ଦେଶ ବିଦେଶ

ସାଉଥ ଷ୍ଟାର ମୋହଲଲାଲ ରାଜ୍‌ଙ୍କ ଦେହାନ୍ତ, ଗମ୍ଭୀର ରୋଗରେ ଥିଲେ ପୀଡିତ

ମୁମ୍ଵାଇ ୦୪।୧୦: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏବେ ଆଉ ଜଣେ ଭେଟେରାନ୍ ଅଭିନେତା ସିନେମା ଜଗତକୁ ବିଦାୟ ଦେଇଛନ୍ତି। ସେ ତାମିଲ, ତେଲୁଗୁ ଏବଂ ମାଲାୟାଲମର ଅନେକ ସୁପରଷ୍ଟାରଙ୍କ ସହ କାମ କରିଥିଲେ। ଭେଟେରାନ ଅଭିନେତା ମୋହନ ରାଜ ଗୁରୁବାର, ଅକ୍ଟୋବର ୩ରେ ତାଙ୍କ ବାସ ଭବନରେ ଦେହାନ୍ତ କରିଛନ୍ତି।

ମୋହନ ରାଜ କେରଳର କାଞ୍ଜିରାମକୁଲମରେ ଥିବା ତାଙ୍କ ଘରେ ଚିକିତ୍ସିତ ହେଉଥିଲେ। ୭୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଗମ୍ଭୀର ରୋଗରେ ପୀଡିତ ଥିଲେ।

ପାର୍କିନ୍ସନ୍ ନାମକ ରୋଗ ହେତୁ ମାଲାୟାଲମ୍ ଅଭିନେତା ମୋହନ ରାଜଙ୍କର ଦେହାନ୍ତ ହୋଇଛି। ଏହି ରୋଗ ମାନବ ଶରୀରର ଗତିବିଧିକୁ କ୍ଷତି ପହଞ୍ଚାଏ ଏବଂ ଏହାକୁ ଶରୀର ଭିତ ଅଂଶ ଖରାପ କରିଦିଏ। ଏହି ରୋଗର ଲକ୍ଷଣ ସାଧାରଣତ ସମସ୍ତଙ୍କ ପାଇଁ ଭିନ୍ନ ଥାଏ। ଏହା ପ୍ରାୟତଃ ଶରୀରର ଗୋଟିଏ ପାର୍ଶ୍ୱରୁ ଆରମ୍ଭ ହୋଇ ଅନ୍ୟ ପାର୍ଶ୍ୱକୁ ଚାଲିଯାଏ । ମୋହନ ରାଜଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ପରିବାର ତାଙ୍କ ଚିକିତ୍ସା ଘରେ କରୁଥିଲେ।

ମୋହନ ରାଜଙ୍କ ଅକାଳ ବିୟୋଗ ପରେ ତାଙ୍କ ସାଙ୍ଗ ଏବଂ ପ୍ରଶଂସକମାନେ ସେମାନଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଯାଇ ଦୁଃଖ ପ୍ରକାଶ କରିଛନ୍ତି ।ମୋହନଲାଲ ନିଜ ଫେସବୁକ ହ୍ୟାଣ୍ଡେଲରେ ମାଲାୟାଲମରେ ଲେଖିଛନ୍ତି, ‘ଚରିତ୍ର ନାମରେ ଡାକିବା ଏକ ଆଶୀର୍ବାଦ ଯାହାକୁ ସମସ୍ତେ ପାଇ ନାହାଁନ୍ତି … ଏହି ଆଶୀର୍ବାଦ କେବଳ ସେହି କଳାକାରଙ୍କୁ ଦିଆଯାଏ । ଯିଏ ଲୋକଙ୍କ ହୃଦୟରେ ରହିଥାଅନ୍ତି। ପ୍ରିୟ ମୋହନ ରାଜ ଆମ ପ୍ରିୟ ବନ୍ଧୁ ଆମକୁ ଛାଡି ଚାଲି ଯାଇଛନ୍ତି। ମାମୁତି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସମବେଦନା ଜଣାଇ ଲେଖିଛନ୍ତି, ‘ମୋହନ ରାଜଙ୍କୁ ଶ୍ରଦ୍ଧାଞ୍ଜଳି।’

Related Articles

Leave a Reply

Your email address will not be published. Required fields are marked *

Back to top button