ବିଚାର

ଏପ୍ରିଲ ୬ ବଡ଼ ଗୁରୁବାର ” ହନୁମାନ ଜୟନ୍ତୀ ” ଦିନ ରାତିରେ ଘରେ ଏହି ସ୍ଥାନରେ ଜଳାଇ ଦିଅନ୍ତୁ ଗୋଟିଏ ଦୀପ , ଘରକୁ ଆଗମନ କରିବେ ଶ୍ରୀହନୁମାନ ।

ଚଳିତ ବର୍ଷ ସବୁଠାରୁ ବଡ଼ ପୂର୍ଣିମା ପଡ଼ିବାକୁ ଯାଉଛି ଯାହାକି ଏପ୍ରିଲ ୬ ହନୁମାନ ଜୟନ୍ତୀ ଦିନ ପଡ଼ୁଛି । ପୁଣି ହନୁମାନ ଜୟନ୍ତୀ ହୋଇ ଥିବାରୁ ଯଦି ଆପଣ ଏହିଦିନ ଦୁଇଟି ସ୍ଥାନରେ ଦିଅ ଜାଳି ରଖି ଦିଅନ୍ତି ତେବେ ଜୀବନର କୌଣସିବି ଦୋଷ ତାହା ପିତୃ ଦୋଷ ହେଉ କିମ୍ବା ରାହୁ ଏବଂ ଶନି ଦୋଷ ହେଉ ସବୁ ଦୂରେଇ ଯିବ ଏବଂ ମାତା ଲକ୍ଷ୍ମୀଙ୍କ ସମେତ ଶ୍ରୀହନୁମାନ ମଧ୍ୟ ପ୍ରସନ୍ନ ହେବେ । ଘରର ପୂଜା ଘରେ ପ୍ରତ୍ୟେକ ଦିନ ଦୀପ ଜାଳିବା ବାଧ୍ୟତାମୂଳକ ଅଟେ ।

ଏହାଦ୍ବାରା ଜୀବନରେ ଅନେକ ଲାଭ ମିଳିଥାଏ । କିନ୍ତୁ ଯଦି ଆପଣ ସନ୍ଧ୍ୟା ସମୟରରେ ଘରେ ଦୀପ ନଜାଳନ୍ତି ତେବେ ଘରେ ନକରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ ଏବଂ ଜୀବନରେ ଅନେକ ବାଧା ଆସିଥାଏ । ଏହାଦ୍ବାରା ଘରର ମୁରବୀଙ୍କ ଉପରେ ମଧ୍ୟ ବାଧା ଆସିଥାଏ ଏବଂ ସେ ମାନସିକ ଚିନ୍ତାଗ୍ରସ୍ତ ହୁଅନ୍ତି ।

ଯେଉଁ ଘରେ ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ଜ୍ଵଳିତ ହୁଏନାହିଁ ସେହି ଘରର ପିଲାମାନେ ଗୁରୁଜନଙ୍କ କଥା ମାନନ୍ତି ନାହିଁ , ଯେଉଁ କାରଣରୁ ଘରର ବାତାବରଣ ସବୁବେଳେ ନକରାତ୍ମକ ରହେ । ଆପଣ ଘରେ ପ୍ରତ୍ୟେକ ଦିନ ଦୀପ ଜଳିବାକୁ ଅସମର୍ଥ ହେଲେ ଅନ୍ୟ କେହି ମଧ୍ୟ ଏହି କାମ କରି ପାରିବେ । ମାତ୍ର ପ୍ରତ୍ୟେକ ଦିନ ଦୀପ ଜାଳିବା ଜରୁରୀ ଅଟେ । ସାଧରଣତଃ ସନ୍ଧ୍ୟା ସମୟରେ ପରିବେଶରେ ନକରାତ୍ମକତା ଅଧିକ ରହିଥାଏ ।

