ମନୋରଞ୍ଜନ

ଦ୍ବିତୀୟ ଥର ଗର୍ଭବତୀ ଥିବା ଚର୍ଚ୍ଚା ମଧ୍ୟରେ ‘ବେବି ବମ୍ପ’ ଫଟୋ ସେୟାର କଲେ ଅନୁଷ୍କା ! – Utkal Mail


ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଦ୍ବିତୀୟ ଥର ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନୁଷ୍କାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହେବାରେ ଲାଗିଥିଲେ ବି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ହେଲେ ଇନଷ୍ଟାରେ ଏବେ ସେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ତାଙ୍କ ‘ବେବି ବମ୍ପ’ ଥିବା ଦେଖିବାକୁ ମିଳିଛି।

ୱାନ ପ୍ଲସ ଫୋନର ବିଜ୍ଞାପନ କରୁଥିବା ଅନୁଷ୍କା ନିଜର ୨ଟି ଫଟୋ ସେୟାର କରିଛନ୍ତି। ୨ଟି ଫଟୋରେ ସେ ୱାନ ପ୍ଲସର ୨ଟି ଫୋନ ଧରିଛନ୍ତି। ଗୋଟିଏ ଫଟୋରେ ସେ ୱାନ ପ୍ଲସର ପୁରୁଣା ଫୋନ ଧରିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ୱାନ ପ୍ଲସର ନୂଆ ଲଞ୍ଚ ହୋଇଥିବା ଫୋନ ଧରିଛନ୍ତି। ତେବେ ୱାନ ପ୍ଲସର ପୁରୁଣା ଫୋନ ଧରିଥିବାର ସେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ଅନୁଷ୍କାଙ୍କ ‘ବେବି ବମ୍ପ’ ଥିବା ଦେଖିବାକୁ ମିଳିଛି। ହେ‌ଲେ ‘ବେବି ବମ୍ପ’ଟି ଏବେର ନୁହେଁ ବରଂ ପ୍ରଥମ ଗର୍ଭବସ୍ଥାର ବୋଲି ଜଣାପଡ଼ିଛି।

ଦ୍ବିତୀୟ ଥର ଗର୍ଭବତୀ ଥିବା ନେଇ ଅନୁଷ୍କା ସ୍ପଷ୍ଟୀକରଣ ରଖିନଥିବା ବେଳେ ଫୋନର ବିଜ୍ଞାପନ ପାଇଁ ‘ବେବି ବମ୍ପ’ର ଫଟୋ ବାଛି ସେ ନିଜ ପ୍ରଶଂସକଙ୍କ ଉତ୍ସାହ ବଢ଼ାଇଛନ୍ତି। ପୁରୁଣା ଫଟୋ ସେୟାର କରି ଅନୁଷ୍କା ଦ୍ବିତୀୟ ଥର ଗର୍ଭବତୀ ଥିବା ନେଇ ସଙ୍କେତ ଦେଇଥିବା ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button