ବିଚାର

ପୂଜାରେ ନଡିଆ ଖରାପ ବାହାରିଲେ ଏହାର ଅର୍ଥ କଣ ହୋଇଥାଏ, ଏହି କଥା ଜାଣିବା ବହୁତ ଜରୁରୀ ଅଟେ

ହିନ୍ଦୁ ଧର୍ମରେ ୩୩ କୋଟି ଦେବୀ ଦେବତାଙ୍କୁ ପୂଜା କରାଯାଇଥାଏ । ଏହି ପୂଜାକୁ ସଠିକ ରୂପରେ ସମ୍ପୂର୍ଣ କରିବା ପାଇଁ ବହୁତ ସାମଗ୍ରୀର ବି ଆବଶ୍ୟକ ପଡିଥାଏ । ଯେମିତି କି ଫୁଲ, ଫଳ, ଧୂପକାଠି, ଝୁଣା, ନଡିଆ ଇତ୍ୟାଦି ଜିନିଷ ଅଟେ । କହିବାକୁ ଗଲେ ଏହି ସବୁ ମଧ୍ୟରେ ନଡିଆର ମହତ୍ଵ ବହୁତ ଭିନ୍ନ ହୋଇଥାଏ । କାରଣ ସମସ୍ତ ଶୁଭ କାମରେ ପ୍ରଥମେ ନଡିଆକୁ ଭାଙ୍ଗି ଚାରି ଆଡେ ତାହାର ପାଣିକୁ ପକାଯାଇ ଥାଏ । କାରଣ ନଡିଆ ବହୁତ ଶୁଭ ହୋଇଥାଏ । କିନ୍ତୁ ଯଦି ପୂଜା ସମୟରେ ନଡିଆ ଖରାପ ବାହାରିଥାଏ ତେବେ ଏହା ବହୁତ ଅଶୁଭ ହୋଇଥାଏ ଓ ପୂଜା ନିଷ୍ଫଳ ହୋଇଯାଏ । କିନ୍ତୁ ଏହା କଣ ସତ ଅଟେ !

ଏମିତି କୁହାଯାଏ କି ହିନ୍ଦୁ ଧର୍ମରେ କାହାର ବଳି ଦିଆଯାଏ ନାହିଁ, ଏହାର ବିପରୀତ ନଡିଆ ଭାଙ୍ଗି ପୂଜାକୁ ସମ୍ପୂର୍ଣ୍ଣ କରାଯାଏ । କେତେ ଥର ଏମିତି ହୋଇଥାଏ କି ପୂଜା ସମୟରେ ନଡିଆ ଭଙ୍ଗାଯାଏ ଓ କିନ୍ତୁ ଯେତେବେଳ ନଡିଆ ଖରାପ ବାହାରିଥାଏ ତେବେ ଲୋକମାନେ ଭିନ୍ନ ଭିନ୍ନ କଥା କହିଥାନ୍ତି । କେତେକ ଲୋକମାନେ କୁହନ୍ତି କି ଏହା ଏକ ଅଶୁଭ ସଂକେତ ଅଟେ ଓ କିଛି ଲୋକ କୁହନ୍ତି କି ଏହି ପୂଜାକୁ ଭଗବାନ ସ୍ଵୀକାର କରିଲେ ନାହିଁ । କିନ୍ତୁ ଏହିଭଳି କିଛି ହୋଇ ନ ଥାଏ ।

ଯଦି ପୂଜା କରିବା ସମୟରେ ନଡିଆ ଖରାପ ବାହାରିଯାଏ, ତେବେ ଏହାର ଅର୍ଥ ଏହା ଅଟେ କି ଭଗବାନଙ୍କ ତରଫରୁ ଆପଣଙ୍କୁ ଶୁଭ ସଂକେତ ମିଳି ଯାଇଛି । ଆସନ୍ତା ସମୟରେ ଆପଣ ଖୁସିରେ ଭରପୁର ରହିବେ । ଧାର୍ମିକ ଶାସ୍ତ୍ର ଅନୁସାରେ, ଯଦି ପୂଜାରେ ନଡିଆ ଖରାପ ବାହାରିଥାଏ ତେବେ ଏହାର ଅର୍ଥ ଏହା ଅଟେ କି ଭଗବାନ ଆପଣଙ୍କ ପ୍ରସାଦକୁ ସ୍ଵୀକାର କରି ଆପଣଙ୍କୁ ଆଶୀର୍ବାଦ ଦେଇଛନ୍ତି କି ବର୍ତ୍ତମାନ ଭବିଷ୍ୟରେ ଆପଣଙ୍କୁ ଭଲ ଫଳ ପ୍ରାପ୍ତ ହେବାର ଅଛି ।

ପୂଜାରେ କଣ ହୋଇଥାଏ ନଡିଆର ମହତ୍ଵ

·    ନଡିଆକୁ ଶ୍ରୀଫଳ ବି କୁହାଯାଏ । ଏମିତି ମାନ୍ୟତା ଅଛି କି ଭଗବାନ ବିଷ୍ଣୁ ପୃଥିବୀ ଉପରେ ଅବତାର ନେବା ସମୟରେ ବିଷ୍ଣୁ ଓ ଲକ୍ଷ୍ମୀ ନଡିଆର ବୃକ୍ଷ ଓ କାମଧେନୁକୁ ନିଜ ସହିତ ଆଣିଥିଲେ ।

·    ଏମିତି ବି ନିୟମ ଅଛି କି ନଡିଆକୁ ପୂଜା କରିବା ପରେ କେବଳ ପୁରୁଷ ହିଁ ଭାଙ୍ଗି ପାରିବେ । ଏଥିରୁ ବାହାରୁଥିବା ପାଣିରେ ଭଗବାନଙ୍କ ପ୍ରତିମାର ଅଭିଷେକ କରାଯାଇଥାଏ ।

·    ମଙ୍ଗଳବାର ଦିନ ବଜରଙ୍ଗବଲିଙ୍କ ପ୍ରତିମା ସାମ୍ନାରେ ନଡିଆକୁ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ ଭାଙ୍ଗିବା ଦ୍ଵାରା ଆପଣ ଖରାପ ନଜରରୁ ମୁକ୍ତି ପାଇ ଯିବେ ।

·    ଭଗବାନ ଶିବଙ୍କୁ ବି ନଡିଆ ବହୁତ ପସନ୍ଦ ଅଟେ । ଏଥିରେ ହୋଇଥିବା ତିନୋଟି ଆଖିର ତୁଳନା ଶିବଙ୍କ ତ୍ରିନେତ୍ର ସହ କରାଯାଇଛି । ନଡିଆ ଶୁଭ, ସମୃଦ୍ଧି, ଉନ୍ନତି ଓ ସମ୍ମାନର ସୂଚକ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button