ଓଡିଶା

ଚୋରଙ୍କ ଠାରୁ ବଞ୍ଚିବା ପାଇଁ ଚାଷୀ କଲା ଏମିତି କାମ ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ସବୁବେଳେ ଆପଣ ଦେଖିଥିବେ କି ସିସିଟିଭି ସରକାରୀ କାର୍ଯ୍ୟଳୟ, ବ୍ୟବସାୟ ପ୍ରତିଷ୍ଠାନ, ଗୃହ, ଛକ, କୋର୍ଟ ପରିସର, ଥାନାର ସୁରକ୍ଷା ପାଇଁ ଲଗା ହୋଇଥାଏ । କିନ୍ତୁ ଏହା ପ୍ରଥମ ଉଦାହରଣ ଅଟେ ଚୋରଙ୍କ ପାଇଁ ଅସୁବିଧାରେ ପଡୁଥିବା କୃଷକ ନିଜ ବଗିଚାର ଆମ୍ବ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗାଇଛନ୍ତି । ମୁଙ୍ଗେରର ଅସରଗଞ୍ଜ ବ୍ଲକର ଏକ ଗାଁର ଜଣେ କୃଷକ କିଛି ଏମିତି ହିଁ କରିଛନ୍ତି ।

କୃଷକ ସଦାନନ୍ଦଙ୍କ ଘର ଠାରୁ ୧୦୦ ମିଟର ଦୂରରେ ତାଙ୍କର ଆମ୍ବ ବଗିଚା ଅଛି । ସେହି ବଗିଚାରେ ଅନେକ ଆମ୍ବଗଛ ସହିତ ଲିଚୁ ଏବଂ ଜାମୁ ଗଛ ମଧ୍ୟ ଅଛି । ସଦାନନ୍ଦ କହିଲେ କି ବର୍ତ୍ତମାନ ଆମ୍ବଗଛ ଛୋଟ ଛୋଟ ଅଛି କିନ୍ତୁ ସେଥିରେ ଭଲ ଆମ୍ବ ଫଳିଛି । ସେ କହିଛନ୍ତି କି ସମୟ ହେଉ ନଥିବାରୁ ବଗିଚାର ଦେଖାଶୁଣା ଘରୁ କରିଥାଏ ଏବଂ ଯେଉଁଠାରେ ରୁହେ ସେଠାରୁ ନିଜ ମୋବାଇଲ ମାଧ୍ୟମରେ ବଗିଚା ଉପରେ ନଜର ରଖିଥାଏ ।

ସେ କହିଛନ୍ତି କି ବଗିଚାରେ ଲାଗିଥିବା ଫଳ ଗଛକୁ ନ ଭାଙ୍ଗିବା ପାଇଁ କିମ୍ବା ଚୋର ସହିତ ଆଖପାଖର ପିଲାଙ୍କ ଠାରୁ ଆମ୍ବ ଏବଂ ଲିଚୁକୁ ବଞ୍ଚାଇବା ପାଇଁ ବଗିଚାରେ ଦୁଇଟି ସିସିଟିଭି ଲଗାଇଛି, ଯାହାର ତାର ଘରେ ଲାଗିଥିବା ଡ଼ିବିଆର ସହିତ ଯୋଡି ହୋଇଛି ।

ଏହା ମାଧ୍ୟମରେ ସେ ନିଜ ଘରେ ଥାଇ ମଧ୍ୟ ବଗିଚା ଉପରେ ନଜର ରଖିଥାନ୍ତି । ଘରର ମହିଳା ମାନେ ମଧ୍ୟ ଡ଼ିବିଆର ମାଧ୍ୟମରେ ବଗିଚା ଉପରେ ସବୁବେଳେ ନଜର ରଖିଥାନ୍ତି । ସେହି ସିସିଟିଭି କାରଣ ପାଇଁ ଚୋର ତ ଦୂରର କଥା ପିଲା ମାନେ ମଧ୍ୟ ବଗିଚାରେ ପଶିବା ପାଇଁ ସାହସ କରନ୍ତି ନାହିଁ । ସେ କହିଛନ୍ତି କି ଯଦି କିଛି ଆମ୍ବ ଗଛରୁ ପଡିଯାଇ ଥାଏ ତାହେଲେ ମଧ୍ୟ ପିଲା ମାନେ ଡରରେ ତାକୁ ଆଣିବା ପାଇଁ ଯାଆନ୍ତି ନାହିଁ ।

କାରଣ ତାଙ୍କୁ ଲାଗିଥାଏ କି ସେମାନେ ଯଦି ସେଠାରୁ ଯିବେ ତାହେଲେ ତାଙ୍କ ଚେହେରା ସିସିଟିଭିରେ ଦେଖାଯିବ । ଏହି କାରଣ ପାଇଁ ସେମାନେ ଡରି ଯାଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button