ଦେଶ ବିଦେଶ

କଲେଜିୟମ ସିଷ୍ଟମ ଅସମ୍ବିଧାନିକ: ସୋଢି

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ଓ ସୁପ୍ରିମକୋର୍ଟ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆରଏସ ସୋଢି କଲେଜିୟମ ସିଷ୍ଟମକୁ ଅସମ୍ବିଧାନିକ କହିଛନ୍ତି।  ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେ କହିଛନ୍ତି, ମୁଁ କୌଣସି ରାଜନୈତିକ ବ୍ୟକ୍ତି ନୁହେଁ ଓ ଏଥିପାଇଁ ମୋ କାନ୍ଧରେ ବନ୍ଧୁକ ରଖି ନ ଚଲାଯାଉ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କଲେଜିୟମ ସିଷ୍ଟମ ଅସମ୍ବିଧାନିକ କହିବା ସହ ଏହା ତାଙ୍କ ବ୍ୟକ୍ତିଗତ ରାୟ କହିବାକୁ ଭୁଲି ନାହାନ୍ତି ସୋଢି।

ସୋଢି ଆହୁରି କହିଛନ୍ତି କି, ଏହା କେମିତି ହେବ କି, କିଛି ବିଚାରପତି ମିଶି ବିଚାରପତିମାନଙ୍କୁ ନିଯୁକ୍ତି ଦେବେ। ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ହେଉ, ସଚିବାଳୟ, କଲେଜିୟମ ସିଷ୍ଟମ ବିଫଳ ହୋଇଛି। ଦୁଇ ତିନି ଜଣ ବିଚାରପତି ମିଳି କେମିତି ଏହି ନିଷ୍ପତ୍ତି ନେଇ ପାରନ୍ତି? ସଂସଦ ଆଇନ ପ୍ରଣୟନ କରିବାରେ ସର୍ବାଗ୍ରରେ, ହେଲେ ଆଇନର ପରୀକ୍ଷଣ କରିବାର କ୍ଷମତା ସୁପ୍ରିମକୋର୍ଟର।

ବିଚାରପତିଙ୍କ ନିଯୁକ୍ତିକୁ ନେଇ ସାର୍ବଜନୀନ ଆଲୋଚନାଠୁ ଦୂରେଇ ରହିବା ଦରକାର ସମ୍ବିଧାନିକ ସଂସ୍ଥା ସବୁକୁ। ଏହି ମାମଲାର ସମାଧାନ ବସିକି ବାହାର କରିବା ଦରକାର।

Related Articles

Leave a Reply

Your email address will not be published. Required fields are marked *

Back to top button