ସ୍ୱାସ୍ଥ୍ୟ

ଗ୍ୟାସ ସମସ୍ୟା ଥିଲେ ଏହି ୫ ଟି ପରିବା ଠାରୁ ରୁହନ୍ତୁ ଦୂରେଇ, ନଚେତ ହୋଇପାରେ ଭୟଙ୍କର ପରିସ୍ଥିତି

ପୂର୍ବେ କେବଳ ବୟସ୍କ ଲୋକଙ୍କ ଠାରେ ପାଚନ କ୍ରିୟା ଧିର ହେବା କାରଣରୁ ଗ୍ୟାସ ସମସ୍ୟା ଦେଖିବାକୁ ମିଳୁଥିଲା। ମାତ୍ର ବର୍ତ୍ତମାନ ଛୋଟ ବଡ ପ୍ରାୟ ସମସ୍ତଙ୍କ ଠାରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ତେବେ ଏପରି ଗ୍ୟାସ ସମସ୍ୟା ଥିବା ଲୋକମାନେ କେତେକ ପରିବା, ଡାଲି ଓ ବୀଜ ଜାତୀୟ ଖାଦ୍ୟ ନ ଖାଇବା ଉଚିତ୍, ଯାହା ଶରୀରରେ ବାୟୁ ବୃଦ୍ଧି କରିଥାଏ। ତେବେ ଏପରି କିଛି ପରିବା ଓ ଖାଦ୍ୟ ପଦାର୍ଥ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ପ୍ରଥମେ ହେଉଛି ପଣସ। ପଣସ ତରକାରୀ ବହୁତ ସ୍ଵାଦିଷ୍ଟ ହୋଇଥାଏ। ପଣସ କୁ ନିରାମିଷ ଭୋଜନ କରୁଥିବା ଲୋକଙ୍କ ଆମିଷ ବୋଲି କୁହାଯାଏ। ପଣସ ବିଭିନ୍ନ ପ୍ରକାରର ପୋଷଣରେ ଭରପୁର ରହିଥାଏ। ମାତ୍ର ଯେଉଁ ଲୋକମାନଙ୍କୁ ଗ୍ୟାସ ସମସ୍ୟା ରହିଛି, ସେମାନଙ୍କୁ ପଣସ ଖାଇବାରୁ ବଞ୍ଚିତ ରହିବା ଉଚିତ୍। କାରଣ ପଣସ ଶରୀରରେ ଗ୍ୟାସ ଉତ୍ପନ କରିବା ପ୍ରକ୍ରିୟାକୁ ଉତ୍ତେଜିତ କରିଥାଏ।

ଦ୍ଵିତୀୟରେ ହେଉଛି ସାରୁ। ସାରୁ ଏକ ବହୁତ ସ୍ଵାଦିଷ୍ଟ ପରିବା ଅଟେ। ଆମ ଦେଶର ବିଭିନ୍ନ ପ୍ରାନ୍ତରେ ଲୋକମାନେ ଏହାକୁ ଭିନ୍ନ ଭିନ୍ନ ଭାବେ ରୋଷେଇ କରି ଖାଆନ୍ତି। ମାତ୍ର ଏହି ସ୍ଵାଦିଷ୍ଟ ପରିବା ମଧ୍ୟ ପେଟରେ ଗ୍ୟାସ ସମସ୍ୟା ବୃଦ୍ଧି କରିବାର କାରଣ ହୋଇପାରେ। କାରଣ ସାରୁ ର ପ୍ରକୃତି ବାୟୁ ବର୍ଦ୍ଧକ ହୋଇଥାଏ। ଏହା ସହ ସାରୁ କୁ ଯେତେବେଳେ ମଧ୍ୟ ଭୋଜନ କରୁଛନ୍ତି, ଏହାକୁ ଅଜୱାଇନ ସହ ବନାନ୍ତୁ।

