ସ୍ୱାସ୍ଥ୍ୟ

କଣ ଆପଣଙ୍କର ବି ଦୃଷ୍ଟି ଶକ୍ତି କମିଯାଉଛି କି! ତେବେ ଖାଆନ୍ତୁ ଏହି ଫଳ

ଆଖି ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗମାନଙ୍କ ମଧ୍ୟରୁ ଅନ୍ୟତମ।। ଆଖିରେ ଆମେ  ଦୁନିଆ ଦେଖୁ, ଯଦ୍ବାରା ଆମ ଜୀବନ ରଙ୍ଗୀନ ହୁଏ। ଆଖି ବିନା  ଆମ ଜୀବନ ଅନ୍ଧାର । ତେଣୁ ଆଜିର ଜୀବନରେ ଆଖିକୁ ସୁସ୍ଥ ରଖିବା ବେଶ ଜରୁରୀ। କିନ୍ତୁ ଆଜିକାଲି ଘଣ୍ଟା ଘଣ୍ଟା ଧରି ଟିଭି, ମୋବାଇଲ, କମ୍ପ୍ୟୁଟର ଦେଖୁଛନ୍ତି ସମସ୍ତେ।  ଫଳରେ  କମ୍ ବୟସରୁ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଉଛି। ଏଭଳି ପରିସ୍ଥିତିରେ ଆଖିକୁ ସୁସ୍ଥ ରଖିବା ପାଇଁ କେତେକ ଜରୁରୀ ପୋଷକ ତତ୍ତ୍ବରେ ଭରପୂର ଖାଦ୍ୟ ଖାଇବା ଉଚିତ୍। ପ୍ରୋଟିନ ଭରା ଖାଦ୍ୟ ଖାଇବା ଫଳରେ ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ସେଭଳି କିଛି ଫଳ  ଯାହାକୁ  ଖାଇଲେ ଆପଣଙ୍କ ଆଖି ସମସ୍ୟା ଦୂର ହେବା ସହ ଦୃଷ୍ଟି ଶକ୍ତି ବୃଦ୍ଧି ହେବ।

କମଳା: କମଳା ଖାଇଲେ ଆଖିକୁ ଭଲ ଦେଖାଯାଏ।  ଭିଟାମିନ-ସି’ ର ଏକ ସର୍ବୋତ୍ତମ ଉତ୍ସ, ହେଉଛି କମଳା। ଯାହା ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏଥିରେ ବିଟା-କେରୋଟିନ ଥାଏ । ଏହି ପୋଷକ ତତ୍ତ୍ବ ଭିଟାମିନ-ଏରେ ପରିବର୍ତ୍ତିତ ହୋଇ ଦୃଷ୍ଟି ଶକ୍ତିକୁ ବଢାଏ । କମଳା ଭଳି ଭିଟାମିନ-ସିରେ ଭରପୂର ଲେମ୍ବୁ, କାଗଜି ମଧ୍ୟ ଆଖି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ।

କୋଳି: ବ୍ଲୁବେରୀ, ଷ୍ଟ୍ରବେରୀ, ଜାମୁକୋଳି ରେ ପ୍ରଚୁର ପରିମାଣରେ  ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହା ଆଖିକୁ ସୁସ୍ଥ ରଖେ । ବୟସ ବଢିବା ଯୋଗୁଁ ଦେଖାଯାଉଥିବା ଆଖି ସମସ୍ୟା ଆଶଙ୍କାକୁ କମାଏ । ବ୍ଲୁବେରୀରେ ଥିବା ଯୌଗିକ ଆଖିକୁ ହାନିକାରକ ଅକ୍ସିଡେଟିଭ ଚାପରୁ ରକ୍ଷା କରେ ।

ତରଭୁଜ:  ତରଭୁଜ ଖାଇବା କାହାକୁ ବା ପସନ୍ଦ ନୁହେଁ। ଏହା  କେବଳ ପାଟିକୁ ସୁଆଦିଆ ଲାଗେନି ବରଂ ଆଖିକୁ ମଧ୍ୟ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ । ତରଭୁଜରେ ଲାଇକୋପିନ ଓ ଭିଟାମିନ ସି ଥାଏ ଯାହା ଆଖିକୁ ଅତିବାଇଗଣୀ ରଶ୍ମି (UV) ଜନିତ କ୍ଷତିରୁ ରକ୍ଷା କରିପାରେ।

ଆମ୍ବ: ଖରା ଦିନ ଆସିଲା ମାନେ ଆମ୍ବ ଖାଇବାକୁ ଖୁବ ପସନ୍ଦ ସମସ୍ତେ।  ଆଖିକୁ ସ୍ବାସ୍ଥ୍ୟ ରଖିବା ପାଇଁ ଆମ୍ବ ଏକ ଶଠିକ ଫଳ। ଏଥିରେ ଥିବା ଭିଟାମିନ ଏ ଓ ବିଟା-କେରୋଟିନ ଶୁଷ୍କ ଆଖି ସମସ୍ୟା ଦୂର କରେ ଏବଂ ଦୃଷ୍ଟି ଶକ୍ତିକୁ ବଢାଏ।

ତେବେ ଆପଣମାନେ ମଧ୍ୟ ଆପଣଙ୍କ ଫ୍ରୁଡ ଚାର୍ଟରେ ଏହିସବୁ ଫଳକୁ ସାମିଲ କରନ୍ତୁ। ଆଖି ଭଲ ରହିବା ସହ ଦୃଷ୍ଟି ଶକ୍ତି ବଢାଇବାରେ ହେବ ସହାୟକ।

 

Related Articles

Leave a Reply

Your email address will not be published. Required fields are marked *

Back to top button