ଓଡିଶା

ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ, ପ୍ରତିବାଦରେ ମିତ୍ରପୁର ଠାରେ ରାସ୍ତାରୋକ

ମିତ୍ରପୁର, ୧୨/୦୯ : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିକ ମିତ୍ରପୁର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ଅହେତୁକ ବିଳମ୍ଵ। ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ମନମାନି। ଡ୍ରେନ କାମ ଅସମ୍ପୂର୍ଣ୍ଣ ପାଇଁ ମିତ୍ରପୁର ବଜାରରେ ଜମୁଛି ପାଣି। ଯାହାଫଳରେ ଆଜି ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ମିତ୍ରପୁର ଠାରେ ରାସ୍ତାରୋକ ହୋଇଛି। ଫଳରେ ନୀଳଗିରି-ବାଲେଶ୍ଵର, ଉଦଳା-ବାଲେଶ୍ଵର, ବରମପୁର-ବାଲେଶ୍ଵର ରାସ୍ତାରେ ଆସୁଥିବା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ନୀଳଗିରି-ମିତ୍ରପୁର ରାସ୍ତା ପ୍ରଶସ୍ତିକରଣ ପାଇଁ କାର୍ଯ୍ୟ ଚାଲୁଛି। ହେଲେ କାର୍ଯ୍ୟର ଅହେତୁକ ବିଳମ୍ବ ପାଇଁ ବାରମ୍ବାର ଦୁର୍ଘଟଣା ଘଟି ଅନେକ ପ୍ରାଣହାନୀ ହେଉଛି। ଡ୍ରେନ କାମ ଅସମ୍ପୂର୍ଣ୍ଣ ପାଇଁ ମିତ୍ରପୁର ବଜାରରେ ପାଣି ମଧ୍ୟ ଜମୁଥିବା ବେଳେ ଗୋରୁଗାଈ ଡ୍ରେନରେ ଗଳି ପଡୁଛନ୍ତି। ବାରମ୍ବାର ଅଭିଯୋଗ ପରେ ଠିକାଦାର କାର୍ଯ୍ୟ ତ୍ୱରାନ୍ୱିତ କରୁନଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ୍ ବସିଛନ୍ତି। ଶେଷରେ ବାଧ୍ୟ ହୋଇ ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ଡ଼ାକରାରେ କମିଟିର ସଦସ୍ୟ, ବଜାର କମିଟି, ଦୁର୍ଗାପୂଜା କମିଟି, ଟ୍ରକ ମାଲିକ ସଂଘ, କ୍ରସର ଓ ଖାଦାନ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନକାରୀମାନେ ରାସ୍ତାରୋକ କରିବା ସହ ଦୋକାନ ବଜାର ବନ୍ଦ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button