ଦେଶ ବିଦେଶ

ବାପାକୁ ଫେରାଇ ନେବାକୁ କୁନି ପୁଅକୁ ଧରି ନୋଇଡ଼ାରେ ପହଞ୍ଚିଲେ ବାଂଲାଦେଶୀ ମାଆ – Utkal Mail


ନୋଏଡା: ପାକିସ୍ତାନର ନାଗରିକ  ସୀମା ହାଇଦରଙ୍କ ବିବାଦ ଥମିବା ପୂର୍ବରୁ ବାଂଲାଦେଶର ଜଣେ ମହିଳା ଏବେ ଆସି ଭାରତରେ ପହଞ୍ଚିଛନ୍ତି।  ମହିଳା ଜଣକ ତାଙ୍କ ଶିଶୁପୁତ୍ର ସହିତ ଭାରତରେ ପହଞ୍ଚିଥିବା ସୂଚନା ରହିଛି।

ଗତ ଆଠ ଦିନ ଧରି ନୋଇଡାରେ ରହୁଥିବା ସୋନିଆ ଅଖତର ଦାବି କରିଛନ୍ତି ଯେ ନୋଇଡାର ଜଣେ ବ୍ୟକ୍ତି ତାଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସହିତ ତିନି ବର୍ଷ ରହିବା ପରେ ସେ ଭାରତ ଫେରି ଆସିଥିଲେ।
ସେ ଦାବି କରିଛନ୍ତି ଯେ ନୋଇଡା ନିବାସୀ ସୌରଭ କାନ୍ତ ତିୱାରୀ ତାଙ୍କୁ ବାଂଲାଦେଶରେ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁଅ ଅଛି। ମହିଳାଙ୍କ କହିବା ମୁତାବକ, ବାଙ୍ଗଲାଦେଶରେ କାମ କରୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

ପରେ ସେ ଦୁହେଁ ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ତାପରେ ମହିଳା ଜଣକ ଗର୍ଭବତୀ ହେବା ପରେ ଭାରତରେ କିଛି ଗୁରୁତ୍ବପୂର୍ଣ୍ଣ କାମ ଅଛି ବୋଲି କହି ସୌରଭ ତାଙ୍କୁ ଛାଡ଼ି ପଳାଇ ଆସିଥିଲେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବା ପରେ ଫେରିଯିବାର ପ୍ରତିଶ୍ରୁତି ବି ଦେଇଥିଲେ।
ଯେତେବେଳେ ସେ ଦୀର୍ଘ ଦିନ ଧର ଫେରିନଥିଲେ ତ ସୋନିଆ ତାଙ୍କ ମୋବାଇଲ୍ ଫୋନ୍ ମାଧ୍ୟମରେ ତାଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ହେଲେ ‌ସୌରଭଙ୍କ ସହ ତାଙ୍କର ଯୋଗାଯୋଗ ହୋଇ ପାରିନଥିଲା।

ଶେଷ‌ରେ ସୋନିଆ ଭିସା ସାହାଯ୍ୟରେ ଭାରତ ଆସିବାକୁ ସ୍ଥିର କଲେ। ସେ ନୋଏଡାରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ଅଟକାଇ ସେକ୍ଟର -୬୨ରେ ରଖିଛି। ପରେ ନୋଇଡା ପୋଲିସ କମିସନର ମହିଳା ସୌରଭ ଏବଂ ସୋନିଆଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲେ ବି କୌଣସି ସୁଫଳ ମିଳିନାହିଁ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button