କ୍ରୀଡା

ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ଭାରତ – Utkal Mail


ଇନ୍ଦୋର: ଆଜି ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହୋଇଥିବା ଦ୍ବିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ‘ଟସ୍‌’ ଜିଣିବା ପରେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଙ୍ଗ୍‌ ଆରମ୍ଭ କରିଛି।

ସଦ୍ୟତମ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୬.୪ ଓଭର୍‌ ଖେଳି ୧ ୱିକେଟ୍‌ ବିନିମୟରେ ଭାରତ ୪୪ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ବୋଲ୍‌ର ଜୋସ୍‌ ହେଜେଲ୍‌ଉଡ୍‌ଙ୍କ ବଲ୍‌କୁ ଖେଳିବା ବେଳେ ୮ ରନ୍‌ କରିଥିବା ଭାରତୀୟ ବ୍ୟାଟ୍ସ୍‌ମ୍ୟାନ୍‌ ଋତୁରାଜ ଗାଏକୱାଡ୍‌ ୱିକେଟ୍‌ରକ୍ଷକ ଅଲେକ୍ସ୍‌ କେଆରିଙ୍କଦ୍ବାରା କ୍ୟାଚ୍‌ଆଉଟ୍‌ ହୋଇଛନ୍ତି।

ଏବେ ତାଙ୍କ ସ୍ଥାନରେ ଆସିଥିବା ଶୁବନମ ଗିଲ୍‌ ୧୯ଟି ବଲ୍‌ ଖେଳି ୯ ରନ୍‌ ସଂଗ୍ରହ କରିଛନ୍ତି।

Image Courtesy of India Today

ଆଜି ଓପେନର୍‌ ଯୋଡ଼ି ଭାବେ କ୍ରିଚ୍‌କୁ ଆସିଥିଲେ ଶ୍ରେୟସ୍‌ ଆୟେର୍‌ ଓ ଋତୁରାଜ ଗାଏକୱାଡ୍‌।

ଏହି ଦିନିକିଆରେ ଭାରତୀୟ ଟିମ୍‌ରେ ଖେଳୁଛନ୍ତି: ଶୁବମନ୍‌ ଗିଲ୍‌, ଋତୁରାଜ ଗାଏକ୍‌ୱାଡ୍‌, ଶ୍ରେୟସ୍‌ ଆୟେର୍‌, କେ. ଏଲ୍‌ ରାହୁଲ୍‌ (ୱିକେଟ୍‌ ରକ୍ଷକ/ଅଧିନାୟକ), ଈଶାନ୍‌ କିଷନ୍‌, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍‌ ଅଶ୍ବିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ୍‌ ଶାମି ଓ ପ୍ରସିଦ୍ଧ କ୍ରିଷ୍ଣା।

ସେହିପରି, ଅଷ୍ଟ୍ରେଲିଆ ଟିମ୍‌ରେ ଖେଳୁଛନ୍ତି: ଡେଭିଡ୍‌ ୱାର୍ଣ୍ଣର୍‌, ମାଥ୍ୟୁ ସର୍ଟ, ଷ୍ଟିଭେନ୍‌ ସ୍ମିଥ୍‌ (ଅଧିନାୟକ), ମାର୍ଣ୍ଣସ୍‌ ଲାବୁସେନି, ଜୋସ୍‌ ଇଂଗ୍ଲିସ୍‌, ଆଲେକ୍ସ କେରି (ୱିକେଟ୍‌ ରକ୍ଷକ), କ୍ୟାମେରନ୍‌ ଗ୍ରିନ୍‌, ସିନ୍‌ ଏବୋଟ୍‌, ଆଦାମ୍‌ ଜାମ୍ପା, ଜୋସ୍‌ ହେଜେଲ୍‌ଉଡ୍‌ ଓ ସ୍ପେନ୍‌ସର୍‌ ଜନ୍‌ସନ୍‌।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button