କ୍ରାଇମ

ସମ୍ପତ୍ତି ବିବାଦରୁ ଅମାନୁଷିକ ହତ୍ୟା, ୮ଥର ଟ୍ରାକ୍ଟର ଚଢ଼ାଇ ଭାଇକୁ ହତ୍ୟା କଲା ଯୁବକ – Utkal Mail


ଭରତପୁର(ରାଜସ୍ଥାନ): ସମ୍ପତ୍ତି ପାଇଁ ଭାଇ ଉପରେ ୮ଥର ଟ୍ରାକ୍ଟର ଚଢ଼ାଇ ହତ୍ୟା କଲା ଅଭିଯୁକ୍ତ। ଭିଡିଓ ଉତ୍ତୋଳନ କଲେ, ହେଲେ ବଞ୍ଚାଇବାକୁ ଚେଷ୍ଟା କଲେ ନାହିଁ ଲୋକେ। ରାଜସ୍ଥାନର ଭରତପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତର ନାମ ଦାମୋଦର ବୋଲି ଜଣାପଡ଼ିଥିବା ବେଳେ ଏବେ ତାକୁ ଗିରଫ କରିଛି ପୁଲିସ। ମୃତକଙ୍କ ନାମ ନିରପତ ବୋଲି ଚିହ୍ନଟ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଭରତପୁରର ଏକ ଜମିକୁ ନେଇ ଦୁଇ ପରିବାର ବାହାଦୂର ସିଂ ଏବଂ ଅତର ସିଂଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। କିଛି ଦିନ ଧରି ଚାଲିଆସୁଥିବା ଏହି ବିବାଦ ହିଂସାତ୍ମକ ହେବା ପରେ ଉଭୟ ପରିବାର ପଥର ଓ ବାଡ଼ିରେ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଏହି ସମୟ‌ରେ ନିରପତ ତଳେ ପଡ଼ିଯିବା ଦେଖି ତାଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଇଥିଲେ ଦାମୋଦର। ଏହି ଘଟଣାରେ ୧୦ଜଣ ଆହତ ହୋଇଥିବା ଜଣାପଡ଼ିଛି।

ଘଟଣା ସମୟର ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ନିରପତଙ୍କ ଉପରେ ଦାମୋଦର ଟ୍ରାକ୍ଟର ଚଢ଼ାଉଥିବା ଦେଖିବାକୁ ମିଳିଛି। ମୃତ୍ୟୁ ନହେବା ପର୍ଯ୍ୟନ୍ତ ଦାମୋଦର, ନିରପତଙ୍କ ଉପରେ ଆଗ ପଛ କରି ୮ଥର ଟ୍ରାକ୍ଟର ଚଢ଼ାଇଥିବା ଦେଖାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button