ଦେଶ ବିଦେଶ

ବିମାନ ଆକ୍ରମଣରେ ହମାସ୍‌ ବାୟୁସେନା ମୁଖ୍ୟ ନିହତ: ଇସ୍ରାଏଲ୍‌ ବାୟୁସେନା – Utkal Mail


ତେଲ୍‌ ଅଭିଭ୍‌: ଗତରାତିରେ କରାଯାଇଥିବା ବିମାନ ଆକ୍ରମଣରେ ହମାସ୍‌ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ମୃତ୍ୟୁ ଘଟିଥିବା କଥା ଇସ୍ରାଏଲୀୟ ବାୟୁସେନା କହିଛି।

ଗାଜା ଷ୍ଟ୍ରିପ୍‌ରେ ବାୟୁସେନା କାର୍ଯ୍ୟକଳାପ ବୁଝାଶୁଝା କରୁଥିବା ମୁଖ୍ୟାଳୟ ଉପରେ ବିମାନ ଆକ୍ରମଣ କରାଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା କଥା ଇସ୍ରାଏଲ୍‌ ପ୍ରତିରକ୍ଷା ବଳ କହିଛି।

ଇସ୍ରାଏଲୀୟ ବାୟୁସେନା ଆହୁରି ମଧ୍ୟ କହିଛି ଯେ, ଶନିବାର ଦିନ ନରସଂହାର ବେଳେ ଆତଙ୍କବାଦୀମାନଙ୍କୁ ବିଭିନ୍ନ ପ୍ରକାର ନିର୍ଦେଶ ଦେବାରେ ମୁରାଦ ଆବୁ ମୁରାଦଙ୍କର ଯଥେଷ୍ଟ ଭୂମିକା ଥିଲା।

Image Courtesy of India Today

‘ଏକ୍ସ୍‌’ ପୋଷ୍ଟ୍‌ରେ ଇସ୍ରାଏଲୀୟ ବାୟୁସେନା କହିଛି, ଗତକାଲି ମଧ୍ୟ ବାୟୁସେନାର ଲଢୁଆ ଜେଟ୍‌ ସବୁ ହମାସ୍‌ ଆତଙ୍କବାଦୀ ସଙ୍ଗଠନର ଆଭିଯାନିକ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ସେଠାରୁ ସେମାନଙ୍କ ସଙ୍ଗଠନର ବିମାନ ଆକ୍ରମଣ କାର୍ଯ୍ୟକଳାପ ପରିଚାଳନା କରାଯାଉଥିଲା। ଶନିବାର ଦିନ ନରସଂହାରମୂଳକ ଆକ୍ରମଣ ପାଇଁ  ବିଶେଷ ଭୂମିକା ନିର୍ବାହ କରିଥିବା ଓ ଆଙ୍କବାଦୀମାନ‌ଙ୍କୁ ନିର୍ଦେଶ ଦେଇଥିବା ଗାଜା ନଗରୀ ବାୟୁସେନା ସଙ୍ଗଠନର ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ଗତକାଲିର ଆକ୍ରମଣରେ ମୃତ୍ୟୁ ଘଟିଛି।

ଏହାଛଡ଼ା, ଗତକାଲି ମଧ୍ୟ ହମାସ କମାଣ୍ଡୋ ଫୋର୍ସଙ୍କର ବିଭିନ୍ନ ଆଡ୍‌ଡା ଉପରେ ବିମାନ ଆକ୍ରମଣ କରାଯାଇଛି ବୋଲି ‘ଦି ଇଜ୍ରଏଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।




Related Articles

Leave a Reply

Your email address will not be published. Required fields are marked *

Back to top button