କର୍ଣ୍ଣାଟକର ଏହି ଫଳ ବିକାଳିକୁ ମିଳିଲା ପଦ୍ମଶ୍ରୀ, କାରଣ ଜାଣି ଆପଣ ମଧ୍ୟ ଭାବୁକ ହୋଇଯିବେ

ମଣିଷ ନିଜ ନା, ଟଙ୍କା ଏବଂ ସମ୍ମାନ ଠାରୁ ଅଧିକ ନିଜ ମଣିଷତ୍ଵ ପାଇଁ ଲୋକଙ୍କ ମନ କିଣିଥାଏ, କର୍ନାଟକ ଫଳ ବିକିବା ହରେକାଲା ହଜବ୍ବା ଏମିତି ଗୋଟେ ନା, ଯେଉଁଥିରେ ଭାରତ ସରକାର ତରଫରୁ ୨୦୧୯ ରେ ପଦ୍ମଶ୍ରୀ ସମ୍ମାନ ଦିଆ ଯାଇଥିଲା, ତେବେ ଆସନ୍ତୁ ଜାଣିବା ହରେକାଲା ହଜବ୍ବା କିଏ ଏବଂ ତାଙ୍କୁ କେଉଁ କାମ ପାଇଁ ଏହି ପୁରସ୍କାର ଦିଆ ଯାଇଥିଲା । ହରେକାଲା ହଜବ୍ବା ମୂଲତଃ କର୍ନାଟକ ରେ ରହୁଥିଲେ, ସେ ନିଜ ଜାଗା ରେ କମଳା ବିକିବା କାମ କରୁଥିଲେ, ଗତ ବର୍ଷ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆ ଯାଇଥିଲା ।
ଟ୍ବିଟର ରେ ଆଇଏଫଏସ ଅଧିକାରୀ ପ୍ରବୀଣ କସବାନ ସୋଶିଅଲ ମିଡିଆ ରେ ତାଙ୍କ ବିଷୟରେ ଲେଖିଥିଲେ, ଯାହା ପରେ ସୋଶିଅଲ ମିଡିଆ ରେ ତାଙ୍କୁ ପସନ୍ଦ କରୁଥିବା ଲୋକଙ୍କ ଲାଇନ ଲାଗି ଗଲା, ଲୋକ ଖୁସି ହୋଇ ସୁବେକ୍ଷା ଜଣାଇଲେ । ହରେକାଲା ହଜବ୍ବା କର୍ନାଟକ ରେ ଦକ୍ଷିଣ କନ୍ନଡ଼ା ଗାଁ ନ୍ୟୂ ପାଡ଼ାପୁ ରେ ନିବାସ କରନ୍ତି, ତାଙ୍କ ବର୍ତମାନ ଆୟୁ ୬୮ ବର୍ଷ ଅଟେ, ଛୁଆ ବେଳୁ ଗରିବ ଏବଂ ଦରିଦ୍ର ଅବସ୍ତା ରେ ରହିଥିବା ହରେକାଲାକୁ ସବୁବେଳେ ସ୍କୁଲ ନ ଯିବାର ଦୁଃଖ ଅଛି, ଏହି ଦୁଃଖ ରେ କିଛି ଅଲଗା କରିବା ପ୍ରେରଣା ତାଙ୍କ ମନରେ ଆସିଥିଲା ।
ହରେକାଲା ହଜବ୍ବା ମନରେ ନିଷ୍ଠା ରଖି ଭାବିଲେ ଯଦି ସ୍କୁଲ ଯାଇ ପାରିଲି ନାହିଁ ତେବେ କଣ ହେଲା, ସେ ନିଜ ରୋଜଗାର ଟଙ୍କା ସ୍କୁଲ ବନେଇବାରେ ଲଗେଇଲେ, ହରେକାଲା ମିଡିଆକୁ ଗୋଟେ କଥା କହିଥିଲେ ତାଙ୍କ ଜୀବନରେ ଥରେ ଗୋଟେ ବିଦେଶୀ ତାଙ୍କୁ ଫଳ ଦାମ ପଚାରିଲେ କିନ୍ତୁ ପାଠ ନ ପଢିବାରୁ ସେ ତାଙ୍କୁ ଦାମ କହି ପାରି ନଥିଲେ ଜୀବନରେ ପ୍ରଥମ ଥର ପାଇଁ ସେ ନିଜକୁ ଅସହାୟ ମନେ କରିଥିଲେ । ଏହି ଘଟଣା ପରେ ହରେକାଲା ଏହା ନିଶ୍ଚୟ କଲେ ଯେ ସେ ନିଜ ଗାଁରେ ନିଜ ରୋଜଗାର ଦ୍ଵାରା ଛୁଆଙ୍କ ପାଇଁ ସ୍କୁଲ ବନେଇବେ ଯାହା ଦ୍ଵାରା ଅନ୍ୟ ଛୁଆଙ୍କୁ ତାଙ୍କ ଭଳି ଅସହାୟ ନଲାଗୁ, ହଜବ୍ବା ଏହା ପାଇଁ ନିଜ ପୂର୍ଣ ଜମା ପୁଞ୍ଜି ଖର୍ଚ କରି ଦେଲେ ।
ହରେକାଲା ଗାଁ ନ୍ୟୂ ପାଡ଼ାପୁ ରେ ସ୍କୁଲ ନଥିଲା, ସେ ଟଙ୍କା ରଖି ଆଗ ସ୍କୁଲ ବନେଇଲେ, ଯେମିତି ଯେମିତି ଛାତ୍ରଙ୍କ ସଂଖ୍ୟା ବଢିବାକୁ ଲାଗିଲା, ସେ ଧାର ଉଧାର କରି ଛୁଆଙ୍କ ସ୍କୁଲ ପାଇଁ ଜମି କିଣିଲେ, ପ୍ରତି ଦିନ ୧୫୦ ଟଙ୍କା ରୋଜଗାର କରୁଥିବା ଏହି ଲୋକ ନିଷ୍ଠା ଚମତ୍କାର କରିଛି ଏବଂ ମସ୍ଜିଦ ରେ ଚାଲୁଥିବା ସ୍କୁଲ ଆଜି ପ୍ରି ୟୁନିଭରସିଟି କଲେଜ ନାରେ ଅପଗ୍ରେଡ ହଉଛି ।