଖାଆନ୍ତୁ। ବିରି ଡାଲି, ବୁଟ ଡ଼ାଲି, ଖଟା ଜାତୀୟ ଖାଦ୍ୟ, ଫାଷ୍ଟ ଫୁଡ୍, ଜଙ୍କ ଫୁଡ୍, ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଦୁମ୍ରପାନ, ନିଶା ସେବନ ଚାହା କଫି ଠାରୁ ଦୂରେଇ ରୁହନ୍ତୁ।

ଆଣ୍ଠୁ ଗଣ୍ଠି ଦରଜ ହେଲେ କଣ ଖାଇବେ:-କ୍ଷୀର, ଚଣା, ମୁଗ, ମସୁର, ସବୁଜ ପରିବା, କଦଳୀ, ପିଜୁଳି, କିସମିସ ଏବଂ ଅନ୍ୟାନ୍ୟ ଫଳ ସବୁ ଖାଇ ପାରିବେ। ଏହା ସହିତ ଖାଦ୍ୟରେ ପ୍ରତିଦିନ ଅଦା, କଳା ମରିଚ ଏବଂ ମେଥି ବ୍ୟବହାର କରନ୍ତୁ।

ଘରୋଇ ଉପଚାର:-

୧. ଖାଣ୍ଟି ସୋରିଷ ତେଲ ୨୫୦ ଗ୍ରାମ, ଗୋଲମରିଚ, ସନ୍ଧବ୍ୟ ଲବଣ, ଅଫିମ, ଯାଇତ୍ରିକୁ ୧୦ ଗ୍ରାମ ଲେଖାଏଁ ନିଅନ୍ତୁ। ଏହାପରେ ଦୁଇଟି ଯାଇ ଫଳ ଏବଂ ୨୫ ଗ୍ରାମ ରସୁଣକୁ ନେଇ ଏହି ସବୁକୁ ମୃଦୁ ନିଆଁରେ ପାକ କରି ଏହାକୁ ଛାଣି ଯନ୍ତ୍ରଣା ସ୍ଥାନରେ ମାଲିସ କଲେ ଆଣ୍ଠୁ ଗଣ୍ଠି ଦରଜରୁ ଉପଶମ ମିଳିଥାଏ।

୨. ବେଗୁନିଆ ପତ୍ର ଏବଂ ଅରଖ ପତ୍ରକୁ ଗରମ କରି ଆଣ୍ଠୁ ଗଣ୍ଠିରେ ସେକ ଦେଲେ ଅନେକ ଉପଶମ ମିଳିଥାଏ।

୩. ରସୁଣ ରସରେ ସନ୍ଧବ୍ୟ ଲବଣକୁ ମିଶାଇ ମାଲିଶ୍ କଲେ ମାଂସପେଶୀ ଦରଜ କମ୍ ହୋଇଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button