ତେଣୁ ଏହି ସମୟରେ ମୁହଁ ହାତ ଗୋଡ଼ ଧୋଇ ଦୀପ ଜଳାଇବା ଉଚିତ । ଏହାଦ୍ବାରା ଘରେ ଯଦି କେହି ବ୍ୟକ୍ତିର ସ୍ୱାସ୍ଥ୍ୟ ଜନିତ ସମସ୍ୟା କିମ୍ବା ଆର୍ଥିକ ସମସ୍ୟା ତାହା ମଧ୍ୟ ଦୂର ହୋଇଥାଏ । ସନ୍ଧ୍ୟା ସମୟରେ ଘିଅ ଦିଅ ଜାଳିଲେ ସେଥିରୁ ବାହାରୁଥିବା ଶକ୍ତି ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ , ପରିବାର ଲୋକେ ଖୁସିରେ ରହନ୍ତି ଏବଂ ଚାକିରୀ ଓ ବ୍ୟବସାୟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ହିନ୍ଦୁ ଧର୍ମ ଅନୁଯାୟୀ ସବୁ ଘରେ ଏକ ସ୍ୱତନ୍ତ୍ର ପୂଜାଘର ଥାଏ ଯେଉଁଠି ଲୋକେ ଭିନ୍ନ ଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ରଖି ପୂଜା କରନ୍ତି ନିଜ ଜୀବନର ସବୁ ମନସ୍କାମନାକୁ ପୂରଣ କରିବା ପାଇଁ । କିନ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଏହି ମୂର୍ତ୍ତି ସହିତ ଆଉ କିଛି ଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ରଖନ୍ତି ତେବେ ରାଜଯୋଗ ସୃଷ୍ଟି ହେବା ସହିତ ତାହା ଅଧିକ ଫଳପ୍ରଦ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ମିଳିତ ମୂର୍ତ୍ତିକୁ ପ୍ରେମ ଏବଂ ଏକତାର ପ୍ରତୀକ ମାନାଯାଏ ।

ତେଣୁ ଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଥିଲେ ଶ୍ରୀରାଧାଙ୍କ ମୂର୍ତ୍ତି ରଖିଲେ ଜୀବନରେ ସବୁ ସମସ୍ୟା ଦୂର ହେବା ସହିତ ପରିବାରରେ କଳହ କ୍ଳେଶ ଦୂର ହୋଇଥାଏ । ସେହିଭଳି ନାରାୟଣଙ୍କ ପୂଜା କରୁଥିଲେ ସାଥିରେ ମାତା ଲକ୍ଷ୍ମୀ , ବିଷ୍ଣୁଙ୍କ ପୂଜା କରିଥିଲେ ଏକାସହିତ ତ୍ରିଦେବଙ୍କ ଫୋଟ , କେବେକ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଥିଲେ ଦୁଇ ପାର୍ଶ୍ଵରେ ଭଗବାନ ଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ରଖନ୍ତୁ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ ଏବଂ ଏହିସବୁ ଦେବଦେବୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ ମିଳିତ ଭାବରେ ମୂର୍ତ୍ତି ରଖି ପୂଜା କଲେ ଧନ ପ୍ରାପ୍ତି ସହିତ ବଳ ଏବଂ ବୁଦ୍ଧି ମଧ୍ୟ ବଢ଼ିଥାଏ । ଘରେ ଆପଣ ହନୁମାନଙ୍କ ମୂର୍ତ୍ତି ମଧ୍ୟ ରଖିପାରିବେ । ଏହାବ୍ୟତୀତ ଆପଣ ଭଗବାନ ଶ୍ରୀରାମଚନ୍ଦ୍ର କିମ୍ବା ସମ୍ପୂର୍ଣ୍ଣ ରାମ ଦରବାରର ଫୋଟ ରଖି ପାରିବେ । ଏହାଦ୍ବାରା ଶ୍ରୀରାମଚନ୍ଦ୍ର , ମାତା ସୀତା ଏବଂ ହନୁମାନଙ୍କ କୃପା ମିଳିତ ଭାବରେ ପ୍ରାପ୍ତ ହୋଇଥାଏ ।

ଏହାବ୍ୟତୀତ ଜୀବନର ସବୁ ଦୁଃଖ ବିଘ୍ନ ବାଧାକୁ ଦୂର କରିବା ପାଇଁ ତ୍ରିଦେବଙ୍କ ମୂର୍ତ୍ତି ମିଳିତ ଭାବରେ ରଖି ପୂଜା କରନ୍ତୁ । ଘରେ ମୂର୍ତ୍ତି ରଖିବା ସମୟରେ କିଛି ସତର୍କତା ମଧ୍ୟ ଅବଲମ୍ବନ କରିବା ଉଚିତ । ଯେମିତିକି ଘରେ ଶ୍ରୀଗଣେଶଙ୍କର ବିଷମ ସଂଖ୍ୟାରେ ମୂର୍ତ୍ତି , ଆଙ୍ଗୁଠି ଆକାର ଠାରୁ ବଡ଼ ଶିବଲିଙ୍ଗ , ଏକାଧିକ ଶିବଲିଙ୍ଗ ରଖନ୍ତୁ ନାହିଁ । ଗଣେଶଙ୍କ ମୂର୍ତ୍ତି ସ୍ଥାପନା ସମୟରେ ପିଠି ଯେମିତି ଘର ଭିତର ଦିଗକୁ ନରହେ ଏବଂ ଶିବଲିଙ୍ଗରେ ଭୁଲରେ ବି ତୁଳସୀ ଚଢାନ୍ତୁ ନାହିଁ । ନଚେତ ଦେବଦେବୀଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button