ତୃତୀୟରେ ହେଉଛି ମୂଳା। ମୂଳା ଶୀତ ଋତୁରେ ଫଳୁଥିବା ପ୍ରାକୃତିକ ଫଳ ହୋଇଥିଲେ ମଧ୍ୟ, ମାତ୍ର ଆଜିକାଲି ସଂଗଛିତ ପରିବା ପ୍ରତ୍ୟେକ ଋତୁରେ ମିଳୁଛି। ମାତ୍ର ଋତୁ ନ ଥାଇ ମିଳୁଥିବା କୌଣସି ଫଳ ଓ ପରିବା ଖାଆନ୍ତୁ ନାହିଁ। ଖାସ୍ କରି ଯେଉଁମାନଙ୍କୁ ଗ୍ୟାସ ସମସ୍ୟା ରହିଛି ସେମାନଙ୍କୁ ଏପରି ଖାଦ୍ୟ ବିଲକୁଲ୍ ମଧ୍ୟ ଖାଇବା ଉଚିତ୍ ନୁହେଁ। ଆଉ ଯଦି ଆପଣ ଶୀତ ଋତୁରେ ମୂଳା କୁ ରୋଷେଇ କରି ବା ସାଲାଡ଼ ବନାଇ ଖାଉଛନ୍ତି ତେବେ ବହୁତ ସୀମିତ ମାତ୍ରାରେ ଖାଆନ୍ତୁ।

ତା ପରେ ହେଉଛି ସୋଲା ବୁଟ। ଅଧିକାଂଶ ଲୋକଙ୍କୁ ସୋଲା ବୁଟ ଖାଇବା ବହୁତ ପସନ୍ଦ ହୋଇଥାଏ। ମାତ୍ର ଏହା ଖାଇବା ଦ୍ଵାରା ପେଟରେ ଗ୍ୟାସ ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ବିଶେଷ କରି ଯେଉଁ ଲୋକ ମାନଙ୍କର ପାଚନ କ୍ରିୟା ଧିର ରହିଥାଏ ଓ ଯେଉଁ ମାନଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ରହିଥାଏ, ସେମାନେ ସୋଲା ବୁଟ ଖାଇବା ଏକଦମ୍ ଅନୁଚିତ୍ ଅଟେ। ଏପରିକି ଘରେ ଥିବା ଦେଶୀ ବୁଟ ମଧ୍ୟ କଞ୍ଚା ବା ରୋଷେଇ କରି ଖାଆନ୍ତୁ ନାହିଁ। ଦେଶୀ ବୁଟ ପରିବର୍ତ୍ତେ ଆପଣ ମୁଗ ବ୍ୟବହାର କରି ପାରିବେ।

ତା ପରେ ହେଉଛି ରାଜମା। ରାଜମା ଭାତ ଏପରି ଏକ ଖାଦ୍ୟ ଯାହାର ସମ୍ପୂର୍ଣ୍ଣ ହିନ୍ଦୁସ୍ଥାନ ଦିୱାନା ଅଟେ। ମାତ୍ର ଅତ୍ୟଧିକ ଗ୍ୟାସ ସମସ୍ୟା ଥିବା ଲୋକଙ୍କୁ ରାଜମା ଭାତ ଖାଇବାର ଇଚ୍ଛା ଓ ନିଜ ସ୍ଵାଦ ଉପରେ ଟିକେ ସଞ୍ଜମ ରଖିବାକୁ ପଡ଼ିବ। କାରଣ ରାଜମା ଶରୀରରେ ବାୟୁ ବୃଦ୍ଧି କରିବାର କାର୍ଯ୍ୟ କରିଥାଏ। ଏହା ଦ୍ବାରା ପେଟରେ ଗ୍ୟାସ ସୃଷ୍ଟି ହେବା, ଶରୀର ଭାରି ଲାଗିବା ଆଦି ସମସ୍ୟା ହୋଇପାରେ। ତେବେ ଗ୍ୟାସ ସମସ୍ୟା ଥିବା ଲୋକଙ୍କୁ ଏହି ୫ଟି ପରିବା ଖାଇବା ଉଚିତ୍ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button