ସ୍ୱାସ୍ଥ୍ୟ

ଶରୀରରେ ଏହି ଲକ୍ଷଣ ଗୁଡିକ ଦେଖା ଯାଉଥିଲେ ଆପଣ ମଧୁମେହର ଶିକାର ହୋଇପାରନ୍ତି , ଏହିପରି ଭାବରେ ରକ୍ଷା ପାଆନ୍ତୁ

ମଧୁମେହ ଏପରି ଏକ ରୋଗ ଅଟେ , ଯାହା ଶରୀରରେ ଇନସୁଲିନ ଉତ୍ପାଦନ କିମ୍ବା ବ୍ୟବହାର କରିବାର କ୍ଷମତାକୁ ପ୍ରଭାବିତ କରିଥାଏ। ଇନସୁଲିନ ଏକ ପ୍ରକାର ହରମୋନ ଅଟେ , ଯାହା ଖାଦ୍ୟକୁ ଶକ୍ତିରେ ପରିଣତ କରିଥାଏ। ଯଦି ଆପଣଙ୍କର ମଧୁମେହ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ନାହିଁ , ତେବେ ନିଶ୍ଚିତ ଭାବରେ ଥରେ ଜାଣନ୍ତୁ। ମଧୁମେହ ସମସ୍ୟା ସମଗ୍ର ବିଶ୍ୱର ୯ ପ୍ରତିଶତ ଯୁବକମାନଙ୍କଠାରେ ଦେଖାଯାଏ। ଏହି ପରିସ୍ଥିତିରେ ଅଧିକାଂଶ ଲୋକ ଟାଇପ ୧ ଏବଂ ଟାଇପ ୨ ମଧୁମେହରେ ପୀଡିତ ହୁଅନ୍ତି।

ମଧୁମେହ ଦ୍ୱାରା ଅନେକ ଅସୁବିଧାର ସାମ୍ନା:-

ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇଯାଇଛି। କେତେକ ଲୋକଙ୍କର ମଧ୍ୟ ଏହି ରୋଗ ଜେନେଟିକ ମଧ୍ୟ ହୋଇଥାଏ। ଅନେକ ଲୋକ ଏହି ରୋଗ ପ୍ରତି ଧ୍ୟାନ ଦିଅନ୍ତି ନାହିଁ , ଫଳସ୍ୱରୂପ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଏପରି ପରିସ୍ଥିତିରେ ମଧୁମେହର ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା। ମଧୁମେହ ହେତୁ ବ୍ୟକ୍ତିଙ୍କୁ ବହୁତ ଶୀଘ୍ର ଭୋକ ଲାଗିଥାଏ , ଖାଦ୍ୟ ଖାଇବା ପରେ ମଧ୍ୟ କିଛି ନା କିଛି ଖାଇବାକୁ ଇଚ୍ଛା ହୋଇଥାଏ। ଏହି ଲୋକମାନେ ଭୋକକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ। ଏପରି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ମଧୁମେହ ସମୟରେ ବ୍ୟକ୍ତିଙ୍କୁ ବାରମ୍ବାର ଶୋଷ ଲାଗେ ଓ ପରିସ୍ରା ବଢିବା ଦ୍ୱାରା ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଯିବାକୁ ପଡିଥାଏ।

Google

ମଧୁମେହର ପ୍ରାରମ୍ଭିକ ଲକ୍ଷଣ:-

ଓଜନ ହ୍ରାସ:-

ଯେଉଁ ବ୍ୟକ୍ତିଙ୍କର ଓଜନ ଯଥେଷ୍ଟ ଏବଂ ହଠାତ ହ୍ରାସ ହେବାକୁ ଲାଗେ , ସେମାନଙ୍କୁ ଖୁବ ଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ। ଏପରି ପରିସ୍ଥିତିରେ ବ୍ୟକ୍ତି ଅନୁଭବ କରନ୍ତି ଯେ ଡାଏଟିଂ ଯୋଗୁଁ କିମ୍ବା ତାଙ୍କ ଖାଦ୍ୟପେୟରେ ଅବହେଳା ଯୋଗୁଁ ଓଜନ ହ୍ରାସ ହେଉଛି। କିନ୍ତୁ ଆପଣ ଏପରି ଭୁଲ କରନ୍ତୁ ନାହିଁ। ଯେତେ ଶୀଘ୍ର ଓଜନ ହ୍ରାସ ହେବା ଆରମ୍ଭ ହେଉଛି , ସେତେ ଶୀଘ୍ର ଡାକ୍ତର ସହିତ ପରାମର୍ଶ କରନ୍ତୁ।

ଭୋକ ଲାଗିବା:-

ଆପଣ ଖାଦ୍ୟ ଖାଇସାରିବା ପରେ ମଧ୍ୟ ପୁଣିଥରେ ଭୋକ ଲାଗୁଥିଲେ ଏବଂ ଯଦି ବହୁତ ଶୀଘ୍ର ଭୋକ ଲାଗୁଥାଏ , ତେବେ ଏହି ଲକ୍ଷଣ ମଧ୍ୟ ମଧୁମେହର ହୋଇପାରେ। ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତୁ ନାହିଁ। ମଧୁମେହର ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହୋଇଥାଏ , ଯେଉଁଥିରେ ବ୍ୟକ୍ତିଙ୍କୁ ଖାଦ୍ୟ ଖାଇବା ପରେ ମଧ୍ୟ ତୁରନ୍ତ ଭୋକ ଲାଗିଥାଏ।

ପରିସ୍ରା ଲାଗିବା:-

ବାରମ୍ବାର ପରିସ୍ରା ଲାଗିବା , ସାଧରଣତଃ ମଧୁମେହ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବାରମ୍ବାର ଲାଗିଥାଏ। ଏହା ମଧ୍ୟ ଏକ ପ୍ରକାରର ପ୍ରମୁଖ୍ୟ ଲକ୍ଷଣ ହୋଇଥାଏ।

ଶୋଷ ଲାଗିବା:-

ମଧୁମେହ ରୋଗୀଙ୍କୁ ବାରମ୍ବାର ଶୋଷ ଲାଗିଥାଏ , ଯେତେଥର ପରିସ୍ରା ପାଇଁ ଯିବେ , ସେତେଥର ଶୋଷ ଲାଗିଯିବ।

Google

ଥକ୍କା ଅନୁଭବ କରିବା:-

ଏପରି ପରିସ୍ଥିତିରେ ଶରୀର ଅତ୍ୟନ୍ତ ଦୁର୍ବଳ ହେବାକୁ ଲାଗିଥାଏ , ଯେଉଁଥିପାଇଁ ଶାରୀରିକ ଥକ୍କା ଲାଗିବା ଆରମ୍ଭ କରିଥାଏ ଓ ବ୍ୟକ୍ତିଙ୍କୁ ଥକାପଣ ଅନୁଭବ ହୋଇଥାଏ।

କେଶ ଝଡିବା:

ମଧୁମେହ ରୋଗୀଙ୍କର କେଶ ବହୁତ ଝଡ଼ିଥାଏ। ଯଦି ଏହି ସମସ୍ତ ଲକ୍ଷଣ ଆପଣଙ୍କ ଭିତରେ ଅଛି , ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ପ୍ରତିଦିନ ବ୍ୟାୟାମ କରନ୍ତୁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button